News 18 Odia Digital
SRH vs MI : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୫ତମ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୯୩ ରନର ଲକ୍ଷ୍ୟ ରଖିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।କିନ୍ତୁ ହାଇଦ୍ରାବାଦକୁ ୧୪ ରନ୍ରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୯୩ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୭୮ ରନ୍ କରି ପରାସ୍ତ ହୋଇଛି । ହାଇଦ୍ରାବାଦ ପକ୍ଷରୁ ମୟଙ୍କ ଅଗ୍ରୱାଲ ୪୮ ରନ୍ କରିଥିବା ବେଳେ ହେନ୍ରିଚ୍ କ୍ଲାସନ୍ ୩୬ ରନ୍ ଓ ଆଡେନ ମାର୍କ୍ରମ ୨୨ ରନ୍ କରିବାରେ ସକ୍ଷ୍ୟମ ହୋଇଥିଲେ । ସେହିପରି ମୁମ୍ବାଇ ପକ୍ଷରୁ ଜେସନ, ରିଲେ ମେରେଡିଥ୍, ପିୟୁଷ ଚାୱଲା ୨-୨ ଟି ୱିକେଟ ନେଇଥିବା ବେଳେ କ୍ୟାମେରନ୍ ଗ୍ରୀନ୍ ଓ ଅଜୁର୍ନ ତେନ୍ଦୁଲକର ୧-୧ ୱିକେଟ ନେଇଥିଲେ । ସଚିନ୍ ତେନ୍ଦୁଲକରଙ୍କ ପୁଅ ଅଜୁର୍ନ ତେନ୍ଦୁଲକର ଆଇପିଏଲ୍ କ୍ୟାରିୟରେ ତାଙ୍କର ପ୍ରଥମ ୱିକେଟ ନେଇଛନ୍ତି ।
ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ କାମେରୁନ ଗ୍ରୀନଙ୍କ ୬୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୯୨ ରନ କରିଥିଲା । ଗ୍ରୀନ ୪୦ଟି ବଲରେ ୨ ଛକା ଓ ୬ ଚୌକା ସହ ଏହି ୬୪ ରନ କରିଥିଲେ । ସେହିପରି ଇଶାନ୍ କିଷନ ୩୮ ରନ କରିଥିବାବେଳେ ତିଲକ ବର୍ମା ୩୭ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା ୨୮ ରନ କରିଥିଲେ ।
ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜାନସେନ ୨ଟି ଓ୍ବିକେଟ ନେଇଥିବାବେଳେ ଭୁବନେଶ୍ବର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ସନରାଇଜର୍ସ ହାଇଦ୍ରାବାଦ : ମାୟାନକ ଅଗ୍ରୱାଲ, ହ୍ୟାରି ବ୍ରୁକ, ରାହୁଲ ତ୍ରିପାଠୀ, ଆଡେନ ମାର୍କ୍ରାମ (c), ହେନ୍ରିଚ କ୍ଲାସେନ (wk), ଅଭିଷେକ ଶର୍ମା, ୱାଶିଂଟନ ସୁନ୍ଦର, ମାର୍କୋ ଜନସନ, ଭୁବନେଶ୍ୱର କୁମାର, ମାୟାନକ ମାର୍କାଣ୍ଡେ, ଟି ନାଟାରାଜନ ।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (c), ଇଶାନ କିଶାନ୍ (wk), ତିଲକ ଭର୍ମା, ସୂର୍ଯ୍ୟକୁମାର ଯାଦବ, ଟିମ୍ ଡେଭିଡ, କ୍ୟାମେରନ୍ ଗ୍ରୀନ୍, ଅର୍ଜୁନ ତେନ୍ଦୁଲକର, ନେହଲ ୱାଡେରା, ହ୍ରିତିକ ଶୋକେନ୍, ପୀୟୁଷ ଚାୱଲା, ଜେସନ ।
ପଢନ୍ତୁ ଏହି ଖବର :
School Closed : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର; କାଲିଠୁ ସ୍କୁଲ ବନ୍ଦନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।