News18 Odia Digital
ବର୍ମିଂହାମରେ ଚାଲିଥିବା କମନୱେଲଥ ଗେମ୍ସରେ ଭାରତୀୟ ଭାରୋତ୍ତୋଳକ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ୧୦୯ କିଲୋଗ୍ରାମ ବର୍ଗରେ ଲଭପ୍ରୀତ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ମୋଟ ଓଜନ ୩୫୫ କିଲୋଗ୍ରାମ ସହିତ ବ୍ରୋଞ୍ଜ ଜିତିଥିଲେ। କମନୱେଲଥ ଗେମ୍ସ ୨୦୨୨ ରେ ଭାରୋତ୍ତୋଳନରେ ଏହା ହେଉଛି ଭାରତର ୯ତମ ପଦକ।
ଲଭପ୍ରୀତ ସିଂ ତୃତୀୟ ପ୍ରୟାସରେ ୧୬୩ କିଲୋଗ୍ରାମ ଓ କ୍ଲିନ ଓ ଜର୍କରେ ତୃତୀୟ ପ୍ରୟାସରେ ୧୯୨ କିଲୋଗ୍ରାମ ଉଠାଇଥିଲେ। ଏହିପରି, ମୋଟ ୩୫୫ କିଲୋଗ୍ରାମ ଉଠାଇ ସେ ତୃତୀୟ ସ୍ଥାନରେ ରହିଲେ। ଲଭପ୍ରୀତ ସ୍ୱର୍ଣ୍ଣ ପଦକ ରେସରେ ଥିଲେ, କିନ୍ତୁ ଶେଷରେ ସେ ପଛରେ ପଡ଼ିଯାଇଥିଲେ। ଏହି ଇଭେଣ୍ଟର ସ୍ୱର୍ଣ୍ଣ ଜୁନିଅର ଗଡଜା (୩୬୧ କିଲୋଗ୍ରାମ) ଓ ଜ୍ୟାକ୍ ଓପାଲୋଗ (୩୫୮) ପାଇଁ ରୌପ୍ୟ ଜିତିଥିଲେ।
ଲଭପ୍ରୀତ ହୁଏତ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହରାଇଛନ୍ତି କିନ୍ତୁ ସେ ଏଠାରେ ଯଥାସମ୍ଭବ ଚେଷ୍ଟା କରିଥିଲେ। ସେ ଉଭୟ ସ୍ନାଚ୍ ଓ କ୍ଲିନ୍ ଓ ଜର୍କରେ ଜାତୀୟ ରେକର୍ଡ ମଧ୍ୟ କରିଛନ୍ତି।
କମନୱେଲଥ ଗେମ୍ସର ଷଷ୍ଠ ଦିନରେ ଏହା ହେଉଛି ଭାରତର ପ୍ରଥମ ପଦକ। ଏପର୍ଯ୍ୟନ୍ତ ଭାରତୀୟ ଦଳ ୫ ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଜିତିଛି। ପଦକ ଟେବୁଲରେ ଭାରତ ବର୍ତ୍ତମାନ ଷଷ୍ଠ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ଅଧିକାର କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।