ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ

‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ

Naveen Patnaik invites Olympic winning hockey team to Odisha | ‘‘ସାରା ଦେଶ ବେଶ୍ ଉତ୍ସାହିତ, ଆଉ ଓଡ଼ିଶା ତ ନିଶ୍ଚୟ ଖୁବ୍ ଉତ୍ସାହିତ । ଆମେ ସମସ୍ତେ ଆପଣମାନଙ୍କ ସହ ଅଛୁ,’’ କହିଥିଲେ ନବୀନ । ବିଜୟୀ ଭାରତୀୟ ଦଳରେ ଅଛନ୍ତି ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା।

‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ
ଅଲିମ୍ପିକ୍ସ ବିଜୟୀ ହକି ଟିମ୍ ଓ (ଡାହାଣ) ନବୀନ ପଟ୍ଟନାୟକ (ଫାଇଲ୍ ଫଟୋ)
  • News18 Odia
  • Last Updated: August 5, 2021, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ପଦକ ଜିତି ଇତିହାସ ରଚିଥିବା ଭାରତୀୟ ପୁରୁଷ ହକି ଦଳ ସହ କଥା ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚ୍ଚୁଆଲ୍‌ ମାଧ୍ୟମରେ ସବୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜୟୀ ଟିମକୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ପଟ୍ଟନାୟକ । ଅଗଷ୍ଟ ୧୬ରେ ଭୁବନେଶ୍ବର ଆସିବ ଭାରତୀୟ ପୁରୁଷ ହକି ଟିମ୍ ।

‘‘ଆମ ହକି ଟିମକୁ ବହୁତ ଶୁଭେଚ୍ଛା । ସାରା ଦେଶ ବେଶ୍‌ ଉତ୍ସାହିତ, ଆଉ ଓଡ଼ିଶା ତ ନିଶ୍ଚୟ ଖୁବ୍‌ ଉତ୍ସାହିତ । ଆମେ ସମସ୍ତେ ଆପଣମାନଙ୍କ ସହ ଅଛୁ, ଆଉ ଆମେ ଆପଣମାନଙ୍କୁ ବହୁତ ଶୁଭେଚ୍ଛା ଜଣାଉଛୁ । ଅଗଷ୍ଟ ୧୬ରେ ଭାରତର ବିଜୟୀ ହକି ଟିମକୁ ଭୁବନେଶ୍ୱରରେ ସ୍ବାଗତ କରିବାକୁ ଆମେ ଅପେକ୍ଷା କରିଛୁ । ଭବିଷ୍ୟତରେ ଆପଣ ସମସ୍ତଙ୍କର ବହୁତ ଭଲ ପାଇଁ ବହତ ଶୁଭେଚ୍ଛା,’’ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ । ଅଲିମ୍ପିକ୍‌ ବିଜୟୀ ଟିମରେ ଥିବା ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ପରିବାର ସଦସ୍ୟମାନଙ୍କ ସହ ବି ଭର୍ଚ୍ଚୁଆଲ୍‌ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | Gold Price: ସୁନାର ଦାମ୍ କମିଲା; ପୁଣି ଥରେ ଆସିଲା ସୁନା କିଣିବା ସୁଯୋଗ; ରୂପା ଦାମ୍ ବି କମିଛି

ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ହାସଲ କରିଛି । ଗୁରୁବାର ଦିନ ଜର୍ମାନୀକୁ ହରାଇ ବ୍ରୋଞ୍ଜ୍‌ ପଦକ ହାସଲ କରିଛି ଭାରତ । ଟୋକିଓ ଅଲିମ୍ପିକ୍ସରେ ଏହି ମ୍ୟାଚରେ ଦୁଇ ଓଡ଼ିଆ ଖେଳାଳି ଦମଦାର୍‌ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଜର୍ମାନୀ ବିପକ୍ଷ ମ୍ୟାଚରେ ଦଳର ମଜବୁତ ଢାଲ ସାଜିଥିଲେ ଓଡ଼ିଆ ପୁଅ ଅମିତ ରୋହିଦାସ । ଏକାଧିକ ଗୋଲକୁ ଅତି ସୁନ୍ଦର ଭାବେ ଅଟକାଇଥିଲେ ଅମିତ । ଏହାକୁ ନେଇ ସାରା ରାଜ୍ୟ ଗର୍ବିତ ଅନୁଭବ କରୁଛି ।

ନବୀନଙ୍କ ସହ ବଡ଼ ଖୁସିରେ କଥା ହେଉଛନ୍ତି ଭାରତୀୟ ହକି ଦଳର ଖେଳାଳିମାନେ ।


ଏହା ବି ପଢ଼ନ୍ତୁ | ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

ସୁନ୍ଦରଗଡ଼ର ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ହୋଇ ସୁଦୂର ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସରେ ଭାଗ ନେଇଥିବା ଯୁବ ଓଡ଼ିଆ ଡ଼ିଫେଣ୍ଡର୍‌ ଅମିତ ରୋହିଦାସଙ୍କର ଏହି ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ବିପକ୍ଷ ଦଳର ଏକାଧିକ ଗୋଲ୍‌ ସୁଯୋଗକୁ ଅଟକାଇବାରେ ସକ୍ଷମ ହୋଇଥିଲେ ଅମିତ । ଜର୍ମାନୀ ବିପକ୍ଷ ମ୍ୟାଚରେ ଭାରତୀୟ ଦଳ ପାଇଁ ସେ ଢାଲ ସାଜିଥିଲେ ବୋଲି କୁହାଯାଉଛି ।

ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ

୧୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଅମିତ ୨୦୧୩ରେ ସୁଲତାନ୍‌ ଆଜଲାନ୍‌ ଶାହା କପରୁ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିଲେ । ସେହି ୨୦୧୩ରେ ସେ ଭାରତୀୟ ଜୁନିୟର୍‌ ବିଶ୍ୱ କପ୍‌ ଦଳର ଉପଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ୨୦୧୩ର ଏସିଆ କପରେ ରୌପ୍ୟ ପଦକ, ୨୦୧୬-୧୭ ବିଶ୍ୱ ହକି ଲିଗରେ ବ୍ରୋଞ୍ଜ ପଦକ, ୨୦୧୮ ଏସିଆନ୍‌ ଗେମସରେ ବ୍ରୋଞ୍ଜ ପଦକ ଓ ୨୦୧୮ ଚାମ୍ପିଆନ୍ସ ଟ୍ରଫିରେ ରୌପ୍ୟ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ ଅମିତ ।

କଥାବାର୍ତ୍ତା ସରିବା ବେଳେ ଚେୟାରରୁ ଉଠି ନବୀନ ଉତ୍ସାହରେ ହାତ ହଲାଉଛନ୍ତି ।


ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | ଅଲିମ୍ପିକ୍ସ: ଖେଳାଳିମାନଙ୍କ ପାଇଁ ଥିବା ବିଛଣାଗୁଡ଼ିକ anti-Sex ନୁହେଁ; Video ବନେଇ ଦେଖାଇଲେ ଖେଳାଳି

ଏହା ପୂର୍ବରୁ ୨୦୧୭ରେ ଢାକା ଏସିଆ କପରେ ଅମିତ ରୋହିଦାସଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଏଥିରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ଭାରତୀୟ ଦଳ। ଆଉ ଏବେ ଟୋକିଓ ଅଲିମ୍ପିକ୍ସରେ କମାଲ କରିଛନ୍ତି ସେ । ଏଥି ପାଇଁ ଚାରି ଆଡୁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ଏହା ବି ପଢ଼ନ୍ତୁ | ମିତାଲି ରାଜ୍ ବିଶ୍ୱ ODI ରାଙ୍କିଙ୍ଗରେ ଟପ୍ରେ ଅଛନ୍ତି; ସ୍ମୃତି ମନ୍ଧାନା T20ରେ କରିଅର୍ ବେଷ୍ଟ୍ତୃତୀୟ

ଟୋକିଓ ଅଲିମ୍ପିକ୍ସ ବିଜୟରେ ଅଭିଜ୍ଞ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କର ବି ରହିଛି ଅନେକ ଅବଦାନ । ୨୦୧୨ରୁ ନିଜ ଆନ୍ତର୍ଜାତୀୟ କରିୟର ଆରମ୍ଭ କରିଥିବା ବୀରେନ୍ଦ୍ର ଏବେ ଯାଏଁ ୨୦୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଲେଣି। ପ୍ରଥମ ଥର ପାଇଁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସାମିଲ ହୋଇଥିଲେ ସେ । ୨୦୧୬ର ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ବି ଆଣ୍ଠୁରେ ଆହତ ଜନିତ ସମସ୍ୟା ପାଇଁ ସେହି ସୁଯୋଗ ତାଙ୍କୁ ହାତ ଛଡ଼ା କରିବାକୁ ପଡି଼ଥିଲା । ଏବେ ଟୋକିଓ ଅଲିମ୍ପିକ୍ସରେ ଚମକ ଦେଖାଇଛନ୍ତି ବୀରେନ୍ଦ୍ର ।

ଏହା ବି ପଢ଼ନ୍ତୁ | କରୋନାରବ୍ରେକଥ୍ରୁ ଇନ୍ଫେକ୍ସନ୍ସମୟରେ ଲୋକଙ୍କଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି

୨୦୧୨ ଦୋହା ଏସିଆନ୍‌ ଚାମ୍ପିଆନ୍ସ ଟ୍ରଫିରେ ରୌପ୍ୟ ଓ ୨୦୧୬ରେ ସ୍ୱର୍ଣ୍ଣ ପଦକ, ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୧୫ ବିଶ୍ୱ ହକି ଲିଗରେ ବ୍ରୋଞ୍ଜ, ୨୦୧୩ ଏସିଆ କପରେ ରୌପ୍ୟ, ୨୦୧୪ ଏସିଆନ୍‌ ଗେମସରେ ସ୍ୱର୍ଣ୍ଣ ଓ ୨୦୧୮ରେ ବ୍ରୋଞ୍ଜ ପଦକ ହାସଲ କରିଛି ବୀରେନ୍ଦ୍ର ଲାକ୍ରା ଖେଳିଥିବା ଭାରତୀୟ ଦଳ । ଆଉ ଏବେ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତ ।



କିଛି ବର୍ଷ ହେଲା ନିୟମିତ ଭାବେ ଭାରତୀୟ ଦଳରେ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି ଉଭୟ ଓଡ଼ିଆ ଖେଳାଳି ଅମିତ ଓ ବୀରେନ୍ଦ୍ର ।
Published by: Anand ST Das
First published: August 5, 2021, 11:10 PM IST