News18 Odia Digital
ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଟିମର ଅଧିନାୟକା ମିତାଲି ରାଜ (Mithali Raj) ୭୬୨ ପଏଣ୍ଟ୍ ସହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (International Cricket Council - ICC) ସଦ୍ୟ ମହିଳା ଏକଦିବସୀୟ (ODI) ବ୍ୟାଟିଂ ମାନ୍ୟତାରେ ପୁଣି ଥରେ ଶୀର୍ଷରେ ରହିଛନ୍ତି ।
ବାମହାତୀ ବ୍ୟାଟର୍ ସ୍ମୃତି ମନ୍ଧାନା (Smriti Mandhana) ନବମ ସ୍ଥାନ ଅଧିକାର କରି ଶାର୍ଷ ୧୦ ଜଣଙ୍କ ତାଲିକାରେ ସ୍ଥାନ ପାଇଛନ୍ତି । ଗଲା ୧୬ ବର୍ଷରୁ ଅଧିକ ସମୟ ପୂର୍ବରୁ ପ୍ରଥମ ଥର ବ୍ୟାଟରମାନଙ୍କ ତାଲିକାର ଶୀର୍ଷରେ ପହଞ୍ଚିବା ପରେ ମିତାଲି ରାଜ୍ ଏବେ ନବମ ଥର ପାଇଁ ନମ୍ବର-୧ ବ୍ୟାଟର୍ ହୋଇପାରିଛନ୍ତି । ପୂର୍ବ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିବା ୱେଷ୍ଟ୍ ଇଣ୍ଡିଜର ଅଧିନାୟକ ଷ୍ଟେଫନି ଟେଲର୍ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି । ପାକିସ୍ତାନ ଓ ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ସିରିଜ୍ ପରେ ଏହି ରାଙ୍କିଙ୍ଗ୍ ଅପଡେଟ୍ ହୋଇଛି । ଟେଲର୍ ୩୦ ପଏଣ୍ଟ ହରାଇଛନ୍ତି ।
ଏହା ବି ପଢ଼ନ୍ତୁ | ‘‘ମୁଁ ଗଲି ଭାତ ବାଢ଼ିବାକୁ, ଆସିଲା ବେଳକୁ ସେ ଜଳୁଛନ୍ତି’’: ଏତେ ସରଳ ଥିଲା କି ACF ସୌମ୍ୟଙ୍କ ମୃତ୍ୟୁ?
ବୋଲରମାନଙ୍କ ତାଲିକାରେ ଝୁଲନ୍ ଗୋସ୍ୱାମୀ (Jhulan Goswami) ଏକ ମାତ୍ର ଭାରତୀୟ ବୋଲର୍ ଯିଏକି ICC ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ରହିଛନ୍ତି । ତା’ ସହିତ ଦୀପ୍ତି ଶର୍ମା ଅଲରାଉଣ୍ଡର୍ ମାନ୍ୟତାରେ ଦଶମ ସ୍ଥାନରେ ଅଛନ୍ତି । ମହିଳା ଟି-୨୦ (Women T20) ଆନ୍ତର୍ଜାତୀୟ ଖେଳାଳି ମାନ୍ୟତାରେ ଭାରତୀୟ ଓପନର୍ ସ୍ମୃତି ମନ୍ଧାନା ନିଜ କରିୟରର ଶ୍ରେଷ୍ଠ ମାନ୍ୟତା ସହ ସମାନତା ରକ୍ଷା କରି ତୃତୀୟ ସ୍ଥାନରେ ରହିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟି-୨୦ରେ ୭୦ ରନ୍ ସଂଗ୍ରହ କରିଥିଲେ, ଯାହା ଗତ ସପ୍ତାହରେ କ୍ରିକେଟର ଏହି ଫର୍ମାଟରେ ତାଙ୍କର ଏକ ମାତ୍ର ମ୍ୟାଚ୍ ଥିଲା ।

ସ୍ମୃତି ମନ୍ଧାନା
ଏହା ବି ପଢ଼ନ୍ତୁ | ରାଜ୍ୟରେ ଖୋଲିବ ସ୍କୁଲ୍: ୨୬ ତାରିଖରୁ ଦଶମ ଓ ଦ୍ବାଦଶ କ୍ଲାସ୍ ହେବ; ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପଢ଼ା
ମଙ୍ଗଳବାର ଦିନ ପ୍ରକାଶିତ ଏହି ସାପ୍ତାହିକ ଅପଡେଟରେ ୱେଷ୍ଟ୍ ଇଣ୍ଡିଜର ଅଧିନାୟିକା ଷ୍ଟେଫନୀ ଟେଲର୍ ୩୦ ପଏଣ୍ଟ୍ ହରାଇଥିବା ଦେଖିବାକୁ ମିଳିଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୱେଷ୍ଟ୍ ଇଣ୍ଡିଜ୍ ପାକିସ୍ତାନକୁ ୩-୨ରେ ପରାସ୍ତ କରିଥିଲା । ସାପ୍ତାହିକ ରାଙ୍କିଙ୍ଗ୍ ସମୟରେ ଟେଲରଙ୍କୁ ତିନିଟି ମ୍ୟାଚ ମଧ୍ୟରୁ ଦୁଇଟିରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା । ସେ ୪୯ ଓ ୨୧ ରନ୍ ସ୍କୋର୍ କରିଥିଲେ ।
ଗତ ସପ୍ତାହରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚ୍ରେ ଅପରାଜିତ ଶତକ କରି ODI ର଼୍ୟାଙ୍କିଙ୍ଗର ଶୀର୍ଷକୁ ଉଠିଥିଲେ ଷ୍ଟେଫନୀ ଟେଲର୍ । ହେଲେ ଅଲରାଉଣ୍ଡର୍ ତାଲିକାରେ ଶୀର୍ଷ ସ୍ଥାନ ସେ ଅଷ୍ଟ୍ରେଲିଆର ଏଲିସ ପେରିଙ୍କୁ ଦେଇଦେଲେ । ତିନୋଟି ମ୍ୟାଚ୍ରେ ଟେଲରଙ୍କୁ କୌଣସି ୱିକେଟ୍ ମିଳି ନ ଥିଲା । ସେହି କାରଣରୁ ସେ ଅଲରାଉଣ୍ଡର୍ ତାଲିକାରେ ତିନୋଟି ସ୍ଥାନ ତଳକୁ ଖସି ଯାଇଥିଲେ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।