ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»IPL 2021: ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୫୦ ବଲ୍‌ରେ ବଡ଼ ରେକର୍ଡ଼ କରିଦେଲେ

IPL 2021: ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୫୦ ବଲ୍‌ରେ ବଡ଼ ରେକର୍ଡ଼ କରିଦେଲେ

In IPL 202, Mumbai Indians beat Rajasthan Royals; Rohit Sharma sets record | ଏହି ଷଷ୍ଠ ବିଜୟ ହାସଲ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ୍ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । କିନ୍ତୁ ୫୦ ବଲ୍ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ମୁମ୍ବାଇ ନିଜ ନିଜ ନାମରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ।

IPL 2021: ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୫୦ ବଲ୍‌ରେ ବଡ଼ ରେକର୍ଡ଼ କରିଦେଲେ
ରୋହିତ ଶର୍ମା ଛକ୍କା ମାରିବାରେ ରେକର୍ଡ଼ କରିଛନ୍ତି । (ଏ.ଏଫ୍.ପି. ଫଟୋ)
  • News18 Odia
  • Last Updated: October 5, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶାରଜାହ: ମୁମ୍ବାଇ ଇଣ୍ଡିଆନ୍ସ (Mumbai Indians) ଆଇ.ପି.ଏଲ୍‌. ୨୦୨୧ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ (Rajasthan Royals) ଆଠ ୱିକେଟରେ ପରାସ୍ତ କରିଛି । ଏହା ସହିତ ଦଳ ପ୍ଲେ-ଅଫରେ ପହଞ୍ଚିବା ଆଶା ବଢ଼ିଛି । ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ ପ୍ରଥମେ ଖେଳି କେବଳ ୯୦ ରନ୍ ସ୍କୋର କରିପାରିଥିଲା । ମୁମ୍ବାଇ ମାତ୍ର ୮.୨ ଓଭରରେ – ଅର୍ଥାତ୍‌ ୫୦ଟି ବଲରେ ଓ ଦୁଇ ୱିକେଟ୍ ହରାଇ – ଏହି ଲକ୍ଷ୍ୟ ହାସଲ କରିନେଇଥିଲା (MI vs RR) ।

ଇଶାନ କିଶନ (Ishan Kisan) ୫୦ ରନ୍‌ କରି ଅପରାଜିତ ରହିଥିଲେ । ଏହା ହେଉଛି ମୁମ୍ବାଇ ଇଣ୍ଡିଆନ୍ସର (Mumbai Indians) ଷଷ୍ଠ ବିଜୟ । ଏବେ ଏହି ଟିମ୍‌ ପଏଣ୍ଟ୍‌ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି । କିନ୍ତୁ ୫୦ ବଲ୍‌ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା (Rohit Sharma) ଓ ମୁମ୍ବାଇ ନିଜ ନିଜ ନାମରେ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି ।

ଏହା ବି ପଢ଼ନ୍ତୁ | କେନ୍ଦ୍ରାପଡ଼ାରେ ଗ୍ୟାଙ୍ଗଷ୍ଟର୍ ହାଇଦର୍ ପୁଅ ଶେଖ୍ କାଦିର୍କୁ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ମିଳିଲା

ଅଧିନାୟକ ରୋହିତ ଶର୍ମା ଟି-୨୦ (T20) କ୍ରିକେଟରେ ୪୦୦ଟି ଛକ୍କା ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ସେ ୩୯୮ଟି ଛକ୍କା ମାରିଥିଲେ । ରାଜସ୍ଥାନ ବିପକ୍ଷରେ ସେ ୧୩ଟି ବଲରେ ୨୨ ରନ୍ ସଂଗ୍ରହ କରିଥିଲେ । ଏହି ସମୟରେ ସେ ଗୋଟିଏ ଚୌକା ଓ ଦୁଇଟି ଛକ୍କା ମାରିଥିଲେ । ଏହା ସହ ସେ ଛକ୍କାର ରେକର୍ଡ଼ରେ ପହଞ୍ଚିଯାଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଫ୍ରି ଫାୟାର୍ ଗେମ୍ ଖେଳିବାକୁ ମାମନା କଲାରୁ ଆତ୍ମହତ୍ୟା କଲା କେନ୍ଦୁଝରର ସ୍କୁଲ୍ ଛାତ୍ର

ଭାରତର ଅନ୍ୟ ଖେଳାଳିଙ୍କ ବିଷୟରେ କହିବାକୁ ଗଲେ ସୁରେଶ ରାଇନା (Suresh Raina) ୩୨୫ଟି ଛକ୍କା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଟି-୨୦ କ୍ରିକେଟରେ ସର୍ବାଧିକ ଛକ୍କା ମାରିବା ରେକର୍ଡ଼ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ ଅଛି । ସେ ୧,୦୪୨ଟି ଛକ୍କା ମାରିଛନ୍ତି । ସେ ହେଉଛନ୍ତି ବିଶ୍ୱର ଏକ ମାତ୍ର ବ୍ୟାଟ୍ସମ୍ୟାନ୍ ଯିଏ ୧,୦୦୦ରୁ ଅଧିକ ଛଚ୍ଚା ମାରିଛନ୍ତି ।

ଆଇ.ପି.ଏଲ୍. ୨୦୨୧ର ପଏଣ୍ଟ୍ ଟେବୁଲ


ଏହା ବି ପଢ଼ନ୍ତୁ | ଚାନ୍ଦିପୁର DRDO ତଥ୍ୟ ଲିକ୍: ରହସ୍ୟମୟୀ ଯୁବତୀଙ୍କ ପରିଚୟ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ

ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ବିପକ୍ଷରେ ମାତ୍ର ୮.୨ ଓଭରରେ ନିଜ ଲକ୍ଷ୍ୟ ହାସଲ କରିନେଇଥିଲା । ଅର୍ଥାତ୍ ମ୍ୟାଚରେ ୭୦ଟି ବଲ୍ ବାକି ରହିଥିଲା । ୭୦ଟି ବଲ୍‌ କିମ୍ବା ତହିଁରୁ ଅଧିକ ବଲ୍‌ ବାକି ରହି ଆଇ.ପି.ଏଲ୍‌.ରେ ଦୁଇ ଥର ମ୍ୟାଚ୍ ଜିତିବାରେ ମୁମ୍ବାଇ ଏକ ମାତ୍ର ଟିମ୍‌ ହୋଇପାରିଛି । ଏହା ପୂର୍ବରୁ ୨୦୦୮ରେ ଏହି ଦଳ ୮୭ଟି ବଲରେ କେ.କେ.ଆର୍‌.କୁ ପରାସ୍ତ କରିଥିଲା । କେ.କେ.ଆର୍‌. ଦଳ ମାତ୍ର ୬୭ ରନ୍ ସ୍କୋର୍‌ କରି ଅଲ୍‌-ଆଉଟ୍ ହୋଇଯାଇଥିଲା । ମୁମ୍ବାଇ ୫.୩ ଓଭରରେ ନିଜ ଲକ୍ଷ୍ୟ ହାସଲ କରିନେଇଥିଲା ।

ଏହା ବି ପଢ଼ନ୍ତୁ | ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ଅନୁବାଦ ହେବ; AICTE ଭାଷା ବିଶେଷଜ୍ଞ ଆଲୋଚନା କଲେ

ମୁମ୍ବାଇ ଇଣ୍ଡିଆନ୍ସ ଓ କେ.କେ.ଆର୍‌.ର ୧୩-୧୩ଟି ମ୍ୟାଚ୍ ପରେ ୧୨-୧୨ ପଏଣ୍ଟ୍‌ ହୋଇଛି । ପୂର୍ବରୁ ତିନିଟି ଦଳ – ଚେନ୍ନାଇ, ଦିଲ୍ଲୀ ଓ ଆର୍‌.ସି.ବି. – ପ୍ଲେ-ଅଫରେ ପହଞ୍ଚି ସାରିଛନ୍ତି । ଏବେ କେବଳ ଗୋଟିଏ ଦଳ ପାଖରେ ଏହି ସୁଯୋଗ ରହିଛି । କିନ୍ତୁ କେ.କେ.ଆର୍‌.ର ରନ୍ ହାର ୦.୨୯୪ ଥିବା ବେଳେ ମୁମ୍ବାଇର -୦.୦୪୮ ରହିଛି । ଏଭଳି ପରିସ୍ଥିତିରେ ଯଦି କେ.କେ.ଆର୍‌. ଦଳ ନିଜ ଶେଷ ମ୍ୟାଚ୍ ଜିତେ, ତେବେ ପ୍ଲେ-ଅଫରେ ପହଞ୍ଚିବା ପାଇଁ ମୁମ୍ବାଇକୁ ଶେଷ ମ୍ୟାଚରେ ଆଉ ଏକ ବଡ଼ ବିଜୟ ଦରକାର ହେବ । KKR ନିଜ ଶେଷ ମ୍ୟାଚ୍‌ ରାଜସ୍ଥାନ ସହ ୭ ଅକ୍ଟୋବର୍‌ ଦିନ ଖେଳିବ । ମୁମ୍ବାଇ ହାଇଦ୍ରାବାଦ ସହ ୮ ଅକ୍ଟୋବର ଦିନ ଲଢ଼େଇ କରିବ ।
Published by: Anand S.T. Das
First published: October 5, 2021, 11:59 PM IST