ହୋମ୍ » ଓଡ଼ିଶା ନ୍ୟୁଜ୍ » ସ୍ପୋର୍ଟ୍ସ»‘ମୁଁ ବି ବଲ୍ ଖେଳିପାରେ; ସାରା ଦେଶରେ ଖେଲା ହୋବେ…’, ମଞ୍ଚରେ ଫୁଟବଲ୍ ଖେଳି କହିଲେ ମମତା

‘ମୁଁ ବି ବଲ୍ ଖେଳିପାରେ; ସାରା ଦେଶରେ ଖେଲା ହୋବେ…’, ମଞ୍ଚରେ ଫୁଟବଲ୍ ଖେଳି କହିଲେ ମମତା

Mamata Benrjee plays football on stage in Kolkata | ଭିଡିଓରେ ଦେଖାଯାଇଛି ମମତା ବାନାର୍ଜୀ ଉତ୍ସାହରେ ମଞ୍ଚରୁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଫୁଟବଲ୍ ଫିଙ୍ଗୁଛନ୍ତି । ତାଙ୍କ ସରକାର ଅଗଷ୍ଟ ୧୬କୁ ପଶ୍ଚିମ ବଙ୍ଗରେ ‘ଖେଲା ଦିବସ’ ରୂପେ ପାଳନ କରିବ । ବିଜେପି ଏହା ଉପରେ ଆପତ୍ତି କରିଛି ।

‘ମୁଁ ବି ବଲ୍ ଖେଳିପାରେ; ସାରା ଦେଶରେ ଖେଲା ହୋବେ…’, ମଞ୍ଚରେ ଫୁଟବଲ୍ ଖେଳି କହିଲେ ମମତା
ମଞ୍ଚରୁ ମମତା ବାନାର୍ଜୀ ଏକ ଫିଟବଲ୍ ଫିଙ୍ଗୁଛନ୍ତି । (ପି.ଟି.ଆଇ. ଫଟୋ)
  • News18 Odia
  • Last Updated: August 2, 2021, 11:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କୋଲକାତାର ନେତାଜୀ ଇନଡୋର୍‌ ଷ୍ଟାଡିୟମରେ “ଖେଲା ହୋବେ ଦିବସ”ର ଶୁଭାରମ୍ଭ ଅବସରରେ ଗୋଟେ ଫୁଟବଲ୍‌ ଧରି ମଞ୍ଚ ଉପରେ ଖେଳୁଥିବା ଦେଖିବାକୁ ମିଳିଥିଲା । ତୃଣମୂଳ କଂଗ୍ରେସ (ଟି.ଏମ.ସି.) ନେତ୍ରୀ ମମତା ବାନାର୍ଜୀ ମଞ୍ଚରୁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଫୁଟବଲ୍‌ ବି ଫିଙ୍ଗିଥିଲେ ଓ କହିଥିଲେ “ଆମି କିନ୍ତୁ ବଲ୍ ଖେଲତେ ପାରି” (ମୁଁ କିନ୍ତୁ ଫୁଟବଲ୍ ଖେଳିପାରେ) ।

“ବିଶ୍ୱାସ କର କି ନ କର, ଆମ ସ୍ଲୋଗାନ୍‌ 'ଖେଲା ହୋବେ' ବହୁତ ଲୋକପ୍ରିୟ ହୋଇଯାଇଛି । ଏହି ସ୍ଲୋଗାନ୍‌ ସଂସଦରେ ବି ଶୁଣାଯାଇଥିଲା । ଖୁବ୍‌ ଶୀଘ୍ର ଏହା ସାରା ଭାରତରେ ଶୁଣାଯିବ,’’ କହିଥିଲେ ବାନାର୍ଜୀ । ସୋମବାର ଦିନ “ଖେଲା ହୋବେ ଦିବସ”ର ଶୁଭାରମ୍ଭ ଅବସରରେ ସେ କହିଥିଲେ ଯେ ତାଙ୍କ ସରକାର ସାରା ରାଜ୍ୟରେ ଥିବା ୨୫,୦୦୦ ଖେଳ କ୍ଲବ୍‌ ପାଇଁ ପ୍ରତି କ୍ଲବ୍‌ ୫ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରିଛି ।

ଏହା ବି ପଢ଼ନ୍ତୁ | Olympics: ହକି ମ୍ୟାଚ୍ ଖାଲି ପଞ୍ଜାବୀ ଖେଳାଳିମାନେ ଜିତାଇଲେ? ଓଡ଼ିଶା ଖେଳାଳି କଛି କରିନାହାନ୍ତି?

‘‘କ୍ରୀଡ଼ାକୁ ଆଗକୁ ନେବା ପାଇଁ ଆମେ ଜନ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରିଛୁ । ମୁଁ ବିଶ୍ୱାସ କରେ ଯେ 'ଖେଲା ହୋବେ' (ଖେଳ ହେବ) ଓ ଏହାକୁ ଆମକୁ କ୍ରୀଡ଼ା ମାଧ୍ୟମରେ କରିବାକୁ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର କ୍ରୀଡ଼ା କ୍ଲବମାନଙ୍କ ମଧ୍ୟରେ ପ୍ରାୟ ଏକ ଲକ୍ଷ ଫୁଟବଲ୍‌ ବଣ୍ଟନ କରାଯିବ,’’ ସେ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗଞ୍ଜାମ: ମୃତ୍ୟୁ ପୂର୍ବରୁ କହିଥିଲେ ଶୁଭସ୍ମିତା, ‘‘ସେ ମୋତେ ଭଲ ପାଉଥିଲା, ଏଠିକି ଆଣି ନିଆଁ ଲଗେଇଦେଲା’’

ଏହା ପୂର୍ବରୁ ମମତା ଘୋଷଣା କରିଥିଲେ ଯେ ପ୍ରତି ବର୍ଷ ଅଗଷ୍ଟ ୧୬ ତାରିଖକୁ ପଶ୍ଚିମ ବଙ୍ଗରେ “ଖେଲା ଦିବସ” ରୂପେ ପାଳନ କରାଯିବ । ସେ ଏହା ମଧ୍ୟ କହିଥିଲେ ଯେ ରାଜ୍ୟର ହସ୍ତତନ୍ତ ବିଭାଗ ଦ୍ୱାରା ନିର୍ମିତ ଫୁଟବଲଗୁଡି଼କ ଅଗଷ୍ଟ ୧୬ ତାରିଖରେ ବିଭିନ୍ନ କ୍ରୀଡ଼ା କ୍ଲବ୍‌ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଗୋଷ୍ଠୀର ପିଲାମାନଙ୍କୁ ଦିଆଯିବ । ସେ ବିଧାନ ସଭା ନିର୍ବାଚନ ୍ରଚାର ସମୟରେ ନିଜ ସ୍ଲୋଗାନ୍‌ ‘ଖେଲା ହୋବେ’ ବିଷୟରେ ବି କହିଥିଲେ, ଯାହାକୁ ନେଇ ତାଙ୍କ ଦଳ ଟି.ଏମ.ସି. ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ବଡ଼ ଲଢ଼େଇ ହୋଇଥିଲା ।

ଏଇଠି ଦେଖନ୍ତୁ ମମତାଙ୍କ ଫୁଟବଲ୍‌ ଭିଡିଓ:



ବିଜେପି ରାଜ୍ୟସଭା ସାଂସଦ ସ୍ୱପନ୍‌ ଦାସଗୁପ୍ତ କିନ୍ତୁ ଅଗଷ୍ଟ ୧୬କୁ ମୁସଲିମ ଲିଗର ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ (Direct Action Day) ସହିତ ତୁଳନା କରିଛନ୍ତି । ୧୯୪୬ ମସିହାରେ ଏହି ଦିବସ ଆରମ୍ଭ ହୋଇଥିଲା ଓ ଏହା କୋଲକାତା ସହରରେ ବହୁ ସଂଖ୍ୟାରେ ହତ୍ୟାର କାରଣ ହୋଇଥିଲା । ଏହାର pବାବରେ ଟି.ଏମ.ସି.ର ରାଜ୍ୟ ସାଧାରଣ ସମ୍ପାଦକ କୁଣାଲ ଘୋଷ କହିଛନ୍ତି ଯେ କେନ୍ଦ୍ରରେ ଥିବା ଶାସକ ଦଳ ଏକ କ୍ରୀଡ଼ା ଇଭେଣ୍ଟକୁ ରାଜନୀତିକରଣ କରୁଛି ଓ ଏହା ନିନ୍ଦନୀୟ ।

ଏହା ବି ପଢ଼ନ୍ତୁ | ଦାଦା ଚାଲିଗଲେ; ବାଲେଶ୍ୱରରୁ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

ନିକଟରେ ପାଞ୍ଚ-ଦିନିଆ ଦିଲ୍ଲୀ ଗସ୍ତ ସମୟରେ ମମତା ବାନାର୍ଜୀ କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବା ଲକ୍ଷ୍ୟରେ ବହୁ ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ । ସେ ସାକ୍ଷାତ କରିଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ (Sonia Gandhi), ଦଳର ନେତା ରାହୁଳ ଗାନ୍ଧୀ (Rahul Gandhi) ଓ ଆମ୍ ଆଦମୀ ପାର୍ଟି (ଆପ) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind kejriwal) । ମମତା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କୁ (Nitin Gadkari) ମଧ୍ୟ ଭେଟିଥିଲେ ।



ଦିଲ୍ଲୀରେ ଥିବା ବେଳେ ମମତା ବାନାର୍ଜୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ ଏକତା ପାଇଁ ବାରମ୍ବାର ପ୍ରୟାସ କରିଥିବା ଦେଖାଯାଇଥିଲା । ସେ କହିଥିଲେ ଯେ ୨୦୨୪ ନିର୍ବାଚନରେ ପ୍ରଧାନ ମନ୍ତ୍ରୀ ମୋଦୀ ଓ ସମଗ୍ର ଦେଶ ମଧ୍ୟରେ ଏକ ପ୍ରତିଯୋଗିତା ହେବ ।
Published by: Anand ST Das
First published: August 2, 2021, 11:41 PM IST