ଟୋକିଓ ପାରା ଅଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ (ଫାଇଲ୍ ଫଟୋ)
- News18 Odia
- Last Updated :
News18 Odia Digital
ଟୋକିଓ: ଆଜି ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଟୋକିଓରେ ଖେଳା ଯାଉଥିବା ପାରାଲିମ୍ପିକ୍ସରେ ଶନିବାର ଭାରତ ପାଇଁ ସେ ଅର୍ଜନ କରିଛନ୍ତି ସ୍ବର୍ଣ୍ଣ ପଦକ । ବ୍ୟାଡମିଣ୍ଟନ ଏକକ ବର୍ଗ ଏସଏଲ ୩ରେ ଭଗତ ଚାମ୍ପିଅନ ହୋଇ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହା ସହ ଭାରତ ଏଯାବତ ଚତୁର୍ଥ ସ୍ବର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛି, ଯାହା ଦେଶବାସୀଙ୍କୁ ଗର୍ବିତ କରୁଛି ।
୩୩ ବର୍ଷୀୟ ପ୍ରମୋଦ ଫାଇନାଲ ରାଉଣ୍ଡରରେ ଗ୍ରେଟ୍ ବ୍ରିଟେନ ପ୍ଲେୟାର ଡାନିଏଲ ବେଠଲଙ୍କୁ ୨-୦ରେ ହରାଇ ଗୋଲ୍ଡ ମେଡାଲ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି । ପ୍ରମୋଦ ୨୧-୧୪, ୨୧-୧୭ ବିପକ୍ଷ ଖେଳାଳିଙ୍କୁ ହରାଇ ସୃଷ୍ଟି କରିଛନ୍ତି ଇତିହାସ । ଏହି ଅବସରରେ ମୁଖ୍ୟ ମନ୍ତ୍ରୀ ଟ୍ବିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଅନେକ ସେଲିବିଟ୍ରି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଇଭେଣ୍ଟରେ ଭାରତର ଖେଳାଳି ମନୋଜ ସରକାର ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି, ଯାହାକୁ ମିଶାଇ ଏଯାବତ ଭାରତ ହାତରେ ଲାଗିଛି ମୋଟ୍ ୧୭ଟି ପଦକ । ଏଥର ପାରାଲିମ୍ପିକ୍ସରେ ୫୪ ଜଣିଆ ଖେଳାଳିଙ୍କ ମଧ୍ୟରୁ ହରିୟାଣାର ସର୍ବାଧିକ ୧୯ ଜଣ, ଉତ୍ତରପ୍ର ଦେଶରୁ ୮ଜଣ, ରାଜସ୍ଥାନରୁ ୬ ଜଣ ଖେଳାଳି ସାମିଲ ଅଛନ୍ତି।
Published by:Lipina Das
First published: