News 18 Odia Digital
ନୂଆଦିଲ୍ଲୀ: ଭାରତୀୟ ବୋଲର ମହମ୍ମଦ ଶାମି ଭାରତ ବନାମ ବାଂଲାଦେଶ ସିରିଜ୍ ରୁ ବାଦ୍ ପଡିଛନ୍ତି। ସୂଚନା ଅନୁଯାୟୀ ହାତରେ ଆଘାତ ଲଗିଥିବାରୁ ମ୍ୟାଚ୍ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ସ୍ଥାନରେ ଜାମ୍ମୁ ଏକ୍ସପ୍ରେସ୍ ଉମ୍ରାନ୍ ମଲ୍ଲିକ୍କୁ ସୁଯୋଗ ମିଳିଛି ।
ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ୍ । ୩ଟି ଓ୍ବାନଡେ ସହିତ ୨ଟି ଟେଷ୍ଟ ମ୍ୟାଚ୍ ଖେଲାଯିବ । ହେଲେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ବଢିଛି । ଟିମ୍ରୁ ବାହାର ହୋଇଯାଇଛନ୍ତି ପେସ୍ ବୋଲର ମହମ୍ମଦ ସାମି । ହାତରେ ଆହାତ ଯୋଗୁ ଟିମ୍ରୁ ବାଦ୍ ପଡ଼ିଛନ୍ତି ଏହି ଅନୁଭବୀ ବୋଲର । ମହମ୍ମଦ ସାମି ଉଭୟ ଓ୍ବେନଡେ’ ଓ ଟେଷ୍ଟ ଟିମ୍ରୁ ବାହାର ହୋଇଯାଇଛନ୍ତି । ସେପଟେ ସାମିଙ୍କ ସ୍ଥାନରେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକକୁ ସୁଯୋଗ ଦେଇଛି ବିସିସିଆଇ ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ଟି ODI ସିରିଜର ପ୍ରଥମ ମ୍ୟାଚ୍ ୪ ଡିସେମ୍ବରରେ ଖେଳାଯିବ। ସିରିଜର ଦ୍ୱିତୀୟ ମ୍ୟାଚ୍ ୭ ଡିସେମ୍ବରରେ ଖେଳାଯିବ। ଏଥି ସହିତ, ଏହି ସିରିଜର ଶେଷ ମ୍ୟାଚ୍ ୧୦ ଡିସେମ୍ବରରେ ଖେଳାଯିବ। ଢ଼ାକା ସ୍ଥିତ ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଭାରତ-ବାଂଲାଦେଶ ସିରିଜର ଦୁଇଟି ODI ଖେଳାଯିବ ଏବଂ ତୃତୀୟ ମ୍ୟାଚ୍ ଚିତ୍ରକୋଣ୍ଡାର ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ। ଏହା ବ୍ୟତୀତ ଦୁଇ ଦଳ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ୧୪-୧୮ ଡିସେମ୍ବର ମଧ୍ୟରେ ଚିତ୍ରକୋଣ୍ଡାର ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଖେଳାଯିବ।
ଟିମ୍ ଇଣ୍ଡିଆ: ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ଶିଖର ଧାୱନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ୍ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଅକ୍ଷାର ପଟେଲ, ୱାଶିଂଟନ୍ ସୁନ୍ଦର, ଶରଦୁଲ ଠାକୁର, ମୋହଦ୍ ଶାମି, ମୋହଦ୍ ସିରାଜ, ଦୀପକ ଚହର, ଯଶ ଦିନଲ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।