News18 Odia Digital
ପୁରୀ: ଓଡ଼ିଶାର ଦ୍ୱିତୀୟ ଥର ପାଇଁ ହେବ ହକି ବିଶ୍ୱକପ (Mens Hockey world cup)। ଯୋଉଥି ପାଇଁ ସାରା ଓଡ଼ିଶା ବର୍ତ୍ତମାନ ଚଳଚଞ୍ଚଳ। ସହରୁ ସହରକୁ ଏହାର ପ୍ରସାର ପ୍ରଚାର ପାଇଁ ବିଭିନ୍ନ ସ୍ଥାନକୁ ଯାଉଛି ହକି ବିଶ୍ୱ କପଟି।
ସେହିପରି ଗ୍ରାମ ଅଞ୍ଚଳରେ ତଥା ଚିଲିକା (Chilika) ଅଞ୍ଚଳରେ ପ୍ରଚାର ପ୍ରସାର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଦଶମ ଶ୍ରେଣୀର ଚାରିଜଣ ସାଙ୍ଗ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବ୍ରାହ୍ମଣଦେଓ ହାଇ ସ୍କୁଲର ହକି ବିଶ୍ୱକପ ପାଇଁ କିନ୍ତୁ ନିଆରା ପ୍ରୟାସ।
ନିଜ ଖର୍ଚ୍ଚରେ ତିଆରି କରିଛନ୍ତି ଦୁଇ ପୁଟ ଲମ୍ବର ହକି ବିଶ୍ୱକପି ପ୍ରତିକୃତି। ଚିଲିକାର ଡଙ୍ଗାରେ ଟ୍ରଫିକୁ ରଖି ଚିଲିକା ଅଞ୍ଚଳରେ କରୁଛନ୍ତି ପ୍ରଚାର ପ୍ରସାର। ହକି ବିଶ୍ୱକପ ଟିକୁ ଖାଲି ସହରାଞ୍ଚଳରେ ବୁଲ ଯାଉଥିବା ବେଳେ ଗ୍ରାମାଞ୍ଚଳରେ ପହଁଛିପାରୁନି ହକି ବିଶ୍ୱକପ ଟ୍ରଫି।

୪ ଜଣ ସାଙ୍ଗଙ୍କ ନିଆରା ପ୍ରୟାସ
ଏହି ଖବର ବି ପଢ଼ନ୍ତୁhttps://odia.news18.com/news/sport/prepare-to-watch-every-match-of-mens-hockey-world-cup-in-puri-tv-110123-lpd-amp-147271.htmlସେଥିପାଇଁ ଚାଲିକା ଅଞ୍ଚଳରେ ଏକ ସୋଲରେ ହକି ବିଶ୍ୱକପ ଟ୍ରଫିକୁ ନିର୍ମାଣ କରି ଗ୍ରାମ ଚିଲିକା ଡଙ୍ଗା ଉପରେ ଚିଲିକାରେ ବୁଲାଯାଉଛି । ଗାଁ ଗାଁରେ କିପରି ହକିକୁ ଯୁବପିଡ଼ିମାନେ ମନେ ରଖିବେ ସେଥିପାଇଁ ଆରମ୍ଭ କରିଛନ୍ତି ପ୍ରୟାସ। ଚାରି ଜଣ ସାଙ୍ଗଙ୍କର ଏହି ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ଚିଲିକା ଅଞ୍ଚଳବାସୀ।
ପ୍ରକାଶ ଥାଉକି ଆଜି ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।