ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ଆସନ୍ତା ବର୍ଷ କଟକର ବାରବାଟି ଷ୍ଟାଡିୟମକୁ ଫେରିବ IPL! ୨୫ ତାରିଖରେ ଦୁବାଇରେ ହେବ ନିଷ୍ପତ୍ତି

ଆସନ୍ତା ବର୍ଷ କଟକର ବାରବାଟି ଷ୍ଟାଡିୟମକୁ ଫେରିବ IPL! ୨୫ ତାରିଖରେ ଦୁବାଇରେ ହେବ ନିଷ୍ପତ୍ତି

Next year’s IPL matches may be held at Cuttack Barabati stadium | ନୂଆ କରି ଦୁଇଟି ଟିମ୍ ସାମିଲ ହେବା ପରେ ୨୦୨୨ରେ IPLରେ ମୋ’ଟ ଟିମ୍ ସଂଖ୍ୟା ୧୦ ହେବ । ନୂଆ ଭେନ୍ୟୁ ପାଇଁ ଦେଶରେ ଚୟନ କରାଯାଇଥିବା ଛଅଟି ଷ୍ଟାଡିୟମ୍ ମଧ୍ୟରେ ବାରବାଟି ଷ୍ଟାଡିୟମ୍ ବି ସାମିଲ ହୋଇଛି ।

ଆସନ୍ତା ବର୍ଷ କଟକର ବାରବାଟି ଷ୍ଟାଡିୟମକୁ ଫେରିବ IPL! ୨୫ ତାରିଖରେ ଦୁବାଇରେ ହେବ ନିଷ୍ପତ୍ତି
ବାରବାଟି ଷ୍ଟାଡିୟମ୍
  • News18 Odia
  • Last Updated: October 24, 2021, 1:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: ୨୦୨୨ରେ ବାରବାଟି ଷ୍ଟାଡିଅମକୁ ଫେରିବ ଆଇ.ପି.ଏଲ୍‌.! ଏଥର କିନ୍ତୁ ପୂର୍ବ ଭଳି ଅସ୍ଥାୟୀ ନୁହେଁ, ବରଂ ସମ୍ପୂର୍ଣ୍ଣ ସ୍ଥାୟୀ ଭାବରେ ଫେରିବ । ଓଡ଼ିଶା ମାଟିରେ ବ୍ୟବସାୟ କରୁଥିବା ଜିନ୍ଦଲ୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର୍‌ ବା ଜେ.ଏସ୍‌.ପି.ଏଲ୍. ଏବେ ଆଇ.ପି.ଏଲ୍‌. ବିଡ଼ିଂ ପ୍ରକ୍ରିୟାରେ ସାମିଲ ହୋଇ କଟକକୁ ଆଧାର କରି ଏକ ଫ୍ରାଞ୍ଚାଇଜ୍ ନେବାକୁ ଇଚ୍ଛା ପ୍ରକାଶ କରୁଥିବା ଖବର ପରେ ଏହି ଚର୍ଚ୍ଚା ଜୋର ଏବେ ଧରିଛି ।

ଜେ.ଏସ୍‌.ପି.ଏଲ୍. ୧୦ ଲକ୍ଷ ଟଙ୍କା ବ୍ୟୟରେ ଫ୍ରାଞ୍ଚାଇଜ୍‌ ବିଡିଂ ପାଇଁ ଆବଶ୍ୟକୀୟ କାଗଜପତ୍ର କିଣି ସାରିଛି । ତା’ ସହିତ ଜେ.ଏସ୍‌.ପି.ଏଲ୍. ଆସନ୍ତା ୨୫ ତାରିଖରେ ଦୁବାଇରେ ହେବାକୁ ଥିବା ପ୍ରାଞ୍ଚାଇଜ୍‌ ନିଲାମିରେ ବି ସାମିଲ ହେବାକୁ ଯାଉଥିବା ଜଣା ପଡ଼ିଛି । ଜେ.ଏସ୍‌.ପି.ଏଲ୍‌. ସହିତ ୨୦ଟି କମ୍ପାନୀ ଏହି ବିଡ଼ିଂ ପ୍ରକ୍ରିୟାରେ ସାମିଲ ହେଉଥିଲେ ବି ଜେ.ଏସ୍‌.ପି.ଏଲ୍‌. କଟକ ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣା ପଡ଼ିଛି ।

ଏହା ବି ପଢ଼ନ୍ତୁ | T20 World Cup: କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉପରେ ଚିଡ଼ିଗଲେ ବିରାଟ କୌହଲି; କହିଲେ ‘‘ମସଲା ଦେବିନି’’

‘‘ଜେ.ଏସ୍‌.ପି.ଏଲ୍‌. ସହିତ ୨୦ଟି କମ୍ପାନୀ ଏହି ବିଡିଂରେ ସାମିଲ‌ ହେଉଛନ୍ତି । ଅନ୍ୟ କେହି ବି କଟକ ପାଇଁ ବିଡ୍‌ କରି ପାରନ୍ତି । ଯେ କେହି ବି କଟକ ନାଁରେ ଏକ ପ୍ରାଞ୍ଚାଇଜ୍ କିଣନ୍ତୁ କିମ୍ବା କଟକକୁ ହୋମ୍‌ ଗ୍ରାଉଣ୍ଡ୍‌ କରନ୍ତୁ, ଓ.ସି.ଏ. ସମ୍ପୃକ୍ତ ସଂସ୍ଥାକୁ ନିଜ ପକ୍ଷରୁ ସବୁ ସହଯୋଗ ଦେବ,’’ କହିଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓ.ସି.ଏ.) ସମ୍ପାଦକ ସଞ୍ଜୟ ବେହେରା ।

ବାରବାଟି ଷ୍ଟାଡିୟମର ଭିତ୍ତିଭୂମି ଆନ୍ତର୍ଜାତୀୟ ସ୍ତରର ।


ଏହା ବି ପଢ଼ନ୍ତୁ | T20 World Cup: ଟି୨୦ର ୪୨୫ ୱିକେଟ୍ ,୭୦୦ ରନ୍ ବି ବେକାର୍! ଏମାନଙ୍କୁ ଟିମରେ ମିଳିଲାନି ଜାଗା

କ୍ରିକେଟର ସବୁଠାରୁ ଲୋକପ୍ରୀୟ ଲିଗ୍‌ ଭାବେ ଆଇ.ପି.ଏଲ୍‌.ର ଖ୍ୟାତି ସମଗ୍ର ବିଶ୍ବରେ ରହିଛି । ଆସନ୍ତା ଆଇ.ପି.ଏଲ୍‌.ରେ ନୂଆ କରି ଦୁଇଟି ଟିମ୍‌ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି । ଫଳ ସ୍ବରୂପ ୨୦୨୨ରେ ଆଇ.ପି.ଏଲ୍‌.ରେ ଭାଗ ନେବାକୁ ଥିବାରୁ ମୋ’ଟ ଟିମ୍‌ ସଂଖ୍ୟା ୧୦କୁ ବୃଦ୍ଧି ପାଇବ । ଏଥି ପାଇଁ ନୂଆ ଭେନ୍ୟୁ ପାଇଁ ଦେଶର ଛଅଟି ଷ୍ଟାଡିୟମକୁ ଚୟନ କରାଯାଇଛି । ସେହି ଛଅଟି ଷ୍ଟାଡିୟମ୍‌ ମଧ୍ୟରେ କଟକର ବାରବାଟି ବି ସାମିଲ ହୋଇଛି ।

ଏହା ବି ପଢ଼ନ୍ତୁ | Reliance Jio Q2 Result: ଲାଭ ବଢ଼ି ୩,୭୨୮ କୋଟି ଟଙ୍କା ହେଲା; ARPU ହେଲା ୧୪୩.ଟଙ୍କା

‘‘ବାରବାଟି ଷ୍ଟାଡିୟମର ଭିତ୍ତିଭୂମି ଆନ୍ତର୍ଜାତୀୟ ସ୍ତରର ଓ ଏହା ଆଇ.ପି.ଏଲ୍‌. ପାଇଁ ଏକ ଆଦର୍ଶ ଗ୍ରାଉଣ୍ଡ୍‌ । କଟକ ଆଇ.ପି.ଏଲ୍‌. ଭେନ୍ୟୁ ହେଲେ ଏହା ରାଜ୍ୟ କ୍ରିକେଟର ବିକାଶକୁ ଏକ ନୂଆ ଗତି ପ୍ରଦାନ କରିବ,’’ କହିଛନ୍ତି କ୍ରିକେଟ ସମୀକ୍ଷକ ପୱନ ଅଗ୍ରୱାଲ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | VIDEO: ପ୍ରେମ ବିବାହ ପରେ ବାପାଙ୍କୁ କହୁଛି ଝିଅ, ‘‘ମୋତେ ଟର୍ଚ୍ଚର୍ କରନି; ଦିନ ହେଲା କିଛି ଖାଇନି’’

ସବୁ କିଛି ନିର୍ଭର କରୁଛି ଆସନ୍ତା ୨୫ ତାରିଖ ଦିନ ଦୁବାଇରେ ହେବାକୁ ଥିବା ଆଇ.ପି.ଏଲ୍‌. ଫ୍ରାଞ୍ଚାଇଜ୍‌ ନିଲାମି ଉପରେ । ଯଦି ଜେ.ଏସ୍‌.ପି.ଏଲ୍‌. କିମ୍ବା ଅନ୍ୟ କୌଣସି କମ୍ପାନୀ କଟକକୁ ଫ୍ରାଞ୍ଚାଇଜ ଭାବେ ଗ୍ରହଣ କରନ୍ତି ତେବେ ଓଡ଼ିଶା କ୍ରିକେଟ୍‌ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଯିବ ।
Published by: Anand S.T. Das
First published: October 24, 2021, 12:00 AM IST