News 18 Odia Digital
CWG 2022: ସୁନା ଝିଅ ମୀରାବାଇ ଚାନୁ ଚଳିତ ବର୍ଷ କମନୱେଲଥ ଗେମ୍ସ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ଭାରତ ପାଇଁ। କମନୱେଲଥ ଗେମ୍ସ ୨୦୨୨ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚାନୁ ମୋଟ ୨୦୧ କିଲୋ ଉଠାଇ ମହିଳା ୪୯ କିଲୋ ଭାରୋତ୍ତୋଳନ ଇଭେଣ୍ଟରେ ସୁନା ପଦକ ଜିତିଛନ୍ତି, ଯାହାକି ତୃତୀୟ ପଦକ ଭେଟି ଦେଇଛନ୍ତି ଭାରତକୁ ସେ।
ସଙ୍କେତ ସାଗର (ସିଲଭର) ଓ ଗୁରୁରାଜ (ବ୍ରୋଞ୍ଜ) ପୂର୍ବରୁ ଜିତି ସାରିଛାନ୍ତି। ଚାନୁ ୨୦୧୮ରେ କମନୱେଲଥ ଗେମ୍ସ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ । ସେ ୮୮ କିଲୋଗ୍ରାମ ଓ ୧୧୩ କିଲୋ କ୍ଲିନ୍ ଓ ଜର୍କରେ ଉଠାଇଥିଲେ।
ମୀରାବାଇ ଦେଶର ସବୁଠାରୁ ଭାରୋତ୍ତୋଳନକାରୀମାନଙ୍କ ମଧ୍ୟରୁ ଜଣେ ଶ୍ରେଷ୍ଠ ଖେଳାଳି । ସେ କମନୱେଲଥ ଗେମ୍ସରେ ପୂର୍ବରୁ ରୌପ୍ୟ (୨୦୧୪) ଓ ସ୍ୱର୍ଣ୍ଣ (୨୦୧୮) ଜିତି ସାରିଛନ୍ତି। ସେ ୨୦୧୭ରେ ମଧ୍ୟ ବିଶ୍ଵ ଚାମ୍ପିଅନସିପରେ ସୁନା ପଦକ ଜିତିସାରିଛନ୍ତି ।
ଗତ ବର୍ଷ ଟୋକିଓରେ ତାଙ୍କ କ୍ୟାରିୟରର ମୁଖ୍ୟ ଆକର୍ଷଣ ସାଜିଥିଲେ ଯେହେତୁ ସେ ଅଲମ୍ପିକ୍ ଗେମ୍ସରେ ଭାରତର ପ୍ରଥମ ରୌପ୍ୟ ପଦକ ବିଜେତା ହୋଇଥିଲେ, ଓ ସିଡନୀ ୨୦୦୦ରେ କର୍ଣ୍ଣମ ମଲେସୱାରୀଙ୍କ ଦ୍ୱାରା ଜିତିଥିବା ବ୍ରୋଞ୍ଜ ପଦକ ପରେ ଏହା ଥିଲା ଭାରତ ପାଇଁ ଶ୍ରେଷ୍ଠ ସଫଳାତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।