ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»Olympics Gold: ନୀରଜ ଚୋପ୍ରା ଜଗନ୍ନାଥଙ୍କର ପରମ ଭକ୍ତ; ଶ୍ରୀମନ୍ଦିର ଆସି ଆଶିର୍ବାଦ ଲାଭ କରିଥିଲେ

Olympics Gold: ନୀରଜ ଚୋପ୍ରା ଜଗନ୍ନାଥଙ୍କର ପରମ ଭକ୍ତ; ଶ୍ରୀମନ୍ଦିର ଆସି ଆଶିର୍ବାଦ ଲାଭ କରିଥିଲେ

ଶ୍ରୀମନ୍ଦିରରେ ଦର୍ଶନ ସାରି ବାହାରିବା ପରେ ମହାପ୍ରଭୁଙ୍କ କାଠର ମୁର୍ତ୍ତି ଓ ଫଟୋ ସାଙ୍ଗରେ ନେଇ ଯାଇଥିଲେ ନୀରଜ ଚୋପ୍ରା । ଅଲମ୍ପିକ୍ସରେ ବିଜୟ ହାସଲ ପାଇଁ ମହାପ୍ରଭୁଙ୍କୁ ପାଖରେ ରଖିବେ ବୋଲି କହିଥିଲେ ସେ ।

Olympics Gold: ନୀରଜ ଚୋପ୍ରା ଜଗନ୍ନାଥଙ୍କର ପରମ ଭକ୍ତ; ଶ୍ରୀମନ୍ଦିର ଆସି ଆଶିର୍ବାଦ ଲାଭ କରିଥିଲେ
ଶ୍ରୀମନ୍ଦିର ସମ୍ମୁଖରେ ନୀରଜ ଚୋପ୍ରା (ବାମରୁ ଚତୁର୍ଥ)
  • News18 Odia
  • Last Updated: August 9, 2021, 11:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News19 Odia Digital

ପୁରୀ: ଅଲମ୍ପିକ୍ସରେ ଜାଭେଲିନ ଥ୍ରୋରେ ଦେଶ ପାଇଁ ପ୍ରଥମ ଥର ସ୍ଵର୍ଣ୍ଣ ପଦକ ଜିତି ଭାରତର ୧୨୫ ବର୍ଷର ସ୍ଵପ୍ନକୁ ସାକାର କରିଥିବା ନୀରଜ ଚୋପ୍ରାଙ୍କ ଏହି ଐତିହାସିକ ସଫଳତା ପଛରେ ରହଛି ଓଡି଼ଶା ଓ ବିଶେଷତଃ ପୁରୀର ସମ୍ପର୍କ । ତାଙ୍କ କୃତୀତ୍ୱର ଶିଖରରେ ପହଞ୍ଚିବା ପଛରେ ତାଙ୍କର ଜଗନ୍ନାଥଙ୍କ ପ୍ରତି ଥିବା ପ୍ରଗାଢ଼ ଭକ୍ତି ଓ ମହାପ୍ରଭୁଙ୍କର ତାଙ୍କ ଉପରେ ଥିବା ଆଶୀର୍ବାଦ ରହିଛି ବୋଲି କହିଛନ୍ତି ତାଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ଲୋକ ।

ଟୋକିଓ ଅଲମ୍ପିକ୍ସକୁ ଯିବା ପୂର୍ବରୁ ଶ୍ରୀମନ୍ଦିର ଆସିଥିଲେ ଦେଶର ସୁନା ପୁଅ ନୀରଜ ଚୋପ୍ରା । ଜାନୁଆରୀ ୩୦ରେ ପୁରୀରେ ପହଞ୍ଚି ସକାଳୁ ସକାଳୁ ସେ ଶ୍ରୀମନ୍ଦିରକୁ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ । ସେତେବେଳେ ଭାରତୀୟ ଜାଭଲିନ୍ ଟିମ୍‌ ସହ ଥିଲେ ନୀରଜ । ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମରେ ଆଥଲେଟିକ୍ସ କ୍ୟାମ୍ପ ଆୟୋଜନ କରିଥିବା ସମୟର କଥା ଇଏ ।

ଏହା ବି ପଢ଼ନ୍ତୁ | ୧୬ କୋଟି ଟଙ୍କା ଦାମ୍ ବିଶ୍ୱର ସବୁଠୁ ମହଙ୍ଗା ଇଞ୍ଜେକ୍ସନ୍ ବି ବଞ୍ଚାଇ ପାରିଲା ନାହିଁ ୧୩ ମାସର କୁନି ଝିଅକୁ

‘‘ନୀରଜ ହରିୟାଣା ପାନିପତର ବାସିନ୍ଦା ହୋଇଥିଲେ ବି ଜଗନ୍ନାଥଙ୍କ ପ୍ରତି ତାଙ୍କର ରହିଛି ଅଗାଧ ଭକ୍ତି । ପ୍ରଥମ ଥର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ସେ ଭାବବିହ୍ୱଳ ହୋଇପଡି଼ଥିଲେ । ବିଜୟ ଯାତ୍ରା ପାଇଁ ଠାକୁରଙ୍କ କୃପା ଭିକ୍ଷା କରିଥିଲେ ସେ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା । ମହାପ୍ରସାଦ ସେବନ କରି ଆତ୍ମବିଶ୍ୱାସ ସହ ସେ ଯାଇଥିଲେ । ତାଙ୍କ ସହିତ ଅନ୍ତର୍ଜାତୀୟ ପାରା-ଆଥଲେଟ୍ ଜୟନ୍ତୀ ବେହେରା ମଧ୍ୟ ଥିଲେ,’’ କହିଛନ୍ତି ସେତେବେଳେ ନୀରଜଙ୍କୁ ପୁରୀ ବୁଲାଇବା ଦାୟିତ୍ୱରେ ଥିବା ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ।

ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ସହ ନୀରଜ ଚୋପ୍ରା


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପିଲାଙ୍କ ହାତରୁ କ୍ଷୀର ପଡ଼ିଯିବାରୁ ମାସେମାନଙ୍କୁ ଡ୍ରେସ୍ ଖୋଲି ପିଟିଲେ; Video ଭାଇରାଲ୍ ହେଲା

ଶ୍ରୀମନ୍ଦିରରେ ଦର୍ଶନ ସାରି ବାହାରିବା ପରେ ମହାପ୍ରଭୁଙ୍କ କାଠର ମୁର୍ତ୍ତି ଓ ଫଟୋ ସାଙ୍ଗରେ ନେଇ ଯାଇଥିଲେ ନୀରଜ । ‘‘ଅଲମ୍ପିକ୍ସରେ ବିଜୟ ହାସଲ ପାଇଁ ମହାପ୍ରଭୁଙ୍କୁ ପାଖରେ ରଖିବେ ବୋଲି କହିଥିଲେ ସେ । ଏବେ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ନୀରଜ ଅଲମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରି ୧୪୦ କୋଟି ଭାରତବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଓ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମହାପ୍ରଭୁଙ୍କ କୃପା ଓ ମହାପ୍ରସାଦର କରିସ୍ମା ଯୋଗୁଁ ତାଙ୍କୁ ଆଜି ସଫଳତା ମିଳିଛି,’’ କହିଛନ୍ତି ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାସ୍ତା ମଝିରେ ଯୁବତୀ ଟ୍ୟାକ୍ସି ଡ୍ରାଇଭରକୁ ଖୁବ୍ ପିଟିଲେ; VIDEO ଭାଇରାଲ୍ ହେଲା; ମାମଲା ରୁଜୁ ହେଲା

ନୀରଜଙ୍କ ଏହି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସହ ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ବି ରହିଛି ବୋଲି କହନ୍ତି ଅନ୍ୟମାନେ । ୨୦୨୦ ଡିସେମ୍ବର ମାସରେ ନୀରଜ କଳିଙ୍ଗ ଷ୍ଟାଡିୟମରେ ଜାରି ରଖିଥିବା ଅବ୍ୟାସ ଟୋକିଓରେ ସଫଳତାର ଶୀର୍ଷରେ ତାଙ୍କୁ ପହଞ୍ଚାଇଥିଲା । ନୀରଜ ଓ ସହ-ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମକୁ ଆସିବା ପୂର୍ବରୁ ପଞ୍ଜାବର ପଟିଆଲା ସ୍ଥିତ ନେତାଜୀ ସୁଭାଷ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସ୍ପୋର୍ଟରେ ଅଭ୍ୟାସ କରୁଥିଲେ । କିନ୍ତୁ ସେଠାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଅଭ୍ୟାସରେ ବାଧା ଉପୁଜିଥିଲା । ସେଥି ପାଇଁ ଏହା ଠାରୁ କମ ଥଣ୍ଡା ଥିବା ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମକୁ ତାଙ୍କ ଟ୍ରେନିଂ କ୍ୟାମ୍ପ ପରିବର୍ତ୍ତନ କରାଯାଇଥିଲା ବୋଲି କହିଛନ୍ତି ନୀରଜ ଚୋପ୍ରାଙ୍କ ସହ କିଛି ସମୟ ବିତାଇଥିବା ଆଥଲେଟିକ୍ସ କୋଚ୍‌ ବିଷ୍ଣୁପ୍ରସାଦ ମିଶ୍ର । ଅନ୍ୟ ଜାଭେଲିନ୍‌ ଫିଙ୍ଗାଳୀମାନେ ଯଥା ଶିବପାଲ ସିଂ, ଅନୁ ରାନୀ, ରୋହିତ ଯାଦବ ଓ ରାଜେନ୍ଦର ସିଂ ମଧ୍ୟ ସେହି ସମୟରେ ନୀରଜଙ୍କ ସହ ଓଡି଼ଶା ଆସିଥିଲେ ବୋଲି ସେ କହିଛନ୍ତି ।

ପୁରୀରେ ଟିମର ସାଥୀମାନଙ୍କ ସହ ନୀରଜ ଚୋପ୍ରା


‘‘ସେମାନେ ସମସ୍ତେ ଓଡିଶାରେ ରହିବା ସହ ପ୍ରତି ଦିନ କଳିଙ୍ଗ ଷ୍ଟାଡିୟମ ଯାଇ ଟ୍ରେନିଂ ନେଉଥିଲେ । ୨୦୧୭ ମସିହାରେ ଏସିଆନ୍‌ ଚ୍ୟାମ୍ପିୟାନଶିପରେ ନୀରଜ ଏଠାରେ ମଧ୍ୟ ସ୍ଵର୍ଣ୍ଣ ଜିତିଥିଲେ । ସେତେବେଳେ ସେ କହିଥିଲେ ଯେ ସେ ଅଲମ୍ପିକ୍ସ ପାଇଁ ଏଠାକୁ ଅଭ୍ୟାସ କରିବାକୁ ଆସିଛନ୍ତି । ପୁରୀ ତଥା ଭୁବନେଶ୍ୱର ସହ ତାଙ୍କର ଅନେକ ସ୍ମୃତି ଜଡି଼ତ ଅଛି ବୋଲି ସେ କହିଥିଲେ । ନୀରଜ ଏହା ବି କହିଥିଲେ ଯେ ଅଲମ୍ପିକ୍ସରେ ସଫଳ ହେବାକୁ ସେ ସବୁ ଚେଷ୍ଟା କରିବେ । ସେତେବେଳେ ସେ ଯାହା କହିଥିଲେ ଏବେ ତାହା କାର୍ଯ୍ୟରେ କରି ଦେଖାଇଦେଇଛନ୍ତି,’’ କହିଛନ୍ତି ମିଶ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୁଁ ବି ବଲ୍ ଖେଳିପାରେ; ସାରା ଦେଶରେ ଖେଲା ହୋବେ…’, ମଞ୍ଚରେ ଫୁଟବଲ୍ ଖେଳି କହିଲେ ମମତା

ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନୀରଜଙ୍କ ସହ ବିତାଇଥିବା ସମୟକୁ ମନେ ପକାଇ କହିଛନ୍ତି, ‘‘ତାଙ୍କ ସହ ପୁରୀ ବେଳାଭୂମିରେ ବୁଲିବା ସହ ବ୍ଲୁ ଫ୍ଲାଗ ବିଚ୍ ଦେଖିବା ଖୁବ୍‌ ଭଲ ଅନୁଭବ ଥିଲା । ସେ ବାଲୁକା କଳାକୁ ଉପଭୋଗ କରିବା ସମୟରେ ତାଙ୍କ ସହ କିଛି ସମୟର କଥାବାର୍ତ୍ତାରୁ ମୁଁ ଜାଣିବାକୁ ପାଇଥିଲି ଯେ ସେ ମହାପ୍ରଭୁଙ୍କର ଜଣେ ପରମ ଭକ୍ତ । ସେ କହିଥିଲେ ଯେ ଅଲମ୍ପିକ୍ସରେ ପଦକ ହାସଲ କରିବା ପାଇଁ ସେ ସଙ୍କଳ୍ପବଦ୍ଧ,’’ କହିଛନ୍ତି ପଟ୍ଟନାୟକ ।



ଶ୍ରୀମନ୍ଦିର ସମ୍ମୁଖରେ ଟିମ୍ ସହ ନୀରଜଙ୍କ ଫଟୋ ସୋସିଆଲ୍‌ ମିଡି଼ଆରେ ଭାଇରାଲ୍‌ ହୋଇଛି । ପୁରୀ ସହ ଜଡ଼ିତ ତାଙ୍କ ସ୍ମୃତି ଓ ଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ସେ ସଫଳତା ପାଇଥିବାରୁ ଏକ ଟ୍ୱିଟ ମାଧ୍ୟମରେ ନୀରଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ନୀରଜ ୨୦୨୪ ପୂର୍ବରୁ ପୁଣି ଥରେ ପୁରୀ ଆସିବେ ବୋଲି ସୁଚନା ମିଳିଛି ।
Published by: Anand ST Das
First published: August 9, 2021, 11:37 PM IST