News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର (Team India) ଅଧିନାୟକ ବିରାଟ କୋହଲିଙ୍କ (Virat Kohli) ଝିଅକୁ ବଳାତ୍କାର କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ (Mumbai Police) ଗିରଫ କରିଛି (Virat Kohli daughter rape threat) । ୨୩ ବର୍ଷୀୟ ରାମନଗେଶ ଶ୍ରୀନିବାସ ଆକୁବାଥିନିଙ୍କୁ (Ramnagesh Srinivas Akubathini) ମୁମ୍ବାଇ ପୋଲିସର ସାଇବର ସେଲ୍ ହାଇଦ୍ରାବାଦରୁ ଗିରଫ କରିଛି । ଆକୁବାଥିନି ବୃତ୍ତିରେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପୋଲିସ ଆକୁବାଥିନିଙ୍କୁ ଗିରଫ କରି ମୁମ୍ବାଇ ଆଣୁଛି। ସେ ଆଇ.ଆଇ.ଟି. ହାଇଦ୍ରାବାଦରୁ ବି.ଟେକ୍. କରିଛନ୍ତି । ଆଇ.ସି.ସି. ଟି-୨୦ ବିଶ୍ୱ କପରେ (ICC T20 World Cup) ଟିମ୍ ଇଣ୍ଡିଆକୁ ପାକିସ୍ତାନ ପରାସ୍ତ କରିବା ପରେ (Ind Vs Pak) ଅଧିନାୟକ ବିରାଟ କୋହଲିଙ୍କୁ ଅନଲାଇନ୍ ଖୁବ୍ ଟ୍ରୋଲ୍ କରାଯାଇଥିଲା । ତାଙ୍କର ନଅ ମାସର ଝିଅକୁ ବାମିକାକୁ (Vamika) ବି ଧମକ ଦିଆଯାଇଥିଲା।
ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲାବାମିକାକୁ ରେପ୍ ଧମକ ମିଳିବା ଘଟଣାରେ ଦିଲ୍ଲୀ ମହିଳା କମିଶନ ଦିଲ୍ଲୀ ପୋଲିସକୁ ଏକ ନୋଟିସ ଜାରି କରିଥିଲା । ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ଏକ ଟ୍ୱିଟ୍ କରି କହିଛନ୍ତି ଯେ ଜଣେ ନଅ ମାସର ଝିଅକୁ ଟ୍ୱିଟରରେ ଏମିତି ରେପ୍ ଧମକ ଦେବା ପ୍ରକୃତରେ ବଡ଼ ଲଜ୍ଜାଜନକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅନିୟନ୍ତ୍ରିତ ହୋଇ ଅଡ଼ି କାର୍ ରାସ୍ତାରେ ଲୋକଙ୍କ ଉପରେ ଚଢ଼ିଗଲା; ୧ ମୃତ, ୧୦ ଆହତପାକିସ୍ତାନ ବିପକ୍ଷରେ ଖେଳି ପରାଜୟ ପାଇବା ପରେ ଟିମ୍ ଇଣ୍ଡିଆର ଖେଳାଳି ମହମ୍ମଦ ଶାମିଙ୍କୁ (Mohammad Shai) ବି ଟ୍ରୋଲରମାନେ ଟାର୍ଗେଟ୍ କରିଥିଲେ । ସୋସିଆଲ୍ ମିଡି଼ଆରେ ଟିମ୍ ଇଣ୍ଡିଆର ପେସର୍ ମହମ୍ମଦ ଶାମି ଭୀଷଣ ଅନଲାଇନ୍ ଟ୍ରୋଲିଂର ସାମନା କରିଥିଲେ । ତାଙ୍କ ଧର୍ମ ପାଇଁ ତାଙ୍କୁ ଟ୍ରୋଲ୍ କରାଯାଉଥିଲା । ଏଥି ସହିତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳି ଟିମ୍ ଇଣ୍ଡିଆ ପରାଜୟ ବରଣ କରିବା ପରେ ବିରାଟ କୋହଲି ଓ ପ୍ରାୟ ସମଗ୍ର ଭାରତୀୟ ଟିମ୍ ସୋସିଆଲ ମିଡିଆରେ ଟ୍ରୋଲମାନଙ୍କ ଦ୍ୱାରା ଟାର୍ଗେଟ ହୋଇଥିଲେ।
ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀଙ୍କ ଘରର ସୁରକ୍ଷା ବଢ଼ାଗଲା; ଘର ବିଷୟରେ ପଚାରୁଥିଲେ ୨ ଜଣ ଦାଢ଼ି ଥିବା ଲୋକଏମିତି ହେବାର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ (MS Dhoni) ଝିଅକୁ ବି ଟାର୍ଗେଟ୍ କରାଯାଇଥିଲା । ଆଇ.ପି.ଏଲ୍. ୨୦୨୦ ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ଖରାପ ପ୍ରଦର୍ଶନ ଓ ପ୍ଲେ-ଅଫରୁ ବାହାରକୁ ଚାଲିଯିବା ପରେ ଏଭଳି ଧମକ ଦିଆଯାଇଥିଲା । ସୋସିଆଲ୍ ମିଡି଼ଆରେ ଏଭଳି ଆଚରଣ ଓ ଧମକକୁ ତୀବ୍ର ସମାଲୋଚନା ବି କରାଯାଇଥିଲା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।