ନୌଚାଳନାରେ ଓଡ଼ିଆ ଖେଳାଳିଙ୍କ ସଫଳତା; ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ

ଏସୀୟ କ୍ରୀଡ଼ାରେ ନୌକାଚାଳନା ବିଭାଗରେ କମାଲ କରିଛନ୍ତି ଓଡ଼ିଆ ଖେଳାଳୀ। ମହିଳା ଆରଏସ୍ଏକ୍ସ ସେଲିଂ କାଟାଗୋରିରେ ମନସ୍ୱିନୀ ମହାରଣା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ନୌଚାଳନାରେ ଓଡ଼ିଆ ଖେଳାଳିଙ୍କ ସଫଳତା ମିଳିଛି (ପ୍ରତୀକାତ୍ମକ ଛବି)

ନୌଚାଳନାରେ ଓଡ଼ିଆ ଖେଳାଳିଙ୍କ ସଫଳତା ମିଳିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଆସନ୍ତା ଏସୀୟ କ୍ରୀଡ଼ାରେ ନୌକାଚାଳନା ବିଭାଗ ପ୍ରତିଯୋଗିତା ପାଇଁ ଆୟୋଜିତ ଯୋଗ୍ୟତା ହାସଲ ପର୍ଯ୍ୟାୟ ମ୍ୟାଚରେ କମାଲ କରିଛନ୍ତି ଓଡ଼ିଆ ଖେଳାଳୀ। ମହିଳା ଆରଏସ୍‌ଏକ୍ସ ସେଲିଂ କାଟାଗୋରିରେ ମନସ୍ୱିନୀ ମହାରଣା ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ସିନିୟର ଆରଏସ୍‌ଏକ୍ସ ପୁରୁଷ କାଟାଗୋରିରେ ଡ଼ି. ଶେଖର ରାଓ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

ମୁମ୍ବାଇର ପୋର୍ଟ ବନ୍ଦରସ୍ଥିତ ଇଣ୍ଡିଆନ ନାଭାଲ ୱାଟରମେନସିପ୍ ଟ୍ରେନିଂ ସେଂଟରରେ ଆୟୋଜିତ ହୋଇଥିଲା ଏହି ପ୍ରତିଯୋଗିତା । ଚଳିତ ମାସ ୮ତାରିଖରୁ ୧୫ ତାରିଖ ଭିତରେ ଆୟୋଜିତ ହୋଇଥିଲା ଏହି ଯୋଗ୍ୟତା ହାସଲ ପ୍ରତିଯୋଗିତା। ଏଥିରେ ଅନ୍ୟରାଜ୍ୟର ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ସଫଳତା ହାସଲ କରିଥିଲେ ଓଡ଼ିଶାର ଦୁଇ ପ୍ରତିଯୋଗୀ।

ମୁମ୍ବାଇରୁ ଓଡ଼ିଶା ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଉଭୟ ଖେଳାଳୀଙ୍କୁ ଓଡ଼ିଶା ୟାଚିଂ ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧିିତ କରାଯାଇଥିଲା। ଏହି ଦୁଇ ଖେଳାଳୀ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ସ୍କୁବା ଡ଼ାଇଭର ସବିର ବକ୍ସଙ୍କ ଦ୍ୱାରା ସିଟି ବୋଟ କ୍ଲବ, କଟକରେ ପ୍ରଶିକ୍ଷିତ ହେଉଛନ୍ତି । ଏହି ଦୁଇ ଖେଳାଳୀଙ୍କ ସଫଳତା ନେଇ ସବିର ବକ୍ସ କହିଛନ୍ତି, ଏହା ଓଡ଼ିଶା ପାଇଁ ଗୌରବର ବିଷୟ ଓ ଓଡ଼ିଶାର ଖେଳାଳୀଙ୍କୁ ଉତ୍ସାହିତ କରିବ। ଆଗକୁ ସେମାନେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ ଅଧିକ ସଫଳତା ହାସଲ କରିପାରିବେ ।

ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ମନସ୍ୱିନୀ ମହାରଣା କହିଛନ୍ତି," ଆଗକୁ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଏହା ଆମ ମନୋବଳ ବୃଦ୍ଧି କରିଛି । ଆଗକୁ ଉତ୍ସାହର ସହ ପ୍ରଶିକ୍ଷଣ ନେବା ପାଇଁ ଆଗ୍ରହ ବଢ଼ିବ"।

ସେହିଭଳି ପୁରୁଷ ବିଭାଗରେ ସଫଳତା ହାସଲ କରିଥିବା ଡ଼ି. ଶେଖର ରାଓ କହିଛନ୍ତି," ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ  ଉଦ୍ୟମ କରିଥିଲେ ମଧ୍ୟ ଷଷ୍ଠ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଆଗକୁ ଅଧିକ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ କରିବି" ।
Published by:Soumya Das
First published: