News18 Odia Digital
ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ ଓଡ଼ିଶାର ସ୍ୱନାମଧନ୍ୟ କ୍ରିକେଟ୍ ଖେଳାଳି ପ୍ରଶାନ୍ତ ମହାପାତ୍ର କରୋନା ଭାଇରସର ଶିକାର ହୋଇ ପ୍ରାଣ ହରାଇଥିଲେ । ଏହି ପୂର୍ବତନ ରଣଜୀ ଟୁର୍ଣ୍ଣାମେଣ୍ଟ୍ ଖେଳାଳି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ । ମେ ମାସ ୧୯ ତାରିଖ ସକାଳେ ପ୍ରଶାନ୍ତଙ୍କ ଦେହାନ୍ତ ହୋଇଥିଲା ।
ପ୍ରଶାନ୍ତ ମହାପାତ୍ରଙ୍କୁ (Odisha cricketer Prashant Mohapatra) ୪୭ ବର୍ଷ ବୟସ ହୋଇଥିଲା । ସେ ପ୍ରଖ୍ୟାତ ଶିଳ୍ପୀ ତଥା ରାଜ୍ୟ ସଭା ସଦସ୍ୟ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ପୁଅ ଥିଲେ । ଗତ ୯ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସେହି ଏମ୍ସରେ (AIIMS Bhubaneswar) ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା । ପ୍ରଶାନ୍ତଙ୍କର ଆଉ ଜଣେ ଭାଇ ଯଶୋବନ୍ତ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଛନ୍ତି ଓ ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…ଭୁବନେଶ୍ୱରର ଏମ୍ସର ମେଡିକାଲ୍ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ସକାଳ ୮ଟା ୫୧ରେ ପ୍ରଶାନ୍ତ ମହାପାତ୍ର ଶେଷ ନିଶ୍ୱାସ ନେଇଥିଲେ । ଏମ୍ସରେ ପ୍ରଶାନ୍ତଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା । ଲାଇଫ୍ ସପୋର୍ଟ ସିଷ୍ଟମରେ ତାଙ୍କୁ ରଖାଯାଇଥିଲା । ପ୍ରଶାନ୍ତ ଓଡ଼ିଶା ଏଜି ଅଫିସରେ ଜଣେ ସିନିଅର୍ ଅଡ଼ିଟର୍ ରୂପେ କାର୍ଯ୍ୟ କରୁଥିଲେ ।

୧୯୯୧-୯୨ର ଦୁଲୀପ ଟ୍ରଫି ମ୍ୟାଚରେ ବ୍ୟାଟିଂ କରୁଛନ୍ତି ପ୍ରଶାନ୍ତ ମହାପାତ୍ର । (ଫଟୋ: ସ୍ପୋର୍ଟ୍ସ ଷ୍ଟାର୍)
ନବେ ଦଶକରେ ମହାନ କ୍ରିକେଟର୍ ରାହୁଲ ଡ୍ରାଭିଡ୍ ଓ ଅନିଲ୍ କୁମ୍ବଲେଙ୍କ ସହ ଭାରତର ଅଣ୍ଡର୍-୧୯ ଟିମରେ ଖେଳିଥିଲେ ପ୍ରଶାନ୍ତ ମହାପାତ୍ର (Odisha cricketer Prashant Mohapatra)। ସେହି ସମୟରେ ସେ ଓଡ଼ିଶା ରଣଜୀ ଦଳରେ ଖେଳୁଥିଲେ ଓ ଓଡ଼ିଶା କ୍ରିକେଟ୍ ଦଳର ଅଧିନାୟକ ଥିଲେ । ମୁନ୍ନା ନାଁରେ ପରିଚିତ ପ୍ରଶାନ୍ତ ଓପନିଂରେ ଆକ୍ରାମକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ । ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ଏକ ମାତ୍ର ଓଡ଼ିଆ ଛାତ୍ର ଥିଲେ ପ୍ରଶାନ୍ତ । ଶିବାଜୀ ପାର୍କରେ ନେଟ୍ ପ୍ରାକ୍ଟିସ୍ ବେଳେ ପ୍ରଶାନ୍ତଙ୍କ ଖେଳ ଦେଖି ରମାକାନ୍ତ ଆଚରେକର୍ ତାଙ୍କୁ ନିଜ କ୍ରିକେଟ୍ ଅକାଡେମୀରେ ସାମିଲ୍ କରିଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍ VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ
ସୁରେଶ ରାଇନା ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ।
ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ୧୯୯୦ରେ ପ୍ରଶାନ୍ତ ବିହାର ବିପକ୍ଷରେ ନିଜ ଡେବ୍ୟୁ କରିଥିଲେ ଓ ୪୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୨,୧୯୬ ରନ୍ ସ୍କୋର୍ କରିଥିଲେ । ସେ ଦୁଲିପ୍ ଟ୍ରଫି ଓ ଦେଓଧର ଟ୍ରଫି ମଧ୍ୟ ଖେଳିଥିଲେ । ଜଣେ ମ୍ୟାଚ୍ ରେଫରି ଭାବରେ ସେ ଗତ କିଛି ବର୍ଷ ମଧ୍ୟରେ ବିଭିନ୍ନ ସ୍ଥାନରେ ବିସିସିଆଇ ଦ୍ୱାରା ଆୟୋଜିତ ମ୍ୟାଚ୍ ତଦାରଖ କରିଥିଲେ । ପ୍ରଶାନ୍ତ ଜଣେ ବିସିସିଆଇ ଅନୁମୋଦିତ ଦ୍ବିତୀୟ ଶ୍ରେଣୀ କୋଚ୍ ବି ଥିଲେ ।
ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍ କୋର୍ଟ୍ପ୍ରଶାନ୍ତ ମହାପାତ୍ରଙ୍କ ମୃତ୍ୟୁ ଖବର ପାଇ ସଚିନ ତେନ୍ଦୁଲକର ଗଭୀର ଦୁଃଖ ପ୍ରକାଶ କରିଥିଲେ (Sachin Tendulkar on Prashant Mohapatra) । ‘‘ସେ ମୋ’ର ଘନିଷ୍ଠ ବନ୍ଧୁ ନ ଥିଲେ, ମାତ୍ର ମୁଁ ତାଙ୍କୁ ଜାଣିଥିଲି । ସେ ହସ ହସ ମୁହଁ ଥିବା ପରିଚିତ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ । ଆମେ ଯେବେ ବି କଟକ ବା ଭୁବନେଶ୍ୱର ଯାଇଛୁ ସେ ସବୁ ବେଳେ ତାଙ୍କ ଘରେ ବନାଯାଇଥିବା ଖାଦ୍ୟ ଆମ ପାଇଁ ନେଇ ଆସୁଥିଲେ । ଆମେ ପରସ୍ପରର ପରିବାର ବିଷୟରେ ପଚାରି ବୁଝୁଥିଲୁ,’’ ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ କହିଥିଲେ ସଚିନ ତେନ୍ଦୁଲକର ।
ପ୍ରଶାନ୍ତ ମହାପାତ୍ରଙ୍କ ବିୟୋଗ ଓଡ଼ିଶାର ଖେଳ ଜଗତରେ ଦୁଃଖର ଛାୟା ଖେଳାଇ ଦେଇଥିଲା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।