SRH vs KKR: ଶେଷ ଓଭରରେ ବରୁଣ ସ୍ପିନ ଚକ୍ରବ୍ୟୁହରେ ଫସିଲା ହାଇଦ୍ରାବାଦ, ୫ ରନରେ ଜିତିଲା କୋଲକାତା
- News18 Odia
- Last Updated :
- Other, India
News18 Odia Digital
SRH vs KKR: ଆଇପିଏଲ୍ ୨୦୨୩ର ୪୭ତମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯାଇଛି। ତେବେ ଉୟଭ ଟିମ୍ ମଧ୍ୟରେ ପୂର୍ବରୁ ଥରଟିଏ ମ୍ୟାଚ୍ ହୋଇଥିବା ବେଳେ ସେଥିରେ ହାଇଦ୍ରାବାଦ ବିଜୟୀ ହୋଇଥିବା ବେଳେ ଆଜିର ମ୍ୟାଚ୍ରେ ଏହାର ପ୍ରତିଶୋଧ ନେଇଛି କୋଲକାତା ନାଇଟ୍ ରାଇଡର୍ସ। ଶେଷ ଓଭରରେ ବରୁଣଙ୍କ ସ୍ପିନ ଚକ୍ରବ୍ୟୁହରେ ଫସିଥିଲା ହାଇଦ୍ରାବାଦ ।
ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ ହରାଇ ୧୭୧ ରନ୍ କରି ହାଇଦ୍ରାବାଦ ଆଗରେ ୧୭୨ ରନ୍ର ବିଜୟଲକ୍ଷ ରଖିଥିଲା। ତେବେ ହାଇଦ୍ରାବାଦ ଏହି ଟାର୍ଗେଟକୁ ପିଛା କରି ମୈଦାନକୁ ଓହ୍ଲାଇଥିଲେ ବି ମ୍ୟାଚ୍ ହାତେଇବାରେ ବିଫଳ ହୋଇଛି।
ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଭିଶେକ ଶର୍ମା(୯), ମୟଙ୍କ ଅଗ୍ରଓ୍ବାଲ(୧୮), ରାହୁଲ ତ୍ରିପାଠୀ(୨୦), ଏଡେନ୍ ମାର୍କରମ୍(୪୧), ହ୍ୟାରି ବ୍ରୋକ୍(୦), ହେନ୍ରିଚ୍ କ୍ଳାସେନ୍(୩୬), ଅବ୍ଦୁଲ ଶମାଦ୍(୨୧), ମାର୍କୋ ଜନ୍ସନ୍ (୧), ଭୁବନେଶ୍ବର କୁମାର(୫) ଓ ମୟଙ୍କ ମାର୍କଣ୍ଡେ(୧) ରନ୍ କରିଥିଲେ। ସେପଟେ କୋଲକାତା ପକ୍ଷରୁ ବୈଭବ ଆରୋରା ଓ ଶାର୍ଦ୍ଦୁଲ ଠାକୁର ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ଆଣ୍ଡ୍ରେ ରସେଲ୍, ଅନୁକୁଲ ରୟ ଓ ବରୁଣ ଚକ୍ରବର୍ତ୍ତି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।