ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ଜିତିଲେ ନୀରଜ ଚୋପ୍ରା

ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ଇଭେଣ୍ଟରେ ସେ ପଦକ ଜିତିଥିବା ପ୍ରଥମ ଭାରତୀୟ।

ନୀରଜ ଚୋପ୍ରା (ପ୍ରତୀକାତ୍ମକ ଛବି)

ନୀରଜ ଚୋପ୍ରା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଅଲିମ୍ପିକ୍ ଚାମ୍ପିଅନ୍ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ ର ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ଇଭେଣ୍ଟରେ ସେ ପଦକ ଜିତିଥିବା ପ୍ରଥମ ଭାରତୀୟ।  ସେ ୮୭.୫୯ ମିଟର ଶ୍ରେଷ୍ଠ ଥ୍ରୋ ସହିତ ର ଏହି ପଦକ ଜିତିଛନ୍ତି। ୧୯ ବର୍ଷ ପରେ ଭାରତ ଟୁର୍ନାମେଣ୍ଟରେ ପଦକ ପାଇଛି। ଏହାପୂର୍ବରୁ ୨୦୦୩ରେ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଦ୍ୱିତୀୟ ପ୍ରୟାସରେ ୮୨.୩୯ ମିଟର ଫିଙ୍ଗିଥିବା ବେଳେ ନୀରଜ ଚୋପ୍ରାଙ୍କ ପ୍ରଥମ ପ୍ରୟାସ ଖରାପ ଥିଲା।  ଏହା ତାଙ୍କର ସର୍ବୋତ୍ତମ ପ୍ରଦର୍ଶନଠାରୁ ବହୁ ଦୂରରେ ଥିଲା। ଅନ୍ୟପକ୍ଷରେ ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ପ୍ରଥମ ପ୍ରୟାସରେ ୯୦ ମିଟର ଅତିକ୍ରମ କରିଥିଲେ। ସେ ଲଗାତାର ତିନିଟି ପ୍ରୟାସରେ ୯୦.୪୬, ୯୦.୨୧ ଓ ୯୦.୪୬ମିଟର ଫିଙ୍ଗି ନିଜ ପଦକକୁ ନିଶ୍ଚିତ କରିଥିଲେ।

ତୃତୀୟ ପ୍ରୟାସରେ ନୀରଜ ତାଙ୍କ ପ୍ରଦର୍ଶନକୁ ଉନ୍ନତ କରିଥିଲେ। ସେ ୮୬.୩୭ମିଟର ଥ୍ରୋ ସହିତ ଚତୁର୍ଥ ନମ୍ବରରେ ପହଞ୍ଚିଥିଲେ। ଭାରତୀୟ ତାରକା ୮୮.୧୩ ମିଟର ଥ୍ରୋ ସହିତ ଚତୁର୍ଥ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅଲିମ୍ପିକ୍ସ ଅପେକ୍ଷା ନୀରଜଙ୍କ ପ୍ରଦର୍ଶନ ଆହୁରି ଭଲ ଥିଲା। ସେ ଅଲିମ୍ପିକ୍ସରେ ୮୭.୫୮ ମିଟର ଜାଭେଲିନ୍ ଥ୍ରୋ ସହିତ ସ୍ୱର୍ଣ୍ଣ ପଦକ ଜିତିଥିଲେ। ବର୍ତ୍ତମାନ ଚେକ୍ ରିପବ୍ଲିକର ଜାକବ ଭାଡଲେଜ୍ ତିନି ନମ୍ବରରେ ପହଞ୍ଚିଛନ୍ତି।  ସେ ଷଷ୍ଠ ରାଉଣ୍ଡରେ ଫାଉଲ ହୋଇଥିଲେ।

ଅନ୍ୟପକ୍ଷରେ, ଗ୍ରେନାଡାର ଆଣ୍ଡରସନ ପିଟର୍ସ ସ୍ୱର୍ଣ୍ଣ ପଦକ ପାଇଛନ୍ତି, ଯିଏ କ୍ରମାଗତ ଦ୍ୱିତୀୟ ପ୍ରମୁଖ ଇଭେଣ୍ଟରେ ନୀରଜଙ୍କଠାରୁ ସ୍ୱର୍ଣ୍ଣ ଛଡ଼ାଇ ନେଇଥିଲେ।

ସୂଚନାଯୋଗ୍ୟ ଯେ ଆଣ୍ଡରସନ ପିଟର୍ସଙ୍କୁ ନୀରଜ ଚୋପ୍ରା ଅନେକ ଥର ପରାସ୍ତ କରିଛନ୍ତି, କିନ୍ତୁ ଚଳିତ ବର୍ଷ ସେ ଭଲ ଫର୍ମରେ ଅଛନ୍ତି। ଷ୍ଟକହୋମ ଡାଇମଣ୍ଡ ଲିଗରେ ନୀରଜ ଓ ପିଟର୍ସ ସଂଘର୍ଷ କରିଥିଲେ। ନୀରଜ ୮୯.୯୪ ମିଟର ଫିଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ, କିନ୍ତୁ ପିଟର୍ସ ୯୦.୩୧ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ଚୋପ୍ରାଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଲା। ଚଳିତ ବର୍ଷ ଦୋହା ଡାଇମଣ୍ଡ ଲିଗରେ ଆଣ୍ଡରସନ ପିଟର୍ସ ୯୩.୦୭ ମିଟର ଫିଙ୍ଗିଥିଲେ।
Published by:Soumya Das
First published: