- News18 Odia
- Last Updated :
- Other, India
News18 0dia Digital
India vs New Zealand 1st ODI: ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ୩୪୯ ରନ୍ ସଂଗ୍ରହ କରିଛି । କିନ୍ତୁ ଏହି ସମୟରେ ଟିମ୍ ଇଣ୍ଡିଆକୁ ଏକ ବଡ଼ ଧରଣର ଝଟକା ଲାଗିଛି ।
ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇଛନ୍ତି। ଇନିଂସର ସପ୍ତମ ଓଭରର ଶେଷ ବଲରେ ମହମ୍ମଦ ଶାମି ଆହତ ହୋଇଥିଲେ । ମହମ୍ମଦ ଶାମି ଫିନ୍ ଆଲେନଙ୍କ ସାମ୍ନାରେ ବଲ୍ ପକାଇଥିଲେ ଓ ଆଲେନ୍ ଏହି ବଲକୁ ଆଗ ଆଡ଼କୁ ଖେଳିଥିଲେ । ଫୋଲୋଥ୍ରୁ ଉପରେ ଶାମି ନିଜ ହାତକୁ ଆଗକୁ କରି ବଲ ଅଟକାଇଥିଲେ କିନ୍ତୁ ବଲ୍ ଆଙ୍ଗୁଠିକୁ ବାଜି ଥିଲା । ଆଇସପ୍ୟାକ୍ ମଧ୍ୟ ଲଗାଯାଇଥିଲେ ମଧ୍ଯ ସେ ଯନ୍ତ୍ରଣା ଅନୁଭବ କରୁଥିଲେ ଶେଷରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଥିଲା ।
ଦିନିକିଆରେ ଦ୍ୱିଶତକ ହାସଲ କରିଥିବା ଶୁଭମନ ଗିଲ ହେଉଛନ୍ତି ସର୍ବକନିଷ୍ଠ ଖେଳାଳି । ଏହି ଖେଳାଳୀ ୨୩ ବର୍ଷ ୧୩୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।