ଅମୀମାଂସିତ ଭାବରେ ଶେଷ ହେଲା ଓଡ଼ିଶା ବନାମ ନାଗଲାଣ୍ଡ ରଣଜୀ ଟ୍ରଫି ମୁକାବିଲା

ଡ୍ରିମ୍ସ ଗ୍ରାଉଣ୍ଡରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡ଼ିଶା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

ଓଡ଼ିଶା ଟିମ ଖେଳାଳି ଶାନ୍ତନୁ ମିଶ୍ର

ଓଡ଼ିଶା ଟିମ ଖେଳାଳି ଶାନ୍ତନୁ ମିଶ୍ର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା ବନାମ ନାଗଲାଣ୍ଡ ରଣଜୀ ଟ୍ରଫି ମୁକାବିଲା ଅମୀମାଂସିତ ଭାବରେ ଶେଷ ହୋଇଛି। ଓଡ଼ିଶା ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପଦର୍ଶନ କରିବା ସତ୍ତ୍ୱେ ମଧ୍ୟ ଏହି ମ୍ୟାଚ ଡ୍ର ଭାବରେ ଶେଷ ହୋଇଛି।

ଡ୍ରିମ୍ସ ଗ୍ରାଉଣ୍ଡରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମୁକାବିଲାରେ ଓଡ଼ିଶା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଓଡ଼ିଶା ଠାରୁ ବ୍ୟାଟିଂ ଆମନ୍ତ୍ରଣ ପାଇ ନାଗଲାଣ୍ଡ ଦଳ ତା'ର ପ୍ରଥମ ପାଳିରେ ମୋଟ ୪୩୩ ରନ କରିବାରେ ସମର୍ଥ ହୋଇଥିଲା।

ନାଗାଲାଣ୍ଡ ଦଳ ପକ୍ଷରୁ କ୍ରିକେଟର ଚେତନ ବିସ୍ତ ସର୍ବାଧିକ ୧୨୯ ରନ କରିଥିଲେ। ଏହାର ଜବାବରେ ଓଡ଼ିଶା ତା'ର ପ୍ରଥମ ପାଳିରେ ବିଶାଳ ୫୩୫ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶାନ୍ତନୁ ମିଶ୍ର ଦ୍ଵିଶତକୀୟ ପାଳି ଖେଳିଥିଲେ। ବ୍ୟକ୍ତିଗତ ଭାବେ ଅପରାଜିତ ୨୦୦ ରନ କରି ଦଳକୁ ଏହି ବିଶାଳ ସ୍କୋରରେ ପହଞ୍ଚାଇ ଥିଲେ ଶାନ୍ତନୁ ମିଶ୍ର।

ଏହା ସହ ପ୍ରୟାସ ସିଂ ଠାକୁର ୧୦୪ ରନ୍, ଅନୁରାଗ ଷଡ଼ଙ୍ଗୀ ୮୪ ରନ୍ ଓ ଶୁଭ୍ରାଂଶୁ ସେନାପତି ବ୍ୟକ୍ତିଗତ ୬୭ ରନ ସଂଗ୍ରହ କରିଥିଲେ। ଫଳସ୍ବରୂପ ଓଡ଼ିଶା ଏହି ମ୍ୟାଚରେ ଦୃଢ଼ ସ୍ଥିତିରେ ପହଞ୍ଚିଥିଲା। ପ୍ରଥମ ପାଳିରେ ୧୦୨ ରନର ଅଗ୍ରଣୀ ମଧ୍ୟ ଲାଭ କରିଥିଲା।

ତେବେ ଦ୍ୱିତୀୟ ପାଳିରେ ନାଗଲାଣ୍ଡ ଏକ ୱିକେଟ ହରାଇ ୧୨୦ କରିଥିବା ବେଳେ ଉଭୟ ଟିମର ସହମତି କ୍ରମରେ ମ୍ୟାଚକୁ ଡ୍ର ଭାବରେ ଘୋଷଣା କରାଯାଇଥିଲା। ଏହି ମୁକାବିଲାର ପ୍ରଥମ ପାଳିରେ ଦ୍ଵିଶତକୀୟ ପାଳି ଖେଳିଥିବା ବ୍ୟାଟ୍ସମାନ୍ ଶାନ୍ତନୁ ମିଶ୍ରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରଯାଇଥିଲା।

ଏହି ସିଜନରେ ଓଡ଼ିଶା ଦଳ ମୋଟ ୪ଟି ମ୍ୟାଚ ଖେଳି ସାରିଛି। କିନ୍ତୁ କୌଣସି ମ୍ୟାଚରେ ଓଡ଼ିଶା ଦଳ ବିଜୟୀ ହୋଇ ପାରିନାହିଁ। ଆଗକୁ ଟିମ ଓଡ଼ିଶାର ମୁକାବିଲା ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ବେଙ୍ଗଲ ସହିତ ମୁକାବିଲା ହେବ।

ଆସନ୍ତା ୧୦ ତାରିଖରେ ଓଡ଼ିଶା ଦଳ ହିମାଚଳ ପ୍ରଦେଶକୁ ଅମତର ଠାରେ ଭେଟିବାକୁ ଯାଉଥିବା ବେଳେ ୧୭ ତାରିଖରେ ଉତ୍ତର ପ୍ରଦେଶକୁ ମେରଠରେ ଓ ବେଙ୍ଗଲକୁ ଇଡେନ୍ ଗାଡେନରେ ଭେଟିବାକୁ ଯାଉଛି। ତେବେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ଭଲ ପ୍ରଦର୍ଶନ କରିବା ଲକ୍ଷରେ ରହିବ ଟିମ ଓଡ଼ିଶାର।
Published by:Lipina Das
First published: