ସୁନ୍ଦରଗଡ଼ରୁ ସୁଦୂର ଟୋକିଓ ଅଲିମ୍ପିକ୍ସ… ଦିନେ ବାଉଁଶ ବାଡ଼ିରେ ଖେଳୁଥିଲେ ଅମିତ ରୋହିଦାସ

୨୦୦୪ରେ ପାନପୋଷ ସ୍ପୋର୍ଟସ୍ ହଷ୍ଟେଲରୁ ନିଜ କରିୟର ଆରମ୍ଭ କରିଥିବା ଓଡ଼ିଆ ଖେଳାଳି ଅମିତ ରୋହିଦାସ ଟୋକିଓ ଅଲିମ୍ପିକ୍ସରେ ଖେଳି ଦେଶର ବିଜୟୀ ଟିମର ଅଂଶ ହୋଇଥିବାର ଗୌରବ ଲାଭ କରିଛନ୍ତି । ତାଙ୍କ ସହ ବିରେନ୍ଦ୍ର ଲାକ୍ରା ବି ଥିଲେ ।

ଯୁବ ଡିଫେଣ୍ଡର୍ ଓଡ଼ିଆ ତାରକା ଅମିତ ରୋହିଦାସ

ଯୁବ ଡିଫେଣ୍ଡର୍ ଓଡ଼ିଆ ତାରକା ଅମିତ ରୋହିଦାସ

  • Share this:
News18 Odia Digital

ଭୁବନେଶ୍ୱର: ସୁନ୍ଦରଗଡ଼ରୁ ସୁଦୂର ଟୋକିଓ ଅଲିମ୍ପିକ୍ସ ଯାଏଁ ଯାତ୍ରା ଥିଲା ଖୁବ୍‌ ଲମ୍ବା ଓ ଅକ୍ଲାନ୍ତ ପରିଶ୍ରମରେ ଭରା । ହେଲେ ତା’ ପରେ ସଫଳତା ମିଳିଛି । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିଛି ଭାରତୀୟ ପୁରୁଷ ହକି ଦଳ । ‘‘ସେହି ପଦକ ଏବେ ମୋ’ ହାତରେ ଅଛି,’’ ଉତ୍ସାହର ସହ କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଯୁବ ଡିଫେଣ୍ଡର୍‌ ଓଡ଼ିଆ ତାରକା ଅମିତ ରୋହିଦାସ ।

ଟୋକିଓରୁ ନ୍ୟୁଜ୧୮ ଓଡ଼ିଆ ଡିଜିଟାଲକୁ ଏକ୍ସକ୍ୟୁସିଭ ସାକ୍ଷାତକାର ଦେଇ ରୋହିଦାସ କହିଛନ୍ତି ଯେ ସେମିଫାଇନାଲରେ ହାରିବା ପରେ ଭାରତୀୟ ଦଳ ନିରାଶ ହୋଇଥିଲା ସତ, କିନ୍ତୁ ପଦକ ପାଇଁ ଆଉ ଏକ ସୁଯୋଗକୁ ହାତଛଡା କରିବାକୁ ଚାହିଁ ନ ଥିଲା । ଭାରତୀୟ ଦଳରେ ଥିଲେ ଦୁଇ ଓଡ଼ିଆ ଖେଳାଳି – ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା । ବୀରେନ୍ଦ୍ର ଦ୍ଵିତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ବେଳେ ଅମିତଙ୍କର ଏହା ଥିଲା ଅଲିମ୍ପିକ୍ସରେ ପ୍ରଥମ ପଦାର୍ପଣ । ପ୍ରଥମ ଥର ଅଲିମ୍ପିକ୍ସରେ ଖେଳି ମେଡାଲ ହାତେଇବାରେ ସଫଳ ହୋଇଛନ୍ତି ଅମିତ । ଏହାକୁ ନେଇ ସେ ବେଶ ଉତ୍ସାହିତ ବୋଲି କହିଛନ୍ତି।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ ରହସ୍ୟ କ’ଣ ପାରଳା ରାଜମହଲର ୫ଟି ‘ଆତ୍ମହତ୍ୟା’ ପରି ଅସମାହିତ ରହିଯିବ?

‘‘କୋଭିଡ କାରଣରୁ ଦେଢ଼ ବର୍ଷ ସାଇ ହଷ୍ଟେଲରେ ରହି ଆମେ ଅଭ୍ୟାସ କରିଥିଲୁ । ଘରକୁ ଯାଇପାରି ନ ଥିଲୁ। ସେହି ପରିଶ୍ରମର ଫଳ ଆଜି ମିଳିଛି । ଅଲିମ୍ପିକ୍ସ ସୁଯୋଗ ସମସ୍ତଙ୍କୁ ମିଳି ନ ଥାଏ। ମୁଁ ଭାଗ୍ୟବାନ ମୋତେ ଏହି ସୁଯୋଗ ମିଳିଛି । ଆଉ ସେଥିରେ ଯୋଗଦାନ କରି ମୁଁ ସଫଳ ହୋଇଛି । ନିଜ ପରିଶ୍ରମ ସହ ରାଜ୍ୟବାସୀଙ୍କ ଭଲପାଇବା ଓ ପ୍ରାର୍ଥନା ଫଳରେ ଆମେ ଏହି ପଦକ ହାସଲ କରିଛୁ ।ସେଥି ପାଇଁ ସମସ୍ତଙ୍କୁ ଧନ୍ୟବାଦ,’’ କହିଛନ୍ତି ଅମିତ ରୋହିଦାସ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

ସେମିଫାଇନାଲରେ ହାରିବା ପରେ ଭାରତୀୟ ଦଳ ମନକୁ ସ୍ଥିର କରି ପଦକ ହାସଲ କରିବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲା ବୋଲି ସେ କହିଛନ୍ତି । ‘‘ଆମେ ସେହି ଅନୁସାରେ ଖେଳିଥିଲୁ,  ଆଉ ସେଥିରେ ସଫଳ ହେଲୁ,’’ କହିଛନ୍ତି ରୋହିଦାସ ।

ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ

ଜର୍ମାନୀ ବିପକ୍ଷ ମ୍ୟାଚରେ ଯେତେବେଳେ ପ୍ରଥମାର୍ଦ୍ଧରେ ୩-୩ ଗୋଲ୍‌ ଡ୍ର ଭାରତ ପାଇଁ ଏକ ଟର୍ଣ୍ଣିଂ ପଏଣ୍ଟ ଥିଲା । ତୃତୀୟ କ୍ୱାର୍ଟରରେ ପୁଣି ଏକ ଗୋଲ୍‌ ଦେଇ ୪-୩ରେ ଆଗୁଆ ରହିଥିଲା ଭାରତ । ‘‘ସେତେବେଳେ ଆମ ମନୋବଳ ଦୃଢ଼ ହୋଇଯାଇଥିଲା, ଆଉ ମ୍ୟାଚ୍‌ ଜିତିବାକୁ ହେବ ବୋଲି ଦୃଢ଼ ସଂକଳ୍ପ ନେଇ ଆମେ ଖେଳିଥିଲୁ,’’ କହିଛନ୍ତି ରୋହିଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ବାଙ୍ଗିରିପୋଷି ଘାଟିରେ ସିରିଜ୍ ଦୁର୍ଘଟଣା ହେଲା; ଟ୍ରକ୍ ଭାରସାମ୍ୟ ହରେଇ ୫ଟି ଗାଡ଼ିକୁ ପିଟିଲା

୨୦୦୪ରେ ପାନପୋଷ ସ୍ପୋର୍ଟସ ହଷ୍ଟେଲରୁ ନିଜ କରିୟର ଆରମ୍ଭ କରିଥିବା ରୋହିଦାସ ଟୋକିଓ ଅଲିମ୍ପିକ୍ସରେ ଖେଳି ଦେଶର ବିଜୟୀ ଟିମର ଅଂଶ ହୋଇଥିବାର ଗୌରବ ଲାଭ କରିଛନ୍ତି । ସେ ବାଉଁଶ ବାଡ଼ିରୁ ଖେଳ ଆରମ୍ଭ କରିଥିଲେ । ଏବେ ୧୫ରୁ ୨୦ ହଜାର ଟଙ୍କା ଦାମର ପ୍ରଫେସନାଲ୍‌ ହକି ଷ୍ଟିକ୍‌ ଅଛି ତାଙ୍କ ପାଖରେ । କଠିନ ପରିଶ୍ରମ ସହ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେକୌଣସି ବ୍ୟକ୍ତିକୁ ସଫଳତା ମିଳିପାରିବ ବୋଲି ସେ କହିଛନ୍ତି ।



୨୦୧୮ରେ ଓଡି଼ଶା ସରକାର ଭାରତୀୟ ହକି ଦଳର ପ୍ରଯୋଜକ ସାଜିବା ପରଠାରୁ ହକିରେ ଅନେକ ସୁଧାର ଆସିଛି। ଉନ୍ନତ ମାନର ଭିତ୍ତିଭୂମି ସହ ଉପଯୁକ୍ତ ପ୍ରଶିକ୍ଷଣ ସୁବିଧା ମିଳିଛି । କ୍ରିକେଟ୍‌ ଭଳି ହକି ପ୍ରତି ଆଗ୍ରହ ବଢି଼ଛି । ଲଗାତର ଭାବେ ଭାରତୀୟ ଦଳର ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏବେ ଅଲିମ୍ପିକ୍ସ ପଦକ ହାସଲ ପରେ ଭାରତୀୟ ଦଳ ପାଇଁ ଓ ଓଡ଼ିଶାର ଏହି ଦୁଇ ଖେଳାଳିଙ୍କ ପାଇଁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି ।
Published by:Anand S.T. Das
First published: