News18 Odia Digital
MS Dhoni Retirement Plan: ପୁଣି ଚର୍ଚ୍ଚାରେ ମାହି। ଧୋନିଙ୍କ ଅବସରକୁ (MS Dhoni Retirement) ନେଇ ପୁଣି ସସ୍ପେନ୍ସ। ଅନ୍ତର୍ଜାତୀୟ ଫର୍ମାଟରୁ ଅବସର ନେଇଥିବା କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନି (MS Dhoni) ଏବେ କେବଳ ଆଇପିଏଲ ଖେଳୁଛନ୍ତି।
ତେବେ ଆଇପିଏଲରୁ (IPL) ସନ୍ୟାସ ନେବା ନେଇ ଲାଗି ରହିଛି ଚର୍ଚ୍ଚା। ଗତକାଲି କ୍ବାଲିଫାୟାର-୧ରେ ଗୁଜରାଟ ଟାଇଟନ୍ସକୁ ଚେନ୍ନାଇ ହରାଇବା ପରେ ପୁଣି ଥରେ ମାହିଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟସେନରେ ହର୍ଷ ଭୋଗଲେ ଧୋନିଙ୍କୁ ପଚାରିଥିଲେ ଯେ ଚେନ୍ନାଇର ପ୍ରଶଂସକମାନେ ତାଙ୍କୁ ପୁନର୍ବାର ଚେପକ୍ ଷ୍ଟାଡିୟମରେ ଦେଖିବେ କି। ଧୋନି କହିଥିଲେ, ‘ମୁଁ ଜାଣେ ନାହିଁ, ମୋର ନିଷ୍ପତ୍ତି ନେବାକୁ ୮-୯ ମାସ ଅଛି। ଡିସେମ୍ବର ପାଖାପାଖି ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ତେଣୁ ଏବେଠୁ କାହିଁକି ମୁଣ୍ଡବିନ୍ଧା କରିବା ଦରକାର। ନିଷ୍ପତ୍ତି ନେବାକୁ ପର୍ଯ୍ୟାପ୍ତ ସମୟ ଅଛି।’’
ଆହୁରି ମଧ୍ୟ କହିଥିଲେ, ସେ ଚେନ୍ନାଇ ସହ ସବୁବେଳେ ରହିବେ। ପୂର୍ବରୁ ମଧ୍ୟ ଧୋନି ତାଙ୍କ ଆଇପିଏଲ୍ ଅବସର ସମ୍ପର୍କରେ ମୁହଁ ଖୋଲିଥିଲେ। ସ୍ପଷ୍ଟ ଭାବେ କହିନଥିଲେ ମଧ୍ୟ ଧୋନି କହିଥିଲେ, ‘‘ଏହା ମୋ ଖେଳ ଜୀବନର ଶେଷ ପର୍ଯ୍ୟାୟ।’’
ଧୋନି ୨୦୧୪ରେ ଟେଷ୍ଟ୍ କ୍ରିକେଟ୍ ଛାଡ଼ିବା ପରେ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିଲେ । ଧୋନିଙ୍କ ଆଇପିଏଲ୍ ଅବସର ଆଭାସ ସମ୍ପର୍କରେ ହରଭଜନ ସିଂହ କହିଛନ୍ତି, ‘ଭାରତରେ ଏମଏସ୍ ଧୋନିଙ୍କଠାରୁ ଆଉ ବଡ଼ କ୍ରିକେଟର୍ ନାହାନ୍ତି’।
କିମ୍ବଦନ୍ତି ବ୍ୟାଟର୍ ସୁନିଲ ଗାଭାସ୍କର କହିଛନ୍ତି, ‘‘ତାଙ୍କ ଭଳି ଅଧିନାୟକ ନାହାଁନ୍ତି କି ଭବିଷ୍ୟତରେ ମିଳିବେ ନାହିଁ’। ୪୧ ବର୍ଷୀୟ ଧୋନି ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୪ ଥର ଆଇପିଏଲ୍ ବିଜେତା କରିଥିବା ବେଳେ ଗତ ସପ୍ତାହରେ ଏହି ଦଳକୁ ୨୦୦ ଥର ନେତୃତ୍ବ ଦେବାର ମାଇଲଖୁଣ୍ଟ ଟପିଥିଲେ।
ପଢ଼ନ୍ତୁ ଏହି ଖବର:
IPL 2023: ଗୁଜରାଟକୁ ହରାଇ ଦଶମ ଥର ପାଇଁ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସ୍ମୋଟ ଉପରେ ଆଇପିଏଲ୍ରେ ୨୪୯ ମ୍ୟାଚ୍ ଖେଳିଛନ୍ତି। ଭାରତକୁ ଆଇସିସି ଟ୍ବେଣ୍ଟି-୨୦, ଦିନିକିଆ ବିଶ୍ବକପ୍ ବିଜେତା କରିବା ସହ ଟେଷ୍ଟ୍ ଚାମ୍ପିଅନସିପ୍ ଗଦା ଏବଂ ଅଲ୍ ଫର୍ମାଟ ସଫଳତା ପାଇଥିଲେ। ହେଲିକପ୍ଟର ସଟ୍ ପାଇଁ ବିଖ୍ୟାତ ମାହି ମଧ୍ୟ ନିଜ ଶାନ୍ତ ସ୍ବଭାବ ଚରିତ୍ର ଓ ନେତୃତ୍ବ ପାଇଁ ଅଧିକ ଚର୍ଚ୍ଚିତ ରହି ଆସିଛନ୍ତି କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।