ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»ହଠାତ୍ ଅସୁସ୍ଥ ହୋଇପଡ଼ିଲେ Olympics ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା; ହସପିଟାଲରେ ଭର୍ତ୍ତି କରାଗଲା

ହଠାତ୍ ଅସୁସ୍ଥ ହୋଇପଡ଼ିଲେ Olympics ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା; ହସପିଟାଲରେ ଭର୍ତ୍ତି କରାଗଲା

Olympics gold medallist Neeraj Chopra hospitalised | ନୀରଜ ଚୋପ୍ରାଙ୍କ ପରିବାର ଓ ସାଙ୍ଗମାନେ କହିଛନ୍ତି ଯେ ପାନିପତରେ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱାଗତ ସମାରୋହ ଚାଲିଥିବା ବେଳେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା ।

ହଠାତ୍ ଅସୁସ୍ଥ ହୋଇପଡ଼ିଲେ Olympics ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା; ହସପିଟାଲରେ ଭର୍ତ୍ତି କରାଗଲା
ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା
  • News18 Odia
  • Last Updated: August 17, 2021, 11:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ (Tokyo Olympics 2020) ସ୍ୱର୍ଣ୍ଣ ପଦକ ଜିତିଥିବା ଜାଭେଲିନ୍ ଫିଙ୍ଗାଳୀ ନୀରଜ ଚୋପ୍ରା (Neeraj Chopra) ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ହରିୟାଣାର ପାନିପତରେ ଏକ ଡାକ୍ତରଖାନାକୁ ନେବାକୁ ପଡି଼ଛି । ପାନିପତରେ ମଙ୍ଗଳବାର ଦିନ ଏକ ସ୍ୱାଗତ ସମାରୋହରେ ଭାଗ ନେଉଥିବା ବେଳେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା ।

ସ୍ୱାଗତ ସମାରୋହ ଚାଲିଥିବା ବେଳେ ସେଠାରେ ମୁଖ୍ୟ ଅତିଥି ଭାବେ ବସିଥିବା ନୀରଜ ଚୋପ୍ରାଙ୍କୁ ହଠାତ୍ ଉଚ୍ଚ ଜ୍ୱର ଆସିଥିଲା ବୋଲି ଜଣାପଡ଼ିଛି । ତା’ ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ନୀରଜ ଚୋପ୍ରାଙ୍କୁ କିଛି ଦିନ ପୂର୍ବରୁ ବି ଜ୍ୱର ଆସିଥିଲା, କିନ୍ତୁ ତାଙ୍କର କରୋନା ଟେଷ୍ଟ କରାଯିବା ପରେ ସେ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା । ଉଚ୍ଚ ଜ୍ୱରରେ ଆକ୍ରାନ୍ତ ହୋଇ ବି ନୀରଜ ଚୋପ୍ରା ସ୍ୱାଧୀନତା ଦିବସ (Independence Day 2021) କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନୀରଜ ଚୋପ୍ରାଙ୍କ ପରିବାର ଓ ସାଙ୍ଗମାନେ କହିଛନ୍ତି ଯେ ପାନିପତରେ ତାଙ୍କ ସମ୍ମାନ ଉଦ୍ଦେଶ୍ୟରେ ଆୟୋଜିତ ଏକ ସ୍ୱାଗତ ସମାରୋହ ଚାଲିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା (Neeraj Chopra Rushed to Hospital)। ମଙ୍ଗଳବାର ସକାଳେ ସେ ଦିଲ୍ଲୀରୁ ପାନିପତ ଏକ କାର୍‌ ରାଲିରେ  ଆସିଥିଲେ । ପାନିପତରେ ପହଞ୍ଚିବାକୁ ସେମାନଙ୍କୁ ଛଅ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ​ ।

ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ

ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲେ । ସେ ଟ୍ରାକ ଓ ଫିଲ୍ଡରେ ଭାରତ ପାଇଁ ଏକ ଅଲିମ୍ପିକ୍ ପଦକ ଜିତିଥିବା ପ୍ରଥମ ଖେଳାଳି ହୋଇଥିଲେ । ନୀରଜ ଚୋପ୍ରା ୮୭.୫୮ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଯୋଗ୍ୟତା ରାଉଣ୍ଡରରେ ନୀରଜ ଚୋପ୍ରା ମଧ୍ୟ ଏକ ନମ୍ବର ସ୍ଥାନ ହାସଲ କରି ଫାଇନାଲରେ ଇତିହାସ ସୃଷ୍ଟି କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ବାଙ୍ଗିରିପୋଷି ଘାଟିରେ ସିରିଜ୍ ଦୁର୍ଘଟଣା ହେଲା; ଟ୍ରକ୍ ଭାରସାମ୍ୟ ହରେଇ ୫ଟି ଗାଡ଼ିକୁ ପିଟିଲା

ନୀରଜ ଚୋପ୍ରା ଟୋକିଓରୁ ଭାରତ ଫେରିବା ଦିନଠାରୁ ଅସୁସ୍ଥ ହେଉଛନ୍ତି । ତାଙ୍କୁ କ୍ରମାଗତ ଭାବେ ଜ୍ୱର ହେଉଛି । ସେ ନିଜ କୋଭିଡ୍-୧୯ ପରୀକ୍ଷା ମଧ୍ୟ କରାଇଥିଲେ, ଯେଉଁଥିରେ ସେ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା ।

ଏହା ବି ପଢ଼ନ୍ତୁ | ବନ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ: ବିଦ୍ୟାଙ୍କୁ ଘଣ୍ଟା ଜେରାରୁ ମିଳିଲାନି ବିଶେଷ କିଛି; ମୋବାଇଲରେ ଫଟୋର ରହସ୍ୟ ?

ନୀରଜ ଚୋପ୍ରା ୧୫ ଅଗଷ୍ଟରେ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ତା’ ପର ଦିନ ଏକ ଜଳଖିଆ କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ (PM Narendra Modi) ଭେଟିଥିଲେ। ପିଏମ ମୋଦୀ ନୀରଜଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ଚୁର୍ମା ଖାଇବାକୁ ଦେଇଥିଲେ ।



ସେହି କାର୍ଯ୍ୟକ୍ରମରେ ପ୍ରଧାନ ମନ୍ତ୍ରୀ ପି.ଭି. ସିନ୍ଧୁଙ୍କୁ ଆଇସ କ୍ରିମ୍ (PV Sindhu ice cream) ବି ଖାଇବାକୁ ଦେଇଥିଲେ। ପ୍ରଧାନ ମନ୍ତ୍ରୀ ମୋଦୀ ସିନ୍ଧୁଙ୍କୁ ପୂର୍ବକୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଭାରତ ଫେରିବା ପରେ ତାଙ୍କୁ ନିଶ୍ଚିତ ଭାବେ ଆଇସ କ୍ରିମ ଖାଇବାକୁ ଦେବେ ।
Published by: Anand Shankar Thankur Das
First published: August 17, 2021, 11:08 PM IST