News 18 Odia Digital
ଇନ୍ଦୋର: କ୍ଲିନ ସ୍ୱିପ୍ର ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଇନ୍ଦୋରରେ ଖେଳିବ। ପୂର୍ବରୁ ଭାରତ ୨ଟି ମ୍ୟାଚ୍ ଜିତି ୨-୦ରେ ସିରିଜ୍ ଜିତିସାରିଛି । ଆଜି ବିଜୟ ହାସଲ କଲେ ଭାରତ ଦିନିକିଆ ମାନ୍ୟତା ତାଲିକାର ଶୀର୍ଷ ସ୍ଥାନ ଫେରିପାଇବ।
ଜାନୁଆରୀ ୧୮ରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍କୁ ୧୨ ରନ୍ରେ ଜିତିଥିଲା ଟିମ୍ ଇଣ୍ଡିଆ । ଏହାପରେ ୨ୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭାରତ ୮ ଓ୍ୱିକେଟ୍ରେ ପରାସ୍ତ କରିଛି । ଆଜି ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ ମଧ୍ୟପ୍ରଦେଶର ଇନ୍ଦୋର ହୋଲ୍କୋର କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ ମ୍ୟାଚ୍ ।
ତେବେ ଆଜି ଖେଳାଯିବାକୁ ଥିବା ମ୍ୟାଚ୍ରେ ବ୍ୟାଟିଂ ବିଭାଗରେ ଅପରିବର୍ତ୍ତିତ ରହିପାରେ । ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଜାଗାରେ ଉମ୍ରାନ ମଲିକ ଓ ସାହବାଜ ଅହମ୍ମଦଙ୍କୁ ସୁଯୋଗ ମିଳିପାରେ । ଆଗକୁ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ରହିଛି । ତେଣୁ ଉଭୟ ପେସ୍ ବୋଲରଙ୍କୁ ଉପଯୁକ୍ତ ବିଶ୍ରାମ ମିଳିପାରିବ । ସେହିପରି କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେଇ ୟୁଝବେନ୍ଦ୍ର ଚହଲଙ୍କୁ ଖେଳାଯାଇପାରେ ।
ସମ୍ଭାବ୍ୟ ଦଳଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ସର୍ଦୁଲ ଠାକୁର, କୁଲଦୀପ ଯାଦବ/ୟୁଝବେନ୍ଦ୍ର ଚହଲ, ସାହବାଜ ଅହମ୍ମଦ, ଉମ୍ରାନ ମଲିକ ।
ନ୍ୟୁଜିଲାଣ୍ଡ: ଫିନ ଆଲେନ, ଡେଭନ କନୱେ, ହେନରୀ ନିକୋଲ୍ସ/ମାର୍କ ଚାପମାନ, ଡାରିଲ ମିଚେଲ, ଟମ ଲାଥମ(ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର, ଡଗ ବ୍ରେସୱେଲ/ହେନରୀ ସିପଲି/ଜାକବ ଡଫି, ଲୋକି ଫର୍ଗୁସନ, ବ୍ଲେୟାର ଟିକ୍ନର
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।