News18 Odia Digital
ଭୁବନେଶ୍ୱର: ଓଡିଶାରେ ହକିର ଗୌରବମୟ ଇତିହାସ ଏବଂ ରାଜ୍ୟରେ କ୍ରମାଗତ ଦୁଇଟି ପୁରୁଷ ହକି ବିଶ୍ୱକପ୍ ଆୟୋଜନ ବାବଦରେ NCERT ପୁସ୍ତକରେ ଅନ୍ତର୍ଭୁକ୍ତ ହେବ।
ଓଡ଼ିଶାରେ FIH ହକି ପୁରୁଷ ବିଶ୍ୱକପ -୨୦୨୩ର ସୁଗମ ସଂଗଠନ ପାଇଁ ଏକ ସର୍ବଦଳୀୟ ବୈଠକରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ପ୍ରକାଶ କରିଛନ୍ତି।
ମେଗା କ୍ରୀଡା ଇଭେଣ୍ଟରେ ଓଡିଶାର ପରମ୍ପରା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଅନୁରୋଧ କରିଛନ୍ତି।
“ଗତ ଅଲିମ୍ପିକ୍ସରେ ଓଡିଶାର ୭ ଜଣ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ୱ କରିବା ପାଇଁ ରାଜ୍ୟ ସରକାର ଓ ଆମେ ସମସ୍ତେ ୨୦୩୬ ସୁଦ୍ଧା ଓଡିଶାରେ ଅତି କମରେ ୧୦୦ଜଣ ଭଲ ଗୁଣବତ୍ତା ଆଥଲେଟ୍ ସୃଷ୍ଟି କରିବାକୁ ଚେଷ୍ଟା କରିବା ଉଚିତ୍ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
FIH ହକି ପୁରୁଷ ବିଶ୍ୱକପ -୨୦୨୩ ପାଇଁ ଦୁଇଟି ସ୍ଥାନ ଭୁବନେଶ୍ୱର ଏବଂ ରାଉରକେଲାରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଲୋକଙ୍କ ଅଂଶଗ୍ରହଣ ଉପରେ କେନ୍ଦ୍ର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ମେଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ୧୬ ଟି ଦେଶର ଭାଷାରେ ଓଡିଶାର ସଂସ୍କୃତି ଏବଂ ଇତିହାସ ଉପରେ କଫି ଟେବୁଲ୍ ପୁସ୍ତକ ପ୍ରସ୍ତୁତ କରିବାକୁ ସେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।
ପୁରୁଷ ହକି ବିଶ୍ୱକପ୍ର ପ୍ରୋତ୍ସାହନ ପାଇଁ ରାଉରକେଲା-ଭୁବନେଶ୍ୱର ରେଳ ଲାଇନର ବ୍ରାଣ୍ଡିଂ ପାଇଁ ସେ ପରାମର୍ଶ ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟର ଖେଳାଳିମାନଙ୍କୁ ଆମର ହସ୍ତତନ୍ତ ସାମଗ୍ରୀ ଉପହାର ଦେବା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଖେଳାଳିଙ୍କୁ ମିଲେଟ ଭିତ୍ତିକ ଖାଦ୍ୟ ପରିବେଷଣ କରାଯିବା ଉଚିତ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।