TVରେ ଅଲିମ୍ପିକ୍ସରେ ଭାରତ ହକି ମ୍ୟାଚ୍‌ ଜିତିବା ଦେଖି ଖୁସିରେ ତାଳିମାରିଲେ CM ନବୀନ ପଟ୍ଟନାୟକ

Naveen Patnaik watches Olympics hockey match on TV, claps, Video | ୭୪ ବର୍ଷୀୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଅଲିମ୍ପିକ୍ସରେ ବ୍ରିଟେନ୍‌ ସହ ଭାରତୀୟ ପୁରୁଷ ହକି ଦଳର ମୁକାବିଲାକୁ ମନ ଭରି ଉପଭୋଗ କରିଥିଲେ । ତାଙ୍କ ସାଙ୍ଗରେ ଥିଲେ ତାଙ୍କ ଘନିଷ୍ଠ ସହାୟକ ଭି.କେ. ପାଣ୍ଡିଆନ ।

ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନ୍ ଟିଭିରେ ହକି ମ୍ୟାଚ୍ ଦେଖୁଛନ୍ତି ।

ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନ୍ ଟିଭିରେ ହକି ମ୍ୟାଚ୍ ଦେଖୁଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ଭାରତୀୟ ପୁରଷ ହକି ଟିମ୍‌ ଯେତେବେଳେ ଟୋକିଓ ଅଲିମ୍ପିକ୍ସରେ (Tokyo Olympics 2021) କ୍ୱାର୍ଟର୍‌-ଫାଇନାଲ ମ୍ୟାଚ୍‌ ଖେଳୁଥିଲା, ଭୁବନେଶ୍ୱରରେ ଟେଲିଭିଜନରେ ସେହି ମ୍ୟାଚ୍‌ ଉପରେ ଲାଖି ରହିଥିଲା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖି । ଭାରତୀୟ ଦଳ ମ୍ୟାଚ୍‌ ଜିତିବା ଦେଖି ମୁଖ୍ୟ ମନ୍ତ୍ରୀ ଖୁସିରେ ଉଛୁଳି ଉଠିଥିଲେ । ସୋଫାରୁ ଉଠି ସେ ଠିଆହୋଇପଡ଼ିଥିଲେ ଓ ତାଳି ମାରିଥିଲେ ।

୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଥିବାରୁ ବେଶ୍‌ ପ୍ରସନ୍ନ ହୋଇଥିଲେ ପଟ୍ଟନାୟକ । ଗ୍ରେଟ୍‌ ବ୍ରିଟେନ୍‌ ସହ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଆରମ୍ଭ ହେବା ମୁହୂର୍ତ୍ତରୁ ସେ ଟେଲିଭିଜନ୍‌ ପରଦାରେ ଖେଳର ପ୍ରତି ମିନିଟର ପ୍ରଗତି ଦେଖୁଥିଲେ । ନବୀନ ନିବାସରେ ମୁଖ୍ୟ ମନ୍ତ୍ରୀ ଏହି ମ୍ୟାଚ୍‌ ଦେଖୁଥିବା ବେଳେ ତାଙ୍କ ସାଙ୍ଗରେ ଥିଲେ ତାଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟର ଫାଇଭ୍‌-ଟି ସଚିବ ଭି.କେ. ପାଣ୍ଡିଆନ୍‌ (5T Secretary VK Pandian)।

ଏହା ବି ପଢ଼ନ୍ତୁ | ଦେଶର କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଖୁସି ଖବର: PF ଖାତାକୁ ଜଲ୍ଦି ଆସିବ ସୁଧ ଟଙ୍କା

ଅଲିମ୍ପିକ୍ସରେ ବ୍ରିଟେନ୍‌ ସହ ଭାରତୀୟ ଦଳର ହକି ମୁକାବିଲାକୁ ୭୪ ବର୍ଷୀୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମନ ଭରି ଉପଭୋଗ କରିଥିଲେ । ବ୍ରିଟେନକୁ ହରାଇ ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ ନିଜ ପାଇଁ ସ୍ଥାନ ପକ୍କା କରିବା ପରେ ସେ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଅଲିମ୍ପିକ୍ସରେ ପଦକ ଜିତିବା ଲାଗି ଅନ୍ୟ ଭାରତୀୟ ଖେଳାଳିମାନଙ୍କୁ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍‌ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ ଓ କ୍ୟାମେରାମ୍ୟାନ୍‌ ଗିରଫ

‘‘ଭାରତୀୟ ଦଳକୁ ମୋ’ର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ମୁଁ ଦଳ ପାଇଁ ସବୁଠୁ ଅଧିକ ସଫଳତା କାମନା କରୁଛି,’’ ଭାରତ ଏହି ମ୍ୟାଚ୍‌ ଜିତିବା ପରେ ଇଂରାଜୀରେ କହିଥିଲେ ପଟ୍ଟନାୟକ । ତାଙ୍କ ଆବାସୀୟ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଏକ ଛୋଟ ଭିଡିଓରେ ସେ ଏହି ମ୍ୟାଚ୍‌ ଦେଖୁଥିବା ଓ ତା’ ପରେ ଖୁସିରେ ତାଳିମାରୁଥିବା ଦେଖାଯାଇଥିଲା । ସେହି ଭିଡିଓ ଏବେ ଭାଇରାଲ୍‌ ହେବା ଆରମ୍ଭ କରିଛି ।

ଏଇଠି ଦେଖନ୍ତୁ ନବୀନଙ୍କ ଭିଡିଓ:



ଏବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅଛି ଓଡ଼ିଶା । ୨୦୧୮ରୁ ପାଞ୍ଚ ବର୍ଷ ପାଇଁ ପ୍ରାୟୋଜକ ଅଛି ଓଡ଼ିଶା । ସେଇଥି ପାଇଁ ରବିବାରର ଏହି ରୋମାଞ୍ଚକର ମ୍ୟାଚରେ କ୍ବାର୍ଟର-ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ଭାରତ ହରାଇବା ଓଡ଼ିଶା ପାଇଁ ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ବିଶେଷ ଖୁସିର କାରଣ । ଏବେ ଭାରତୀୟ ପୁରୁଷ ହକି ଟିମ୍‌ ଅଗଷ୍ଟ ୩ ତାରିଖରେ ସେମି-ଫାଇନାଲ ମ୍ୟାଚରେ ବେଲଜିୟମକୁ ଭେଟିବ ।

ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେ

‘‘ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୪୧ ବର୍ଷର ବ୍ୟବଧାନ ପରେ ଭାରତୀୟ ହକି ଦଳ କ୍ୱାର୍ଟର-ଫାଇନାଲରେ ଜିତିବା ଓ ସେମି-ଫାଇନାଲରେ ପ୍ରବେଶ କରିବା ପାଇଁ ଭିଡ଼ିଓ ଦ୍ୱାରା ଏକ ଅଭିନନ୍ଦନ ବାର୍ତ୍ତା ପଠାଇଛନ୍ତି । ମାନ୍ୟବର ମୁଖ୍ୟ ମନ୍ତ୍ରୀ ୩ ଅଗଷ୍ଟରେ ହେବାକୁ ଥିବା ସେମି-ଫାଇନାଲ୍ ପାଇଁ ପୁରୁଷ ହକି ଦଳକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଟୋକିଓରେ ଭାରତୀୟ ପୁରୁଷ ହକି ଦଳ ତରଫରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ସାରଙ୍କୁ ଧନ୍ୟବାଦ । ହାର୍ଦ୍ଦିକ ଶୁଭେଚ୍ଛା,’’ ଏକ ବାର୍ତ୍ତାରେ କହିଛନ୍ତି ଭାରତୀୟ ଅଲିମ୍ପିକ୍ ଆସୋସିଏସନର ସଭାପତି ନରିନ୍ଦର୍‌ ଧୃବ ବାତ୍ରା ।



ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଖେଳ ପ୍ରତି ଓ ବିଶେଷ କରି ହକି ପ୍ରତି ଦୁର୍ବଳତା ଥିବା କଥା ଜଣାଶୁଣା । ଓଡ଼ିଶାରେ ସେ ଅନ୍ୟାନ୍ୟ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେଉଥିବା ବେଳେ ଖେଳ ପ୍ରତି ବିଶେଷ ଧ୍ୟାନ ଦେଇଆସୁଛନ୍ତି ।
Published by:Anand S.T. Das
First published: