News18 Odia Digital
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ କାର ଶୁକ୍ରବାର ସକାଳେ ଦିଲ୍ଲୀ-ଡେରାଡୁନ୍ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି ଏବଂ ବିପଦରୁ ବାହାରିଥିବା କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଶୁକ୍ରବାର ଦିନ କାର ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷଭ ପନ୍ତଙ୍କ ମାଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା' ହିରାବେନଙ୍କ ଦେହାନ୍ତ ହୋଇଥିଲା।
ଦୁର୍ଘଟଣାରେ ଗୁରୁତର ଆହତ ହୋଇଛି କ୍ରିକେଟରଏହି ସମୟରେ ପନ୍ତଙ୍କ ଦୁର୍ଘଟଣା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଦେଖାଯାଉଛି ଯେ ଦୁର୍ଘଟଣା ପରେ ପନ୍ତ ଗୁରୁତର ଆହତ ହୋଇଥିବାର। କୌଣସି ପ୍ରକାରେ କାରରେ ନିଆଁ ଲାଗିବା ପୂର୍ବରୁ ସେ ନିଜ ଜୀବନ ରକ୍ଷା କରିଥିଲେ। କିଛି ସମୟ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି।
ବିସିସିଆଇ ଦେଇଛି ଏହି ଅପଡେଟବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ଋଷଭ ପନ୍ତଙ୍କ ଦୁର୍ଘଟଣା ସମ୍ପର୍କରେ ଏକ ଅପଡେଟ ଜାରି କରିଛି। ବୋର୍ଡ ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ତାଙ୍କୁ ଦିଆଯିବ ବୋଲି କୁହାଯାଇଛି। ତାଙ୍କ ଚିକିତ୍ସା ପାଇଁ ଉତ୍କୃଷ୍ଟ ସୁବିଧା ଯୋଗାଇବା ବିସିସିଆଇର ଦାୟିତ୍ବ।
ବିସିସିଆଇ ନିଜ ବୟାନରେ କହିଛି ଯେ ପନ୍ତ କେଉଁଠାରେ ଆଘାତ ପାଇଛନ୍ତି। ବୋର୍ଡ ଅନୁଯାୟୀ, ପନ୍ତଙ୍କ ମୁଣ୍ଡରେ ଦୁଇଟି ସ୍ଥାନରେ ଆଘାତ ଲାଗିଛି ଏବଂ ଗୋଡରେ ଏକ ଲିଗାମେଣ୍ଟ ମଧ୍ୟ ଛିଣ୍ଡି ଯାଇଛି। ଏହା ବ୍ୟତୀତ ପନ୍ତଙ୍କ ଗୋଡ ଏବଂ ପିଠିରେ ମଧ୍ୟ ଆଘାତ ଲାଗିଛି। ଦୁର୍ଘଟଣା ସମୟରେ ପନ୍ତ ନିଜେ ମର୍ସିଡିଜ୍ ଚଳାଉଥିଲେ। ବିରାଟ କୋହଲି, ବିରେନ୍ଦର ସେହୱାଗଙ୍କ ସମେତ ଅନେକ ଖେଳାଳି ପନ୍ତଙ୍କ ଆରୋଗ୍ୟ କାମନ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।