ଖୋ ଖୋ ଟିମର ମାଲିକାନା ନେବେ ଓଡ଼ିଶା ସରକାର
News18 Odia Digital
ଭୁବନେଶ୍ବର: ଅଲଟିମେଟ ଖୋ ଖୋ (ୟୁକେକେ)କୁ ଅତ୍ୟଧିକ ମାତ୍ରାରେ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର, ଖୁବ୍ ଶୀଘ୍ର ଶୁଭାରମ୍ଭ ହେବାକୁ ଥିବା ଏହି ପ୍ରଫେସନାଲ ଲିଗରେ ଏକ ଟିମର ମାଲିକାନା ଗ୍ରହଣ କରିଛନ୍ତି।
ପୂର୍ବରୁ ୨୦୧୩ ହକି ଇଣ୍ଡିଆ ଲିଗର କଳିଙ୍ଗ ଲାନ୍ସର ଟିମର ମାଲିକ ଥିଲେ ଓଡ଼ିଶା ସରକାର। ୨୦୨୨ର ଖେଲୋ ଇଣ୍ଡିଆ ଲିଗରେ ଖୋ ଖୋରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ବିଭାଗ ରୌପ୍ୟ ପଦକ ଜିତିବା ପରେ ଏହି ଘୋଷଣା କରାଯାଇଛି। ଓଡ଼ିଶା ସ୍ପୋର୍ଟସ ଡେଭେଲପମେଣ୍ଟ ଆଣ୍ଡ ପ୍ରମୋସନ କମ୍ପାନୀ (ଓଏସଡିପିସି) ଟିମର ମାଲିକ ହେବା ସହିତ ଲିଗର ଏହା ୫ମ ଫ୍ରାଞ୍ଚାଇଜ।
ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, “ଓଡ଼ିଶାର ବିଭିନ୍ନ ସ୍ଥାନରେ ଖୋ ଖୋ ଖୁବ ଲୋକପ୍ରିୟ। ସମ୍ପ୍ରତି ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଉଭୟ ପୁରୁଷ ଓ ମହିଳା ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଓ ରୌପ୍ୟ ମେଡାଲ ମଧ୍ୟ ଜିତିଛନ୍ତି। ଏହା ଏକ ପାରମ୍ପରିକ ଖେଳ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହା ସମ୍ପ୍ରସାରଣ କରିବା ପାଇଁ ଅଧିକ ସ୍କୋପ ରହିଛି। ସେଥିପାଇଁ ଆମେମାନେ ଖୋ ଖୋ ଲିଗରେ ଅଂଶଗ୍ରହଣ କରିବା ପାଇଁ ନିର୍ଣ୍ଣୟ ନେଇଛୁ। ଆମମାନଙ୍କର ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋର୍ଟ୍ସ ଇନ୍ ଓଡ଼ିଶା ଲକ୍ଷ୍ୟର ଏହା ଏକ ଅଂଶ।”
ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର କେବଳ ଦେଶରେ ମୁଖ୍ୟ ସ୍ପୋର୍ଟ୍ସଗୁଡିକୁ ଆୟୋଜନ କରିନାହାଁନ୍ତି ବରଂ ବିଶ୍ୱର ଶ୍ରେଷ୍ଠ ମଲ୍ଟି ସ୍ପୋର୍ଟସ ଅନ୍ତନିର୍ମାଣକୁ ବିକାଶ କରିଛନ୍ତି। ଓଏସଡିପିସି ଅଗ୍ରଣୀ ଷ୍ଟିଲ ନିର୍ମାତା ଆର୍ସେଲର ମିତଲ ନିପନ ଷ୍ଟିଲ ଲିଃ (ଏଏମ ଏନଏସ ଇଣ୍ଡିଆ) ସହିତ ସହବନ୍ଧିତ ହୋଇଛି ଓ ଅଲଟିମେଟ ଖୋ ଖୋ ସହିତ ଜଡିତ ହୋଇ କାର୍ଯ୍ୟ କରିବ।
ଅଲଟିମେଟ ଖୋ ଖୋର ସିଇଓ ଜେନଜିଂ ନିଓଗି କହିଛନ୍ତି, “ଭାରତରେ କ୍ରୀଡ଼ା କ୍ଷେତ୍ରକୁ ମଜବୁତ କରିବାରେ ସ୍ପୋର୍ଟ୍ସ ଓଡ଼ିଶା ମୁଖ୍ୟ ଭୂମିକା ଗ୍ରହଣ କରିଛି। ସ୍ପୋର୍ଟ୍ସର ବିକାଶ ପାଇଁ ଉଦ୍ଦେଶ୍ୟ ଖୁବ ଆକର୍ଷଣୀୟ। ସେମାନେ ଏପରି ଏକ ପରିବେଶ ସୃଷ୍ଟି କରିଛନ୍ତି କି ବହୁ କର୍ପୋରେଟ ନିବେଶକାରୀମାନେ ବିକାଶ ଓ ଭବିଷ୍ୟତର ଚାମ୍ପିଆନମାନଙ୍କ ଉପରେ ନିବେଶ କରିଛନ୍ତି। ବର୍ତ୍ତମାନ ସେମାନଙ୍କର ଅଲଟିମେଟ ଖୋ ଖୋ ସହିତ ସହଭାଗିତା ସ୍ପୋର୍ଟ୍ସ ବିକାଶ ପାଇଁ ଏକ ଶ୍ରେଷ୍ଠ ସଙ୍କେତ।’’
ଅଲଟିମେଟ ଖୋ ଖୋ ପୂର୍ବରୁ ୪ଟି ଫ୍ରାଞ୍ଚାଇଜ ଘୋଷଣା କରିସାରିଛନ୍ତି। କର୍ପୋରେଟ ଜିଆଣ୍ଟ ଅଦାନୀ ଗ୍ରୁପ ଓ ଜିଏମଆର ଗ୍ରୁପ ଗୁଜୁରାଟ ଓ ତେଲଙ୍ଗାନା ଫ୍ରାଞ୍ଚାଇଜ ନେଇଥିବା ବେଳେ କ୍ୟାପ୍ରି ଗ୍ଲୋବାଲ, କେଏଲଓ ସ୍ପୋର୍ଟ୍ସ ରାଜସ୍ଥାନ ଓ ଚେନ୍ନାଇ ଟିମର ମାଲିକ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।