MS Dhoniଙ୍କୁ କିସ୍ କରିଦେଲେ ବୟସ୍କା ଫ୍ୟାନ୍: ଆଉ ତାପରେ...

ଭାଇରାଲ ହେଲା ଧୋନୀ ଓ ତାଙ୍କର ଜଣେ ଫ୍ୟାନଙ୍କ ବିଶେଷ ସମୟର ଫଟୋ । ଏବେ କଣ ଚର୍ଚ୍ଚା ହେଉଛି ଏ ଫଟୋକୁ ନେଇ ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର ।

MS Dhoniଙ୍କୁ କିସ୍ କରିଦେଲେ ବୟସ୍କା ଫ୍ୟାନ୍: ଆଉ ତାପରେ...

MS Dhoniଙ୍କୁ କିସ୍ କରିଦେଲେ ବୟସ୍କା ଫ୍ୟାନ୍: ଆଉ ତାପରେ...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀ (ms dhoni)। । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ବେଶ୍ ଭଲ ଭାବେ ଜାଣନ୍ତି । ତେବେ ସେ କେବଳ ନିଜ ଖେଳ ପାଇଁ ନୁହଁ ବରଂ ନିଜ ବ୍ୟବହାର ପାଇଁ ମଧ୍ୟ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଛନ୍ତି । ସଫଳତାର ଅତି ଶୀର୍ଷରେ ଥାଇ ମଧ୍ୟ ତାଙ୍କ ମନରେ ଟିକେ ମଧ୍ୟ ଅହଂକାର ନାହିଁ । ତାଙ୍କର ଏହି ଖାସ୍‌ ଅନ୍ଦାଜ୍‌ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ (fans)  ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ ।

ତେବେ ମାହିଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆ (social media)ରେ ଭାଇରାଲ ହେବାରେ ଲାଗିଛି। ସେ ଜଣେ ୮୮ ବର୍ଷ ବୟସ୍କ ମହିଳା ପ୍ରଂଶସକଙ୍କ ସହ ଭେଟି ତାଙ୍କ ସହ ଫୋଟୋ ଉଠାଇଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ବୃଦ୍ଧା ମହିଳା ଜଣକ ଖୁସିରେ ମାହିଙ୍କ ଗାଲରେ ଚୁମ୍ବନ (kiss) ଦେଇଥିବାର ଦେଖିବାକୁ ମିଳିଛି । ତେବେ ସେ ଭେଟିଥିବା ବୃଦ୍ଧା ଫ୍ୟାନ୍‌ ଜଣକ ହେଲେ ଅଭିନେତ୍ରୀ ଖୁସବୁ ସୁନ୍ଦରଙ୍କ ଶାଶୁ । ଖୁସବୁ ସୁନ୍ଦର ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ (hit film)ରେ କାମ କରିଛନ୍ତି । ବର୍ତ୍ତମାନ ସେ ରାଜନୀତି (politics)ରେ ମଧ୍ୟ ସକ୍ରିୟ ଅଛନ୍ତି ।

ଖୁସବୁ ଦେଖିବାକୁ ଖୁବ୍ ସୁନ୍ଦର, ଏମ ଏସ ଧୋନି ତାଙ୍କ ଶାଶୂଙ୍କ ସହିତ ଦେଖା କରିବାର ଫଟୋ ଅପଲୋଡ କରିଛନ୍ତି । ଯାହା ଖୁବ୍ ଭାଇରାଲ୍ (viral) ହେବାରେ ଲାଗିଛି । ଫଟୋରେ ଖୁବ୍ ଇମୋଶନ୍ ଦେଖିବାକୁ ମିଳୁଛି । ଜଣେ ଫ୍ୟାନ୍ ନିଜର ଅତି ପାଖରେ ପ୍ରିୟ ଷ୍ଟାରଙ୍କୁ ଦେଖିବାକୁ ପାଇଲେ ଯେଉଁ ଭାବନା ସୃଷ୍ଟି ହୁଏ ତାହାକୁ ସ୍ପଷ୍ଟ ଭାବରେ ବାରିପାରୁଛନ୍ତି ସୋସିଆଲ୍ ମିଡିଆ ୟୁଜର୍ସ । କ୍ୟାପଟେନ୍‌ କୁଲ ଧୋନୀଙ୍କୁ ପାଖରେ ଦେଖି ବୃଦ୍ଧା ଜଣକଙ୍କ ଖୁସି କହିଲେ ନସରେ । ସ୍ନେହ ଶ୍ରଦ୍ଧା ଓ ଭଲପାଇବା ସହ ଧୋନୀଙ୍କ ଗାଲରେ ଏକ ଚୁମ୍ବନ ଦେଇଥିବା ଦେଖିବାକୁ ମିଳିଛି ।

ଖୁସବୁ ସୋସିଆଲ ମିଡିଆରେ ଫଟୋ ଅପଲୋଡ କରି ଏହା ଲେଖିଛନ୍ତି ଯେ, ହିରୋଙ୍କୁ ତିଆରି କରାଯାଏନାହିଁ ବରଂ ହିରୋ ଆପାଆପେ ହୋଇଯାଆନ୍ତି । ଏକଥାକୁ ପ୍ରମାଣିତ କରିଛନ୍ତି ଏମଏସ ଧୋନୀ । ଆଜି ସେ ମୋ ବୟସ୍କ ଶାଶୂଙ୍କ ସହ ଭେଟ ହୋଇଛନ୍ତି । ଆଜିର ଦୃଶ୍ୟ ଏପରି କିଛି ଥିଲା ଯାହା ଆମକୁ ପ୍ରକାଶ କରିବାପାଇଁ ଭାଷା ନାହିଁ । ମୋର ଶାଶୂ ଏମଏସ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ । ଧୋନୀଙ୍କ ଖେଳ ଦେଖିବାକୁ ମୋ ଶାଶୂ ଅପେକ୍ଷା କରି ରହିଥାନ୍ତି ।

ଏହି ଖବର ପଢ଼ନ୍ତୁ -  ଆଶ୍ଚର୍ଯ୍ୟ ! ୧୦୮ ବର୍ଷର ମହିଳା ପରୀକ୍ଷାରେ ୧୦୦ରୁ ରଖିଲେ ୯୭
Published by:Soubhagya Mishra
First published: