ବିଶ୍ୱ କନିଷ୍ଠ ଦୌଡ଼କୁଦ ପାଇଁ ଯୋଗ୍ୟତା ଅର୍ଜନ କଲେ ଲାଲୁପ୍ରସାଦ

ଇଣ୍ଡିଆନ ଗ୍ରାଁ ପ୍ରି ୪ରେ ଓଡ଼ିଆ ଖେଳାଳିଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ପୁରୁଷ ଲଙ୍ଗଜମ୍ପରେ ଓଡ଼ିଶାର ଲାଲୁପ୍ରସାଦ ଭୋଇ ତୃତୀୟ ସ୍ଥାନ ଅଧିକାର କରିବା ସହ ବିଶ୍ୱ କନିଷ୍ଠ ଦୌଡ଼କୁଦ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

ବିଶ୍ୱ କନିଷ୍ଠ ଦୌଡ଼କୁଦ ପାଇଁ ଯୋଗ୍ୟତା ଅର୍ଜନ କଲେ ଲାଲୁପ୍ରସାଦ (ପ୍ରତୀକାତ୍ମକ ଛବି)

ବିଶ୍ୱ କନିଷ୍ଠ ଦୌଡ଼କୁଦ ପାଇଁ ଯୋଗ୍ୟତା ଅର୍ଜନ କଲେ ଲାଲୁପ୍ରସାଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଇଣ୍ଡିଆନ ଗ୍ରାଁ ପ୍ରି ୪ରେ ଓଡ଼ିଆ ଖେଳାଳିଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ପୁରୁଷ ଲଙ୍ଗଜମ୍ପରେ ଓଡ଼ିଶାର ଲାଲୁପ୍ରସାଦ ଭୋଇ ତୃତୀୟ ସ୍ଥାନ ଅଧିକାର କରିବା ସହ ବିଶ୍ୱ କନିଷ୍ଠ ଦୌଡ଼କୁଦ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଯାହାକି ଓଡିଶା କ୍ରୀଡ଼ା ପାଇଁ ଏକ ଖୁସି ଖବର। ଲାଲୁପ୍ରସାଦ ୭.୫୮ ମିଟର ଡେଇଁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅଗଷ୍ଟ ୨ ରୁ ୭ ତାରିଖ ଯାଏ କଲମ୍ବିଆରେ ହେବ ବିଶ୍ୱ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା।

୧୯ ବର୍ଷରୁ କମ ଲାଲୁପ୍ରସାଦଙ୍କ ଘର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ। ସେ କିଟରେ ଯୁକ୍ତ ତିନି ବାଣିଜ୍ୟ ବିଭାଗର ପ୍ରଥମ ବର୍ଷ ଛାତ୍ର। କିଟ ସହ କଳିଙ୍ଗ ଷ୍ଟାଡିୟମରେ ଚାଲୁଥିବା ରିଲାଏନ୍ସ ଓଡ଼ିଶା ଆଥଲେଟିକ ଏଚପିସି ରେ ପ୍ରଶିକ୍ଷଣ ନେଉଛନ୍ତି। ପୂର୍ବରୁ କନିଷ୍ଠ ବର୍ଗରେ ଖେଳୁଥିବା ଲାଲୁ ଏଥର ବରିଷ୍ଠ ବର୍ଗରେ ଖେଳି ରାଜ୍ୟ ପାଇଁ ସଫଳତା ହାସଲ କରିଛନ୍ତି। ଲାଲୁ ପୂର୍ବରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡା, ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ୬୯ ତମ ରାଜ୍ୟ ଦୌଡ଼କୁଦ ୧୦୦ମିଟରରେ ବ୍ରୋଞ୍ଜ ଓ ଲଂଗଜମ୍ପରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ନିଜ ସଫଳତାକୁ ନେଇ ଖୁସି ଥିବା କହିଛନ୍ତି ଲାଲୁ।

ଇଣ୍ଡିଆନ ଗ୍ରାଁ ପ୍ରି-୪ ୧୦୦ ମିଟର ଦୌଡ଼ରେ ଅମୀୟ, ଆର୍ଯ୍ୟାନ, ଶ୍ରାବଣୀ ଭଲ ପ୍ରଦର୍ଶନ କରିଛନ୍ତି। ପୁରୁଷ ୧୦୦ ମିଟର ଦୌଡ଼ରେ ଅମୀୟ ମଲ୍ଲିକ ଓ ଆର୍ଯ୍ୟନ ଏକ୍କା ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଯାହା ରାଜ୍ୟ ଆଥଲେଟିକ ସଙ୍ଘ ପାଇଁ ଖୁସି ଖବର। ଗ୍ରାଁ ପ୍ରି-୩ ୨୦୦ ମିଟର ଦୌଡ଼ରେ ଅମୀୟଙ୍କୁ ପଛରେ ପକାଇ ନୂଆ ତାରକା ଭାବେ ଉଭା ହୋଇଥିଲେ ଆର୍ଯ୍ୟାନ। କିନ୍ତୁ ୧0 ମିଟର ଦୌଡ଼ରେ ନିଜ ସ୍ଥାନ ବଜାୟ ରଖିଛନ୍ତି ଅମୀୟ। ୧୦.୭୫ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅମୀୟ। ୧୦.୮୬ ସେକେଣ୍ଡ ସହ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି ଆର୍ଯ୍ୟାନ।

"ଘରୋଇ ପରିବେଶରେ ବିଶେଷ କରି କଳିଙ୍ଗ ଷ୍ଟାଡ଼ିୟମ ଆଥଲେଟିକ ଟ୍ରାକରେ ଭଲ କରିବା ମୋ ପାଇଁ ସବୁ ବେଳେ ବଡ଼ ଚ୍ୟାଲେଞ୍ଜ ଥାଏ। ସେହି ଚ୍ୟାଲେଞ୍ଜକୁ ସଫଳତାର ସହ ସମ୍ମୁଖୀନ କରିଥିବାରୁ ଖୁସି ଲାଗୁଛି। ନିକଟ ଅତୀତରେ ଡେଙ୍ଗୁରେ ପୀଡ଼ିତ ହୋଇ ସୁସ୍ଥ ହୋଇଛି। ତେଣୁ ଗ୍ରାଁ ପ୍ରି-୩ ରେ ବିଶେଷ ଭଲ ପ୍ରଦର୍ଶନ କରିପାରିନଥିଲି। କିନ୍ତୁ ଗ୍ରାଁ ପ୍ରି-୪ ରେ ୧୦୦ ମିଟରରେ ପ୍ରଥମ ହୋଇଥିବାରୁ ଖୁସି ଲାଗୁଛି," କହିଛନ୍ତି ଅମୀୟ ମଲ୍ଲିକ।

ସେହିପରି ମହିଳା ୧୦୦ ମିଟର ଦୌଡ଼ରେ ପୁଣି ଥରେ ଶ୍ରାବଣୀ ନନ୍ଦ ପ୍ରଥମ ହୋଇଛନ୍ତି। ୧୧.୮୭ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗ୍ରାଁ ପ୍ରି-୩ ରେ ୨୦୦ମିଟର ଦୌଡ଼ରେ ସେ ପ୍ରଥମ ସ୍ଥାନ ହାସଲ କରିଥିଲେ। ଦୀର୍ଘ ୪ ବର୍ଷ ପରେ ଟ୍ରାକକୁ ଫେରି ନିଜ ପ୍ରତିଭା ଦେଖାଇଛନ୍ତି ଶ୍ରାବଣୀ। ହେଲେ ନିଜ ଟାଇମିଂ କୁ ନେଇ ସେତେଟା ସନ୍ତୁଷ୍ଟ ନାହାଁନ୍ତି।

"୧୦୦ମିଟରରେ ମୋର ଶ୍ରେଷ୍ଠ ଟାଇମିଂ ୧୧.୦୩ ସେକେଣ୍ଡ। ଏହାକୁ ଛୁଇଁପାରିନି। ଏଥିପାଇଁ ପ୍ରୟାସ ଜାରି ରଖିଛି।ଆଗାମୀ ଦିନରେ ହେବାକୁ ଥିବା ଆନ୍ତରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ମୋର ଶ୍ରେଷ୍ଠ ଟାଇମିଂ ଦେବାକୁ ଲକ୍ଷ୍ୟ ରଖିଛି," କହିଛନ୍ତି ଶ୍ରାବଣୀ।

ଇଣ୍ଡିଆନ ଗ୍ରାଁ ପ୍ରି-୪ ରେ କେରଳର ମହମ୍ମଦ ଆନିସ ୟାହିୟା ଓ ଉତ୍ତରପ୍ରଦେଶର ପାରୁଲ ଚୌଧୁରୀ ଶ୍ରେଷ୍ଠ ପୁରୁଷ ଓ ମହିଳା କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଛନ୍ତି। ମହମ୍ମଦ ଆନିସ ୮.୧୫ ମିଟର ଡେଇଁ ଲଂଗଜମ୍ପ ରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପାରୁଲ ମହିଳା ୩୦୦୦ ମିଟର ଷ୍ଟିପଲଚେସରେ ବିଜୟି ହୋଇଛନ୍ତି। ଏହି ଅବସରରେ 5ଟି ସଚିବ ଭି.କେ.ପାଣ୍ଡିଆନ ଯୋଗ ଦେଇ ଶ୍ରେଷ୍ଠ ମହିଳା ଓ ପୁରୁଷ ଆଥଲେଟଙ୍କୁ ସମ୍ମାନିତ କରିଛନ୍ତି।
Published by:Soumya Das
First published: