ସେମିଫାଇନାଲରେ ଏଣ୍ଟ୍ରି କଲେ ଭାରତୀୟ ବକ୍ସର ନୀତୁ
News18 Odia Digital
Neetu Ghanghas at CWG 2022: କମନୱେଲଥ ଗେମ୍ସ ୨୦୨୨ (୪୫-୪୮ କିଲୋଗ୍ରାମ)ରେ ମହିଳା ବକ୍ସିଂର ସେମିଫାଇନାଲ ମ୍ୟାଚରେ ଭାରତୀୟ ବକ୍ସର ନୀତୁ ଘଙ୍ଗାସ୍ ଜିତିଛନ୍ତି। ଏହି ମ୍ୟାଚରେ ସେ କାନାଡାର ପ୍ରିୟଙ୍କା ଢିଲ୍ଲୋନଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ସହ ବକ୍ସିଂରେ ଭାରତର ପ୍ରଥମ ରୌପ୍ୟ ପଦକ ମଧ୍ୟ ନିଶ୍ଚିତ ହୋଇଛି।
ତୃତୀୟ ରାଉଣ୍ଡରେ କାନାଡାର ବକ୍ସରଙ୍କ ଉପରେ ନୀତୁ ଏତେଗୁଡ଼ିଏ ମୁକ୍କା ମାରିଥିଲେ ଯେ ରେଫରିଙ୍କୁ ଖେଳ ବନ୍ଦ କରି ନୀତୁଙ୍କୁ ବିଜେତା ଘୋଷଣା କରିବାକୁ ପଡ଼ିଲା। ଏହାପୂର୍ବରୁ କ୍ୱାର୍ଟର ଫାଇନାଲ ମ୍ୟାଚରେ ମଧ୍ୟ ନିତୁ ସମାନ ଢ଼ଙ୍ଗରେ ଜିତିଥିଲେ।
୨୧ ବର୍ଷୀୟା ନୀତୁ ପ୍ରଥମ ଥର ପାଇଁ କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରୁଛନ୍ତି ସେ ଭାରତୀୟ କିମ୍ବଦନ୍ତୀ ବକ୍ସର ମେରି କମଙ୍କ ଭାଟ୍ ବର୍ଗରେ ଖେଳୁଛନ୍ତି। ତାଙ୍କର ପ୍ରଥମ କମନୱେଲଥ ଗେମ୍ସରେ ସେ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରି ଏକ ଦୃଢ଼ ପ୍ରଦର୍ଶନ କରିଛନ୍ତି। କ୍ୱାର୍ଟର ଫାଇନାଲ ମ୍ୟାଚରେ ନୀତୁ ଆଇଲ୍ୟାଣ୍ଡର ବକ୍ସର କ୍ଲାଇଡ ନିକୋଲଙ୍କ ଉପରେ ଏପରି ମୁକ୍କା ମାରିଥିଲେ ଯେ ତାଙ୍କୁ ଦୁଇ ରାଉଣ୍ଡ ପରେ ବିଜେତା ଘୋଷିତ କରାଯାଇଥିଲା।
ନୀତୁ ହରିୟାଣାର ଭବାନୀ ଜିଲ୍ଲାର ଧାନାନା ଗାଁର। ସେ ପ୍ରତିଦିନ ତାଲିମ ପାଇଁ ନିଜ ଗାଁଠାରୁ ୨୦ କିଲୋମିଟର ଦୂରରେ ଥିବା ଧାନନାରେ ଥିବା ବକ୍ସିଂ କ୍ଲବକୁ ଯାଉଥିଲେ। ନୀତୁଙ୍କୁ ବକ୍ସର କରିବା ପାଇଁ ତାଙ୍କ ପିତା ତାଙ୍କ ଚାକିରିକୁ ମଧ୍ୟ ବିପଦରେ ପକାଇ ଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।