ଟିଭି ଅପେକ୍ଷା ଡିଜିଟାଲ୍ ପ୍ଲାଟଫର୍ମରେ ଅଧିକ ଲୋକ ଦେଖିଲେ ଫିଫା ବିଶ୍ୱକପ୍ ୨୦୨୨
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ; ଫିଫା ବିଶ୍ୱକପ ୨୦୨୨ ର ଅନ୍ତିମ ମ୍ୟାଚ୍ ଆଜି ଆର୍ଜେଣ୍ଟିନା ବନାମ ଫ୍ରାନ୍ସ ମଧ୍ୟରେ ଖେଳାଯିବ । ଚାମ୍ପିଅନ୍ ଫ୍ରାନ୍ସ ସେମିଫାଇନାଲରେ ମୋରୋକୋକୁ ୨-୧ରେ ପରାସ୍ତ କରିବା ପରେ କ୍ରମାଗତ ଦ୍ୱିତୀୟ ଫାଇନାଲକୁ ଉନ୍ନୀତ ହୋଇଛି । ଅନ୍ୟପକ୍ଷରେ କ୍ୟାପଟେନ ମେସିଙ୍କ ନୀଳ-ଧଳା ବ୍ରିଗେଡ୍ କ୍ରୋଏସିଆକୁ ୩-୦ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଯଦିଓ ଭାରତ ଫିଫା ଫୁଟବଲ ର଼୍ୟାଙ୍କିଙ୍ଗରେ ସବୁଠାରୁ ପଛରେ ରହିଛି, ତଥାପି ଭାରତରେ ଫୁଟବଲ ପ୍ରତି ଭଲ ପାଇବା କମ୍ ପଡ଼ି ନାହିଁ ।
ଚଳିତ ବର୍ଷର ଫୁଟବଲ ବିଶ୍ୱକପ ମ୍ୟାଚକୁ ସର୍ବାଧିକ ସଂଖ୍ୟକ ଭାରତୀୟ ଦେଖିଛନ୍ତି । ଫିଫା ବିଶ୍ୱକପ୍ର ଉତ୍ସାହ ଭାରତର ଲୋକଙ୍କ ମଧ୍ୟରେ ଏତେ ପରିମାଣରେ ପହଞ୍ଚିଛି ଯେ କତାରରେ ଅନୁଷ୍ଠିତ ବିଶ୍ୱକପକୁ ସର୍ବାଧିକ ଭାରତୀୟ ଦର୍ଶକ ଦେଖିଛନ୍ତି।
ଭାରତରେ ଏହା ପ୍ରଥମ ଥର ପାଇଁ ଦର୍ଶକଙ୍କ ଦୃଷ୍ଟିରୁ ଟେଲିଭିଜନ୍ ମିଡିଆକୁ ଅତିକ୍ରମ କରିଛି ଡିଜିଟାଲ୍ ପ୍ଲାଟଫର୍ମ । ଫିଫା ବିଶ୍ୱକପ୍ ୨୦ ନଭେମ୍ବରରୁ ଆରମ୍ଭ ହୋଇଛି । ସାରା ବିଶ୍ୱରେ ପ୍ରଶଂସକମାନେ ବିଶ୍ୱର ଏହି ବଡ଼ ସୋ'କୁ ଦେଖୁଛନ୍ତି । ଇକୋନୋମିକ୍ ଟାଇମ୍ସ ଅନୁସାରେ, ୪୮ ମ୍ୟାଚରୁ ଟୁର୍ନାମେଣ୍ଟରେ ବୁର୍କର ତଥ୍ୟ ୪୨.୨ ମିଲିୟନ ଯାଏ ପହଞ୍ଚି ଯାଇଛି। BARCର ତଥ୍ୟ ଅନୁସାରେ - କେବଳ ସାଟେଲାଇଟ (CS) ରୁ 2+ ଦର୍ଶକ ଅଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।