ବାରବାଟୀ ଟି-୨୦ ମ୍ୟାଚର ପ୍ରଥମ ଟିକେଟ କିଣିଲେ CM ନବୀନ ପଟ୍ଟନାୟକ
News18 Odia Digital
କଟକ: ଆସନ୍ତା ୧୨ ତାରିଖରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚର ପ୍ରଥମ ଟିକେଟ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଣିଛନ୍ତି।
ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି ଓ ଓସିଏର ସଚିବ ସଞ୍ଜୟ ବେହେରା ମ୍ୟାଚର ପ୍ରଥମ ଟିକେଟ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିୟାନ ଉପସ୍ଥିତ ଥିଲେ। ଏହା ସହ ଏଚଡ଼ିଏଫସି ବ୍ୟାଙ୍କର ଜୋନାଲ ହେଡ଼ ଦୀପକ ସିଂହ ଓ ଉପାଧ୍ୟକ୍ଷ ଅନିମେଷ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଟିକେଟ୍ର ସୁଗମ ବିକ୍ରୟ ପାଇଁ କରାଯାଇଥିବା ବ୍ୟବସ୍ଥା ବିଷୟରେ ବେହେରା ସିଏମ୍ଙ୍କୁ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଓସିଏ ସେକ୍ରେଟାରୀ ସଞ୍ଜୟ ବେହେରା ସୁପରିଚାଳନା କରିଥିଲେ। ଏହା ସହ କିପରି ଟିକେଟ ବିକ୍ରି ସୁପରିଚାଳିତ ଭାବେ ସମ୍ପର୍ଣ୍ଣ ହେବ ସେ ବିଷୟରେ ବି ଆଲୋଚନା କରିଛନ୍ତି।
ପ୍ରକାଶ ଥାଉକି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି -୨୦ ଆନ୍ତର୍ଜାତୀୟ ସିରିଜ୍ ଜୁନ ୯ରେ ଦିଲ୍ଲୀରେ ଆରମ୍ଭ ହେବ ଓ ପରେ ବାରବାଟୀରେ ମ୍ୟାଚ୍ ହେବ। ତୃତୀୟ, ଚତୁର୍ଥ ଓ ପଞ୍ଚମ ମ୍ୟାଚ୍ ଯଥାକ୍ରମେ ବିଶାଖାପଟନମ୍, ରାଜକୋଟ ଓ ବେଙ୍ଗାଲୁରୁରେ ଖେଳାଯିବ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।