News18 Odia Digital
IND vs AUS Test: ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର ଗାଭାସ୍କର ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି।
ଦିଲ୍ଲୀର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ସିରିଜରେ ପରାସ୍ତ ହୋଇପାରିବ ନାହିଁ। ଅଷ୍ଟ୍ରେଲିଆର ଅନେକ ଦକ୍ଷ ବ୍ୟାଟ୍ସମ୍ୟାନ ଭାରତ ମାଟିରେ ଫେଲ୍ ମାରିଛନ୍ତି।
ମଙ୍ଗଳବାର ଏହା ଉପରେ ପ୍ରତିକ୍ରିୟା ରଖି ଅଷ୍ଟ୍ରେଲିଆ ଟିମକୁ କଡ଼ା କଥା କହିଥିଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାଇକେଲ କ୍ଲାର୍କ।
ସେ କହିଥିଲେ, ‘‘ଅନୁକୂଳ ପରିସ୍ଥିତିରେ କେମିତି ବ୍ୟାଟିଂ କରାଯାଏ ତାହା ଭାରତଠୁ ଅଷ୍ଟ୍ରେଲିଆକୁ ଶିଖିବାର ଥିଲା। ଏମିତି ଲାଗୁଛି କି ଆମେ ଭାରତକୁ ବ୍ୟାଟିଂ କରୁଥିବାର ଦେଖୁନାହୁଁ। ମାନୁଛୁ କି ସେମାନେ ପରିସ୍ଥିତିକୁ ଭଲରେ ବୁଝୁଛନ୍ତି ବୋଲି ଭଲ ବ୍ୟାଟିଂ କରୁଛନ୍ତି, ହେଲେ ଆମେ କାହିଁକି କିଛି ଅଲଗା କରିବାର ଚେଷ୍ଟା କରିବା। ଯଦି ଆମେ ୨୦୦ ରନ କରିଦେଇଥାନ୍ତୁ ତେବେ ବିଜୟ ନିଶ୍ଚିତ ହୋଇଥାନ୍ତା। ୬୦ରେ ଆମର ଗୋଟିଏ ୱିକେଟ ଯାଇଥିଲା। ଆଉ ଶେଷ ୫୨ ରନରେ ଆମେ ୯ ୱିକେଟ ହରାଇଥିଲୁ। ଭାରତକୁ ୧୧୫ ରନର ଲକ୍ଷ୍ୟ ମିଳିଥିଲା। ଯାହାକୁ ଭାରତ ୪ ୱିକେଟ ହରାଇ ହାସଲ କରିଥିଲା।’’
ପଢ଼ନ୍ତୁ ଏହି ଖବର: MCD: ଦିଲ୍ଲୀର ନୂଆ ମେୟର ଶେଲି ଓବରଏ; ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ କଥା...ଖାଲି ଏତିକି ନୁହେଁ ସେ ଆହୁରି କହିଥିଲେ, ‘‘ପ୍ରଥମ ଟେଷ୍ଟରେ ମୁଁ ବହୁତ ସ୍ୱିପ ସଟ୍ ଦେଖିଥିଲି। ଯେତେବେଳେ ତୁମେ ପାଳି ଆରମ୍ଭ କରୁଛି ସେତେବେଳେ ସ୍ୱିପ ସଟ ଖେଳିବା ଠିକ କଥା ନୁହେଁ। ବଲ କମ୍ ଉଠୁଥିବା ପିଚରେ ଅଷ୍ଟ୍ରେଲିଆର ଅଧା ଟିମ ସ୍ୱିପ ଆଉ ରିଭର୍ସ ସ୍ୱିପ ଖେଳି ଆଉଟ ହୋଇଛନ୍ତି।’’
ସେହିପରି କ୍ଲାର୍କ ପ୍ୟାଟ କୁମିନ୍ସଙ୍କ ଫିଲ୍ଡିଂ ଉପରେ ବି ପ୍ରଶ୍ନ କରିଥିଲେ। ସେ କହିଥିଲେସ ‘‘ମୁଁ ବିଶ୍ୱାସ କରିପାରୁନି ଆମ ରଣନୀତି ସହ କ'ଣ ଘଟିଥିଲା।
ପ୍ରକାଶ ଥାଉକି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଖେଳୁଥିବା ୪ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି। ସେହିପରି ଭାରତକୁ ଏବେ ଜିତିବାକୁ ହେଲେ ଆଉ ଗୋଟିଏ ଟେଷ୍ଟ ମ୍ୟାଚ ଜିତିବାକୁ ହେବ। ଆଉ ଭାରତକୁ ଅଟକାଇବା ପାଇଁ ଅଷ୍ଟ୍ରେଲିଆ ଆଗାମୀ ୨ଟି ଟେଷ୍ଟରେ ବିଜୟୀ ହେବାକୁ ରଣନୀତି କରିପାରେ। ତେବେ ତୃତୀୟ ଟେଷ୍ଟ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି କହୁଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।