News18 Odia Digital
ଦୁବାଇ: ଏବେ ଚାଲିଥିବା ଟି-୨୦ ବିଶ୍ୱ କପ୍ (T20 World Cup) ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ୍ ଇଣ୍ଡିଆର (Team India) ଅଧିନାୟକ ପଦରୁ ଇସ୍ତଫା ଦେବା ନିଷ୍ପତ୍ତି ନେଇଥିବା ବିରାଟ କୋହଲି (Virat Kohli) କୌଣସି ବିତର୍କରେ ପ୍ରଶିବାକୁ ଚାହୁଁନାହାନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଯେଉଁମାନେ ଏହି ପ୍ରସଙ୍ଗରେ ବିବାଦ କରାଇବାକୁ ଚାହୁଁଛନ୍ତି ସେ ସେମାନଙ୍କୁ କୌଣସି 'ମସଲା' ଦେବେ ନାହିଁ।
ଗତ ମାସରେ କୋହଲି ନିଜ ସୋସିଆଲ ମିଡି଼ଆ ଆକାଉଣ୍ଟରେ ଘୋଷଣା କରିଥିଲେ ଯେ ୟୁ.ଏ.ଇ.ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ପରେ ସେ ଟିମ୍ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବେ । ସେତେବେଳେ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଲୋକେ ପଚାରୁଥିଲେ ଏହା ପଛର କାରଣ କ’ଣ ହୋଇପାରେ ।
ଏହା ବି ପଢ଼ନ୍ତୁ | PM Kisan: ଚାଷୀଙ୍କ ପାଇଁ ଜରୁରୀ ଖବର – ଏହି ସବୁ ଡକ୍ୟୁମେଣ୍ଟ୍ ବିନା ମିଳିବ ନାହିଁ ୪,୦୦୦ ଟଙ୍କାକୋହଲିଙ୍କ ସେହି ନିଷ୍ପତ୍ତି ଉପରେ ଅନେକ ବିବାଦ ଆରମ୍ଭ ହୋଇଥିଲା । କିନ୍ତୁ ଅଧିନାୟକ କୋହଲି କହିଛନ୍ତି ଯେ ସେ ଏହି ପ୍ରସଙ୍ଗରେ କୌଣସି ବିବାଦ ଜନ୍ମ ଦେବାକୁ ଚାହୁଁନାହାଁନ୍ତି । ପାକିସ୍ତାନ ବିପକ୍ଷରେ ବିଶ୍ୱ କପରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ (Ind vs Pak) କୋହଲି କହିଛନ୍ତି, ‘‘ମୁଁ ଏହି ପ୍ରସଙ୍ଗରେ ବହୁତ କିଛି କହିସାରିଛି । ଏହି ପ୍ରସଙ୍ଗରେ ଆଉ କିଛି କହିବାର ଆବଶ୍ୟକତା ନାହିଁ ବୋଲି ମୁଁ ଭାବୁଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | IPL 2021: ଯେବେ ମାତ୍ର ୨ଟି ବଲରୁ ୬ ରନ୍ ସ୍କୋର୍ କରିବାକୁ ଥିଲା, ଆଉ ରାଞ୍ଚିର ଖେଳାଳି ଜିତେଇଦେଲେତାଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନ ଉପରେ ରାଗିଯାଇ କୋହଲି କହିଛନ୍ତି, ‘‘ଆମର ଧ୍ୟାନ ହେଉଛି ଏହି ବିଶ୍ୱ କପରେ ଭଲ ଖେଳିବା ଓ ଏକ ଦଳ ଭାବରେ ଯାହା କରିବା ଆବଶ୍ୟକ ତାହା କରିବା । ଅନ୍ୟମାନେ ସେମିତି କଥାଗୁଡିକୁ ଖୋଳି ବାହାର କରିବାକୁ ଚେଷ୍ଟା କରୁଛନ୍ତି ଯେଉଁ କଥା ମୂଳରୁ ନାହିଁ । ମୁଁ ସେମିତି ଲୋକ ନୁହେଁ ଯିଏ କାହାକୁ କିଛି ମସଲା ଦେବ ।’’
ଏହା ବି ପଢ଼ନ୍ତୁ | Bigg Boss 15: ଶମିତା ଶେଟ୍ଟୀଙ୍କୁ ‘‘ଆଣ୍ଟି’’ ଡାକିଲେ କରଣ କୁନ୍ଦ୍ରା; ତା’ ପରେ ସ୍ଥିତି ହେଲା ଅସମ୍ଭାଳଭାରତୀୟ ଅଧିନାୟକ କୋହଲି ଆହୁରି କହିଛନ୍ତି, ‘‘ମୁଁ ସବୁ କଥାକୁ ଅତି ସଚ୍ଚୋଟ ଓ ଖୋଲାଖୋଲି ଭାବେ ବୁଝାଇ କହିଛି । ଯଦି ଲୋକେ ଅନୁଭବ କରୁଛନ୍ତି ଯେ ତା’ ବ୍ୟତୀତ ଆଉ କିଛି ଅଛି ଯାହା ମୁଁ କହି ନାହିଁ, ତାହେଲେ ମୋତେ ସେମାନଙ୍କ ପାଇଁ ବହୁତ ଖରାପ ଲାଗୁଛି । କିନ୍ତୁ ମାମଲାଟି ନିଶ୍ଚିତ ଭାବରେ ଏମିତି ନୁହେଁ ।’’

ବି.ସି.ସି.ଆଇ. (BCCI) ସଭାପତି ସୌରଭ ଗାଙ୍ଗୁଲି (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ | ମମିତା ମେହେରଙ୍କୁ ତଣ୍ଟି ଚିପି ମାରିବା ପରେ ମୃତ ଦେହକୁ JCBରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ ସାହୁବି.ସି.ସି.ଆଇ. (BCCI) ସଭାପତି ସୌରଭ ଗାଙ୍ଗୁଲି (Sourav Ganguly) କହିଛନ୍ତି ଯେ କୋହଲିଙ୍କ ଉପରେ ଟିମ୍ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିବା ପାଇଁ କୌଣସି ଚାପ ନ ଥିଲା । ‘‘ଏହା ତାଙ୍କ ନିଜ ନିଷ୍ପତ୍ତି ଥିଲା । ମୁଁ ତ ଆଶ୍ଚର୍ଯ୍ୟ ହୋଇଥିଲି ଯେ ବିରାଟ କୋହଲି ଟି-୨୦ (T20) ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଇଂଲଣ୍ଡ ଗସ୍ତ ପରେ ହିଁ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହା ତାଙ୍କ ନିଜସ୍ୱ ନିଷ୍ପତ୍ତି । ଆମ ପକ୍ଷରୁ କୌଣସି ଚାପ ନ ଥିଲା । ଆମେ ତାଙ୍କୁ କିଛି କହି ନାହୁଁ ।’’
ଏହା ବି ପଢ଼ନ୍ତୁ | ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ହତ୍ୟା: ହୋଟେଲରେ ନାଚୁଥିଲେ କନେଷ୍ଟବଳ, ନିଲମ୍ବିତ ହେଲେ; ବଦଳିଲେ ଥାନା ଅଧିକାରୀ‘‘ଆମେ (ବି.ସି.ସି.ଆଇ.) ସେମିତି କାମ କରୁନାହିଁ । ମୁଁ ନିଜେ ଜଣେ ଖେଳାଳି ଥିଲି, ତେଣୁ ମୁଁ ଏ କଥା ବୁଝିଛି । ଏତେ ଦିନ ପର୍ଯ୍ୟନ୍ତ ସବୁ ଫର୍ମାଟରେ ଅଧିନାୟକ ରହିବା ଅତି କଷ୍ଟକର । ମୁଁ ଛଅ ବର୍ଷ ଅଧିନାୟକ ଥିଲି । ଏହା ବାହାରକୁ ଭଲ ଦେଖାଯାଏ । ଏହା ଏକ ସମ୍ମାନ । କିନ୍ତୁ ଆପଣ ଭିତରେ ଭିତରେ ଅସୁବିଧା ଭୋଗନ୍ତି । ଏମିତି ଯେକୌଣସି ଅଧିନାୟକଙ୍କ ସହିତ ଘଟେ । ଏହା କେବଳ ତେନ୍ଦୁଲକର୍ କିମ୍ବା ଗାଙ୍ଗୁଲି କିମ୍ବା ଧୋନି କିମ୍ବା କୋହଲିଙ୍କ ସହ ହୋଇନାହିଁ । ଯିଏ ବି ଅଧିନାୟକ ଅଛନ୍ତି ଏହା ତାଙ୍କ ସହିତ ଘଟିବ । ଏହା ଏକ କଠିନ କାମ,’’ କହିଛନ୍ତି ସୌରଭ ଗାଙ୍ଗୁଲି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।