ୱାଙ୍ଖଡ଼େ ଷ୍ଟାଡିୟମରେ ସ୍ବତନ୍ତ୍ର ଉତ୍ସବ; ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କଲେ ୧୯ ହଜାର ବାଳିକା

ୱାଙ୍ଖଡ଼େ ଷ୍ଟାଡିଅମରେ ସ୍ବତନ୍ତ୍ର ଉତ୍ସବ; ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କଲେ ୧୯ ହଜାର ବାଳିକା

ୱାଙ୍ଖଡ଼େ ଷ୍ଟାଡିଅମରେ ସ୍ବତନ୍ତ୍ର ଉତ୍ସବ; ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କଲେ ୧୯ ହଜାର ବାଳିକା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

IPL : ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ହେଲା ସ୍ବତନ୍ତ୍ର ଉତ୍ସବ । IPLରେ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଉତ୍ସାହିତ କଲେ ୧୯ ହଜାର ବାଳିକା । ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲ୍‌କାତା ମ୍ୟାଚର ଦର୍ଶକ ସାଜିଲେ ୧୯ ହଜାର ବାଳିକା । ୩୬ଟି NGOର ବାଳିକା ଓ ୨୦୦ ପିଲା ଏହି ମ୍ୟାଚ୍‌ ଦେଖିଲେ ।

ରିଲାଏନ୍ସ ଫାଉଣ୍ଡେସନ ଓ ମୁମ୍ବାଇ ଇଣ୍ଡିଆନ୍ସର ମିଳିତ ପ୍ରୟାସରେ ଚାଲିଥିବା ସମସ୍ତଙ୍କ ପାଇଁ ଶିକ୍ଷା ଓ କ୍ରୀଡ଼ା ଅଭିଯାନରେ ଏହା ଏକ ନିଆରା ପଦକ୍ଷେପ । ଅଭିଯାନକୁ ନେଇ ନୀତା ମୁକେଶ ଅମ୍ବାନି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ମହିଳାଙ୍କ ପାଇଁ ଏହା ଏକ ଉତ୍ସବର ମ୍ୟାଚ୍‌ । ପ୍ରତି IPL ସିଜନରେ ରିଲାଏନ୍ସ ଫାଉଣ୍ଡେସନ କରୁଛି ନିଆରା ପ୍ରୟାସ ।

ସେପଟେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୧୬ତମ ସଂସ୍କରଣର ୨୨ତମ ମ୍ୟାଚ୍‌ରେ  କୋଲକାତା ନାଇଟ୍‌ ରାଇର୍ଡସକୁ (KKR) ମୁମ୍ବାଇ ଇଣ୍ଡିଆନ୍ସ ( MI) ୫ ୱିକେଟ୍‌ରେ ପରାସ୍ତ କରିଛି। ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ନିତିଶ ରାଣାଙ୍କ ନେତୃତ୍ବରେ କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୮୫ ରନ୍‌ କରିଥିଲା। ୧୮୬ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୧୭.୪ ଓଭରରେ ୫ ୱିକେଟ୍‌ ହରାଇ ପୂରା କରିଥିଲା। ପ୍ରାରମ୍ଭିକ ବ୍ୟାଟର ଈଶାନ କିଶନ ଅର୍ଦ୍ଧଶତକ ହାସଲ କରିଥିଲେ।

ପଢନ୍ତୁ ଏହି ଖବର :  Jio Recharge Plans :ଥରେ ରିଚାର୍ଜ କଲେ ପୁରା ବର୍ଷେ ପାଇଁ ମୁକ୍ତି ! ଜାଣନ୍ତୁ କଣ ଏହି ପ୍ଲାନ୍‌...

ରୋହିତ ଶର୍ମା ଓ ଈଶାନ କିଶନ ମୁମ୍ବାଇର ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୬୫ ରନ୍‌ର ଭାଗିଦାରୀ ହୋଇ ଦଳର ବିଜୟ ପଥକୁ ସହଜ କରିଥିଲେ। ଈଶାନ କିଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୫୮ ରନ୍‌ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୫ଟି ଚୌକା ଓ ସମାନ ପରିମାଣରେ ଛକା ମାରିଥିଲେ। ଅଧିନାୟକ ରୋହିତ ଶର୍ମା ୨୦ ରନ୍‌, ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌, ତିଲକ ର୍ବା ୩୦ ରନ୍‌ ଓ ଟିମ୍‌ ଡାଭିଡ ଅପରାଜିତ ୨୪ ରନ୍‌ ସଂଗ୍ରହ କରିଥିଲେ।
Published by:Sujit Swain
First published: