News18 Odia Digital
FIFA World Cup 2022: ଫିଫା ବିଶ୍ୱକପ ୨୦୨୨ରେ ଲିଓନେଲ ମେସିଙ୍କ ଯାଦୁ ତୀବ୍ର ଭାବରେ ଦେଖିବାକୁ ମିଳୁଛି। ଏକ ଚମତ୍କାର ଖେଳ ପ୍ରଦର୍ଶନ କରୁଥିବାବେଳେ ଆର୍ଜେଣ୍ଟିନା ଭେଟେରାନ ଏପର୍ଯ୍ୟନ୍ତ ପାଞ୍ଚଟି ଗୋଲ ସ୍କୋର କରିଛନ୍ତି ଏବଂ ଏହା ସହିତ ସେ ନିଜ ଦଳକୁ ମଧ୍ୟ ଫାଇନାଲକୁ ନେଇଛନ୍ତି।
ସେମିଫାଇନାଲରେ ଆର୍ଜେଣ୍ଟିନା କ୍ରୋଏସିଆର ଶକ୍ତିଶାଳୀ ଦଳକୁ ୩-୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ତେବେ ଏହି ମ୍ୟାଚ୍ ପରେ ଏଭଳି ଖବର ଆସିଛି ଯାହା ମେସିଙ୍କ ପ୍ରଶଂସକଙ୍କ ହୃଦୟ ଭାଙ୍ଗିପାରେ। ଆଜ୍ଞା ହଁ, ବିଶ୍ୱକପ ଫାଇନାଲ ପରେ ମେସି ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ଆର୍ଜେଣ୍ଟିନା ମିଡ଼ିଆ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୧୮ରେ ହେବାକୁ ଥିବା ବିଶ୍ୱକପ ଫାଇନାଲ ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ। ଖବର ଅନୁଯାୟୀ, ୩୫ ବର୍ଷୀୟ ମେସି ଫାଇନାଲ ପରେ ଆର୍ଜେଣ୍ଟିନା ଦଳକୁ ବିଦାୟ ଦେବେ।
ବିଶ୍ୱକପ ଫାଇନାଲ ପରେ ମେସି ଅବସର ନେବେମିଡ଼ିଆ ରିପୋର୍ଟ ଅନୁଯାୟୀ, ଆର୍ଜେଣ୍ଟିନାର ମିଡ଼ିଆ ଫାର୍ମ ଡିଆରୋ ଡିପୋର୍ଟିଭୋ ଓଲେଙ୍କ ସହ ବାର୍ତ୍ତାଳାପରେ ମେସି କହିଛନ୍ତି, ‘‘ମୁଁ ଏହା ହାସଲ କରି ବହୁତ ଖୁସି। ଫାଇନାଲରେ ମୋର ଶେଷ ମ୍ୟାଚ୍ ଖେଳି ମୁଁ ମୋର ବିଶ୍ୱକପ୍ ଯାତ୍ରା ଶେଷ କରିବି।’’ ଏହି ଅବସରରେ ଉତ୍ସବ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ମେସି କହିଥିଲେ।
ଆର୍ଜେଣ୍ଟିନା ପୁଣି ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ମେସି କହିଛନ୍ତି, 'ଆମେ କଠିନ ପରିସ୍ଥିତି ଦେଖିଥିଲୁ କିନ୍ତୁ ଆଜି ଆମେ ଏକ ଭଲ ଖେଳ ପ୍ରଦର୍ଶନ କରିଛୁ।'’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।