ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»କଥା ରଖିଲେ ନବୀନ; ଅଲିମ୍ପିକ-ଫେରନ୍ତା ସୁନା ପୁଅ ପ୍ରମୋଦ ଭଗତଙ୍କୁ ଦେଲେ ୬ କୋଟି ଟଙ୍କାର ଚେକ୍

କଥା ରଖିଲେ ନବୀନ; ଅଲିମ୍ପିକ-ଫେରନ୍ତା ସୁନା ପୁଅ ପ୍ରମୋଦ ଭଗତଙ୍କୁ ଦେଲେ ୬ କୋଟି ଟଙ୍କାର ଚେକ୍

ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରମୋଦ ଭଗତ ପହଞ୍ଚିବା ବେଳକୁ ବିମାନ ବନ୍ଦର ପରିସର ନାଚ ଗୀତରେ ଦୁଲୁକୁଥିଲା । ମୁଖ୍ୟ ମନ୍ତ୍ରୀ ଦେଇଥିବା ଛଅ କୋଟି ଟଙ୍କାର ପୁରସ୍କାର ରାଶିକୁ ନେଇ ସେ ଏକ ଖେଳ ଅକାଡେମୀ ଖୋଲିବାକୁ ଯୋଜନା ରଖିଛନ୍ତି ।

କଥା ରଖିଲେ ନବୀନ; ଅଲିମ୍ପିକ-ଫେରନ୍ତା ସୁନା ପୁଅ ପ୍ରମୋଦ ଭଗତଙ୍କୁ ଦେଲେ ୬ କୋଟି ଟଙ୍କାର ଚେକ୍
ମୁଖ୍ୟ ମନ୍ତ୍ରୀ ଓ ବିଧାୟିକା ସ୍ନେହଙ୍ଗିନୀ ଛୁରିଆଙ୍କ ସହ ପ୍ରମୋଦ ଭଗତ ।
  • News18 Odia
  • Last Updated: September 10, 2021, 11:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଟୋକିଓ ପାରା ଅଲମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଘରକୁ ଫେରିଥିବା ‘ସୁନା ପୁଅ’ ପ୍ରମୋଦ ଭଗଦଙ୍କୁ ଶୁକ୍ରବାର ଦିନ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ ପାଛୋଟି ନିଆ ଯାଇଥିଲା । ତାଙ୍କୁ ସ୍ୱାଗତ କରିବାକୁ ବିମାନ ବନ୍ଦରକୁ ଆସିଥିଲେ ବିଜେଡି ବିଧାୟିକା ସ୍ନେହଙ୍ଗିନୀ ଛୁରିଆଙ୍କ ସମେତ ବହୁ ସଂଖ୍ୟାରେ ଶୁଭେଚ୍ଛୁ । ପରେ ଏକ ପୁଷ୍ପ-ସଜ୍ଜିତ ଗାଡି଼ରେ ଏକ ବିଶାଳ ଶୋଭାଯାତ୍ରାରେ ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ପ୍ରମୋଦଙ୍କୁ ନିଆଯାଇଥିଲା ।

ଏହି ସ୍ୱର୍ଣ୍ଣ ପଦକ ବିଜେତା ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ । ପୂର୍ବ ଘୋଷଣା ଅନୁସାରେ ତାଙ୍କୁ ଛଅ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିଥିଲେ ମୁଖ୍ୟ ମନ୍ତ୍ରୀ । ଖୁବ୍‌ ଶୀଘ୍ର ତାଙ୍କୁ ଏକ ସରକାରୀ ଚାକିରି ଦିଆଯିବ ବୋଲି କହିଛନ୍ତି ସରକାରୀ ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

‘‘ସାରା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ମୁଁ ଭଲ ଖେଳି ପାରିଲି ଓ ଟୋକିଓରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇପାରିଲି । ଏଥି ପାଇଁ ଓଡିଶାବାସୀଙ୍କୁ ସମସ୍ତ ଶ୍ରେୟ ଦେବି । ମୋ’ର ଏହି ଯାତ୍ରା ଆଜିର ନୁହେଁ । ଦୀର୍ଘ ୨୦ ବର୍ଷର ତପସ୍ୟା ମୋ’ର ସଫଳ ହୋଇଛି । ପୂର୍ବରୁ ମୁଁ ୧୨୫ଟି ସ୍ୱର୍ଣ୍ଣ ପଦକ ପାଇଛି, ହେଲେ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାର ସ୍ୱପ୍ନ ଥିଲା । ତାହା ଏବେ ପୁରଣ ହୋଇଛି,’’ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ କହିଥିଲେ ଭଗତ ।

ବିମାନ ବନ୍ଦର ବାହାରକୁ ଆସୁଛନ୍ତି ପ୍ରମୋଦ ଭଗତ ।


ଏହା ବି ପଢ଼ନ୍ତୁ | ଅଭିନେତା ରଜତ ବେଦୀଙ୍କ କାର୍ ଧକ୍କାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ପୋଲିସ FIR ରୁଜୁ କଲା

ଶୁକ୍ରବାର ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ସେ ପହଞ୍ଚିବା ବେଳକୁ ବିମାନ ବନ୍ଦର ପରିସର ନାଚ ଗୀତରେ ଦୁଲୁକୁଥିଲା ଓ ପୂରା ପରିବେଶ ଉତ୍ସବମୟ ଥିଲା । ନାଚ ସାଙ୍ଗକୁ ସମ୍ବଲପୁରୀ ଗୀତର ତାଳେ ତାଳେ ପ୍ରମୋଦଙ୍କୁ ସ୍ୱାଗତ କରିଥିଲେ ଶୁଭେଛୁମାନେ ।

ଏହା ବି ପଢ଼ନ୍ତୁ | Railway Recruitment 2021: ଦଶମ ଶ୍ରେଣୀ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଳବାଇରେ ଚାକିରି

‘‘ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଛଅ କୋଟି ଟଙ୍କାର ପୁରସ୍କାର ରାଶିକୁ ନେଇ ଆଗାମୀ ଦିନରେ ମୁଁ ଏକ ଖେଳ ଅକାଡେମୀ ଖୋଲିବାକୁ ଯୋଜନା ରଖିଛି । ଏହା ଦ୍ୱାରା ଆଗାମୀ ଦିନରେ ମୋ’ ପରି ଅମେକ ପ୍ରମୋଦ ଭଗଦ ଆମ ରାଜ୍ୟରୁ ବାହାରିବେ,’’ କହିଥିଲେ ଭଗତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସାମରେ ୨ଟି ଡଙ୍ଗାର ମୁହାଁମୁହିଁ ଧକ୍କା ହେଲା; ବୁଡ଼ିଗଲେ ଅନେକ ଯାତ୍ରୀ

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ‘‘ମୋ’ର କ୍ରୀଡ଼ା ବିଭାଗରେ ଚାକିରି କରିବାର ଇଚ୍ଛା ଅଛି । କାରଣ ମୁଁ ଜଣେ କ୍ରୀଡ଼ାବିତ । ତେଣୁ କ୍ରୀଡା କ୍ଷେତ୍ରରେ ଚାକିରି କଲେ ଅନେକ କିଛି ସୁବିଧା ସୁଯୋଗ ଆଣିବି ବୋଲି ମୋ’ର ଆଶା ଅଛି । କିନ୍ତୁ ଚାକିରି କ୍ଷେତ୍ରରେ ସରକାର ଯେଉଁ ନିଷ୍ପତ୍ତି ନେବେ ମୁଁ ଖୁସି ହେବି ।’’



ଟୋକିଓ ପାରା-ଅଲମ୍ପିକ୍ସରେ ପ୍ରମୋଦ ହେଉଛନ୍ତି ଦେଶର ପ୍ରଥମ ସ୍ୱର୍ଣ୍ଣ ବିଜେତା । ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତାରେ ସେ ଏହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଥମ ଓଡ଼ିଆ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ସେ ଇତିହାସ ରଚିଛନ୍ତି ।
Published by: Anand S.T. Das
First published: September 10, 2021, 11:47 PM IST