ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ
News 18 Odia Digital
ନୂଆଦିଲ୍ଲୀ; ଟିମ୍ ଇଣ୍ଡିଆର ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜାହାନ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଏକ ବିଶେଷ ଆବେଦନ କରିଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି ଯେ ଆମ ଦେଶ, ଆମର ସମ୍ମାନ । ମୁଁ ଭାରତକୁ ଭଲ ପାଏ । ଆମ ଦେଶର ନାମ କେବଳ ହିନ୍ଦୁସ୍ତାନ କିମ୍ବା ଭାରତ ହେବା ଉଚିତ୍ ।
ସେ ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର ଗୃହମନ୍ତ୍ରୀଙ୍କୁ ଭାରତର ନାମ ପରିବର୍ତ୍ତନ କରିବାକୁ ଅନୁରୋଧ କରି କହିଥିଲେ ଯେ ପୁରା ବିଶ୍ଵ ଆମ ଦେଶକୁ ଭାରତ କିମ୍ବା ହିନ୍ଦୁସ୍ଥାନ ନାମରେ ଜାଣୁ । ହସିନ ଜାହାନ ଏବଂ ମହମ୍ମଦ ଶାମି ଦୀର୍ଘ ସମୟ ଧରି ଅଲଗା ରହୁଛନ୍ତି । ୨୦୧୮ ମସିହାରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଯେଉଁଥିରେ ହସିନ ଜାହାନ ଶାମିଙ୍କ ଉପରେ ଘରୋଇ ହିଂସା ଭଳି ଗୁରୁତର ଅଭିଯୋଗ ଆଣିଥିଲେ ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।