ବ୍ରୋଞ୍ଜ ପଦକ ହାତେଇଲେ ଲଭଲିନା ବୋର୍ଗୋହେନ; ଭାରତର ପଦକ ସଂଖ୍ଯା ୩କୁ ବୁଦ୍ଧି

ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ଛି । ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସିଂ ୬୯ କେଜି ବର୍ଗର ସେମିଫାଇନାଲ ତୁର୍କୀର ବୁସେନାଜ ସୁରମେନେଲିଙ୍କଠୁ ହାରି ଯାଇଛନ୍ତି ଲଭଲିନା ବୋର୍ଗୋହେନ।

ବ୍ରୋଞ୍ଜ ପଦକ ହାତେଇଲେ ଲଭଲିନା (ପ୍ରତୀକାତ୍ମକ ଛବି)

ବ୍ରୋଞ୍ଜ ପଦକ ହାତେଇଲେ ଲଭଲିନା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଟୋକିଓ: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ଛି । ଟୋକିଓ ଅଲିମ୍ପିକ୍ସରେ ମହିଳା ବକ୍ସିଂ ୬୯ କେଜି ବର୍ଗର ସେମିଫାଇନାଲ ତୁର୍କୀର ବୁସେନାଜ ସୁରମେନେଲିଙ୍କଠୁ ହାରି ଯାଇଛନ୍ତି ଲଭଲିନା ବୋର୍ଗୋହେନ।

ଭାରତୀୟ ମହିଳା ବକ୍ସର ଲଭଲିନା ବୋର୍ଗୋହେନ ଟୋକିଓ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବା ପାଇଁ ୧୬ଟି ମ୍ୟାଚରେ ୩୫ ବର୍ଷୀୟ ଜର୍ମାନ ବକ୍ସର ନେଡିନ ଏପେଟଜଙ୍କୁ ୩-୨ରେ ପରାସ୍ତ କରିଥିଲେ। ୨୩ ବର୍ଷୀୟ ଲଭଲିନା ସେହି ମ୍ୟାଚକୁ ୩-୨ରେ ଜିତିଥିଲେ। ବକ୍ସିଂରେ  ସେମିଫାଇନାଲରେ ପହଞ୍ଚିବା ମାତ୍ରେ ଅତି କମରେ ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇଥିଲା। ଆଜି ସେହି ବ୍ରୋଞ୍ଜ ପଦକକୁ ହାତେଇଛନ୍ତି । ଲଭଲିନା ବିଶ୍ୱ ଚାମ୍ପିଅନସିପରେ ଦୁଇଥର ବ୍ରୋଞ୍ଜ ପଦକ ବିଜେତା ଏବଂ ଏକ ଥର ଏସୀୟ ଚାମ୍ପିଅନସିପ୍ ପଦକ ବିଜେତା ଅଟନ୍ତି।
Published by:Soumya Das
First published:
)}