News 18 Odia Digital
ନୂଆଦିଲ୍ଲୀ; ଅଲିମ୍ପିକ୍ ଚାମ୍ପିଅନ୍ ଜାଭେଲିନ୍ ଥ୍ରୋୱେର ନୀରଜ ଚୋପ୍ରା ଶୁକ୍ରବାର ପୁଣି ଥରେ ଇତିହାସ ସୃଷ୍ଟି କରିଛନ୍ତି । ଡାଇମଣ୍ଡ ଲିଗ୍ ମିଟର ଲୁସାନେ ଷ୍ଟେଜ୍ ଟାଇଟଲ୍ ଜିତିବାରେ ନୀରଜ ପ୍ରଥମ ଭାରତୀୟ ହୋଇଛନ୍ତି । ଏହା ସହ ସେ ସେପ୍ଟେମ୍ବର ୭ ଓ ୮ ରେ ଜ୍ୟୁରିଖରେ ଡାଇମଣ୍ଡ ଲିଗର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଏହା ସହିତ ସେ ୨୦୨୩ ମସିହାରେ ହଙ୍ଗେରୀର ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଚାମ୍ପିଅନସିପ୍ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ।
୨୪ ବର୍ଷୀୟ ନୀରଜ ଚୋପ୍ରା ଏହି ଟାଇଟଲ୍ ହାସଲ କରିବାର ପ୍ରଥମ ପ୍ରୟାସରେ ଜାଭେଲିନକୁ ୮୯.୦୮ ମିଟର ଦୂରରେ ଫିଙ୍ଗିଥିଲେ । ଏହା ତାଙ୍କ କ୍ୟାରିୟରର ତୃତୀୟ ଶ୍ରେଷ୍ଠ ପ୍ରୟାସ । ଆହତ କାରଣରୁ ସେ ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଅଂଶଗ୍ରହଣ କରିପାରିନଥିଲେ । ହରିୟାଣାର ପାନିପଥରୁ ଆସିଥିବା ଚୋପ୍ରା ପ୍ରଥମ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି । ଚୋପ୍ରାଙ୍କ ପୂର୍ବରୁ ଡିସ୍କସ୍ ଥ୍ରୋୱେର ବିକାଶ ଗୌଡା ଏକମାତ୍ର ଭାରତୀୟ ଭାବେ ଡାଇମଣ୍ଡ ଲିଗ୍ ମିଟରେ ଶ୍ରେଷ୍ଠ ତିନିରେ ସ୍ଥାନିତ କରିଛନ୍ତି ।
୧୫ ବର୍ଷୀୟ ଲିନ୍ଥାଇ ଚାନାମ୍ବାମ ଐତିହାସିକ ଜୁଡୋ ସ୍ୱର୍ଣ୍ଣ ପଦକ ଜିତିଛନ୍ତିବୋସନିଆ-ହର୍ଜେଗୋଭିନା ସାରାଜେଭୋରେ ଚାଲିଥିବା ବିଶ୍ୱ କ୍ୟାଡେଟ୍ ଜୁଡୋ ଚାମ୍ପିଅନସିପରେ ଭାରତର ଲିନ୍ଥାଇ ଚାନାମ୍ବାମ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଯେକୌଣସି ବୟସ ବର୍ଗରେ ପଦକ ଜିତିଥିବା ଲିନ୍ଥାଇ ଦେଶର ପ୍ରଥମ ଖେଳାଳି ହୋଇଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।