News18 Odia Digital
କଟକ: ଓଡ଼ିଆରେ ହୋଷ୍ଟିଂ କଲେ ମନୀଷ ପୌଲ। ହକି ଉଦଘାଟନ ଉତ୍ସବରେ ଓଡ଼ିଆ କହିଲେ ମନୀଷ। ତାଙ୍କ ସହ ମଞ୍ଚ ଉପରେ ଉପସ୍ଥିତ ଥିଲେ ଗୌହର ଖାନ। ଦୁହେଁ ଓଡିଶାର ସ୍ୱାଗତକୁ ନେଇ ପ୍ରଶଂସା କରିଥିଲେ।
ଗୌହର ଓ ମନୀଷ ଓଡିଶାରେ ହକି ଆୟୋଜନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ଯବାଦ ଜଣାଇଛନ୍ତ । ଓଡିଆରେ ଜୟ ଜଗନ୍ନାଥ କହି ଆମେ ଓଡ଼ିଆ ଆମ ସ୍ୱାଗତ ଭାରି ବଢ଼ିଆ କହିଥିଲେ ମନୀଷ । ଏହା ଶୁଣିବା ପରେ ଷ୍ଟାଡ଼ିୟମରେ ଉପସ୍ଥିତ ଦର୍ଶକମାନଙ୍କ ତାଳିମାଡ ଶୁଭିଥିଲା ।
ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆରମ୍ଭ ହୋଇଛି ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ (Hockey World Cup)। କଟକ ବାରବାଟୀ ଷ୍ଟାଡ଼ୟମ (Barabati Stadium)ରେ ଉଦଘାଟନୀ ଉତ୍ସବ ଆରମ୍ଭ ହୋଇଛି। ଉଦଘାଟନୀ ଉତ୍ସବ ପୂର୍ବରୁ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି ।
https://odia.news18.com/news/sport/the-opening-ceremony-of-the-hockey-world-cup-has-begun-3ssd-11012023-ssd-147411.htmlମଞ୍ଚ ଉପରେ ଉପସ୍ଥିତ ପ୍ରମୁଖ ବ୍ୟକ୍ତିବିଶେଷ ଦ୍ୱୀପ ପ୍ରଜ୍ୱଳନ କରି ହକି ବିଶ୍ୱ କପ ଉଦଘାଟନୀ ଉତ୍ସବ ଆରମ୍ଭ କରିିବାକୁ ଯାଉଛନ୍ତି । ଗ୍ରାଣ୍ଡ ସ୍ୱାଗତ ପରେ ହକି ବିଶ୍ୱ କପ ସଙ୍ଗୀତ ପରିବେଶଷଣ କରାଯିବ । ପରେ ଜାଇଲୋବ୍ୟାଣ୍ଡ ନିଜର ପ୍ରଦର୍ଶନ ଦେଖାଇବେ । ସମ୍ମାନିତ ଅତିଥିଙ୍କ ଭାଷଣ ଓ ଆତସବାଜି ସୋ ପରେ ଆରମ୍ଭ ହେବ ବଲିଉଡ ଜଲୱା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।