- News18 Odia
- Last Updated :
- New Delhi, India
News 18 Odia Digital
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପର ୧୮ତମ ମ୍ୟାଚରେ ନେଦରଲ୍ୟାଣ୍ଡ ଟିମ୍ ଐତିହାସିକ ବିଜୟ ହାସଲ କରିଛି । ପୁଲ ସି’ର ଶେଷ ମ୍ୟାଚରେ ନେଦରଲ୍ୟାଣ୍ଡ ଟିମ୍ ଚିଲ୍ଲି ବିପକ୍ଷରେ ଏକ ବୃହତ ବିଜୟ ହାସଲ କରିଛି। ଚିଲ୍ଲିକୁ ୧୪-୦ରେ ହରାଇ ବିଶ୍ୱକପରେ ନୂଆ ରେକର୍ଡ ସୃଷ୍ଟି କରିଛି ଡଚ୍ ଟିମ୍ । ପ୍ରଥମ ୱାର୍ଲଡ କପ ଖେଳୁଥିବା ଏହି ଦକ୍ଷିଣ ଆମେରିକୀୟ ଟିମକୁ ହରାଇ ପୁଲ ସି’ର ଶୀର୍ଷରେ ରହିଛି ନେଦରଲ୍ୟାଣ୍ଡ।
ନେଦରଲ୍ୟାଣ୍ଡ ଏବଂ ଚିଲ୍ଲି ମଧ୍ୟରେ ଖେଳାଯାଇଥିବା ମ୍ୟାଚର ସପ୍ତମ ମିନିଟରେ ନେଦରଲ୍ୟାଣ୍ଡ ଟିମ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା । ଷ୍ଟ୍ରାଇକର ଜାନସେନ ଟିମ ପାଇଁ କରିଥିଲେ ପ୍ରଥମ ଗୋଲ । ପ୍ରଥମ କ୍ୱାର୍ଟରେ ଡଚ୍ ଟିମ ୧-୦ରେ ଆଗକୁ ରହିଥିଲା । ଦ୍ୱିତୀୟ କ୍ୱାର୍ଟର ଶେଷ ପରେ ଡଚ୍ ଟିମ ୫-୦ରେ ଆଗରେ ରହିଥିଲା । ନେଦରଲ୍ୟାଣ୍ଡ ଏବଂ ଚିଲ୍ଲି ମଧ୍ୟରେ ଖେଳାଯାଇଥିବା ମ୍ୟାଚର ସପ୍ତମ ମିନିଟରେ ନେଦରଲ୍ୟାଣ୍ଡ ଟିମ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା । ପ୍ରଥମ କ୍ୱାର୍ଟରେ ଡଚ୍ ଟିମ ୧-୦ରେ ଆଗକୁ ରହିଥିଲା । ତୃତୀୟ କ୍ୱାର୍ଟର ଶେଷ ପରେ ଡଚ୍ ଟିମ ଏହି ବ୍ୟବଧାନକୁ ୧୧-୦ କରିଥିଲା । ଶେଷ କ୍ୱାର୍ଟରେ ନେଦରଲ୍ୟାଣ୍ଡ ଟିମ୍ ଆଉ ତିନିଟି ଗୋଲ ଦେଇ ଚିଲ୍ଲିରୁ ୧୪-୦ରେ ହରାଇବାରେ ସଫଳ ହୋଇଥିଲା । ମ୍ୟାଚରେ ଜାନସେନ ୪ଟି ଗୋଲ କରିଥିବା ବେଳେ ଡଚ୍ ଟିମର ଅଧିନାୟକ ବ୍ରିଙ୍କମନ ହ୍ୟାଟ୍ରିକ୍ ମାରିଥିଲେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।