News 18 Odia Digital
PBKS Vs MI: IPL 2023ରେ ପୁଣି ଏକ ଥ୍ରୀଲର ମ୍ୟାଚ୍ । ହାଇସ୍କୋରିଂ ମ୍ୟାଚ୍ରେ ପୁଣି ବାଜି ମାରିଲା ମୁମ୍ବାଇ । ମିଷ୍ଟର 360 ସୂର୍ଯ୍ୟକୁମାର ଯାଦବଙ୍କ ଚମକ, ଇଶାନ କିଷନଙ୍କ କମାଲ ଓ ଶେଷ ଆଡ଼କୁ ତିଲକ ବର୍ମାଙ୍କ ଅବିଶ୍ବସନୀୟ ହିଟିଂ ବଳରେ ୨୧୫ ରନ୍ର ଟାର୍ଗେଟକୁ ହାସଲ କରିବାରେ ସକ୍ଷମ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) । ବଡ଼ ଟାର୍ଗେଟ ଥିଲେ ମଧ୍ୟ ୭ଟି ବଲ୍ ପୂର୍ବରୁ ସରିଥିଲା ମ୍ୟାଚ, ମୁମ୍ବାଇ ଇଣ୍ଡିଆନ୍ସ ୬ ଓ୍ବିକେଟ୍ରେ ବିଜୟୀ ହୋଇଥିଲା ।
ମୁମ୍ବାଇ ପକ୍ଷରୁ କ୍ୟାପଟେନ ରୋହିତ ଶର୍ମ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଅନ୍ୟ ଓପନର୍ ଇଶାନ କିଷନ ୪୧ ବଲ୍ରୁ ୩ଟି ଛକ୍କା ସହ ୭୫ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ । ତେବେ ମ୍ୟାଚ୍ର ମୋଡ଼ ବଦଳାଇଥିଲେ ସୂର୍ଯ୍ୟକୁମାର ଯାଦବ, ସେ ୩୧ଟି ବଲ୍ରୁ ୨ ଛକ୍କା ଓ ୮ ଚୌକା ସହ ୬୬ ରନ୍ କରି ଦଳକୁ ବିଜୟ ପଥରେ ଆଡ଼କୁ ଆଗେଇ ନେଇଥିଲେ । ଶେଷରେ ଚମକି ଥିଲେ ତିଲକ ବର୍ମା, ୧୦ଟି ବଲ୍ରୁ ୩ଟି ଛକ୍କା ସହ ୨୬ ରନ୍ ସଂଗ୍ରହ କରି ୭ଟି ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ପଂଜାବ ୨୦ଓଭରରେ ୩ ଓ୍ବିକେଟ ହରାଇ ୨୧୪ ରନ କରିଥିଲା । ଦଳ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ଅପରାଜିତ ୮୨ ରନ କରିଥିବା ବେଳେ ଜିତେଶ ଶର୍ମା ୪୯ ରନ କରିଥିଲେ । ଲିଭିଙ୍ଗଷ୍ଟୋନ ମାତ୍ର ୪୨ଟି ବଲରେ ୪ଟି ଛକା ଓ ୭ଟି ଚୌକା ସହ ଏହି ସ୍କୋର କରିଥିଲେ । ସେହିପରି ଶିଖର ଧଓ୍ବନ ୩୦ ରନ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବଲା ୨ଟି ଓ ଅରସଦ ଖାଁ ଗୋଟିଏ ଓ୍ବିକେଟ ନେଇଥିଲେ ।
ଆଇପିଏଲରେ ବୁଧବାରଦିନ ୨ଟି ମ୍ୟାଚ ଥିବାବେଳେ ପ୍ରଥମ ମ୍ୟାଚଟି ଲକ୍ଷ୍ନୌ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଥିଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚଟି ଅଧାରୁ ବନ୍ଦ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୧୯.୨ ଓଭରରେ ୭ ଓ୍ବିକେଟ ହରାଇ ୧୨୫ରନ କରିଥିଲା । ଏହା ପରେ ବର୍ଷା ହେବାରୁ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା ।
ପଢନ୍ତୁ ଏହି ଖବର :
Bad Habits: ସାବଧାନ ! ଖାଇବା ପରେ ଏପରି କାର୍ଯ୍ୟ କରୁଛନ୍ତି କି ? କରୁଥିଲେ ଲଗାନ୍ତୁ ଫୁଲ୍ ଷ୍ଟପ୍ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।