ପ୍ରତି ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକର ଦାମ୍ କେତେ? ତାକୁ ବଜାରରେ ବିକିଲେ କେତେ ଟଙ୍କା ମିଳିବ ଜାଣନ୍ତୁ

Know the price of Gold medal in Tokyo Olympics | ଟୋକିଓ ଅଲିମ୍ପିକ୍ସରେ ଦିଆଯାଉଥିବା ପଦକଗୁଡ଼ିକ ଅତି ସ୍ୱତନ୍ତ୍ର । ପ୍ରଥମ ଥର ପାଇଁ ଏଗୁଡି଼କୁ ପୁରୁଣା ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡି଼କର ରିସାଇକ୍ଲିଂ କରି ପ୍ରସ୍ତୁତ କରାଯାଇଛି । ଜାପାନର ଲୋକେ ପ୍ରାୟ ୬୨ ଲକ୍ଷ ପୁରୁଣା ମୋବାଇଲ୍ ଫୋନ୍ ଦେଇଛନ୍ତି ।

ଅଲିମ୍ପିକ୍ ପଦକରେ କେତେ ସୁନା ଥାଏ ଜାଣନ୍ତୁ ।

ଅଲିମ୍ପିକ୍ ପଦକରେ କେତେ ସୁନା ଥାଏ ଜାଣନ୍ତୁ ।

  • Share this:
News18 Odia Digital

ଟୋକିଓ ଅଲିମ୍ପିକ୍ସ ୨୦୨୧ର (Tokyo Olympics 2021) ଆୟୋଜନ ଅନେକ ବିବାଦରେ ଥିଲେ ବି ଖେଳାଳିମାନଙ୍କୁ କରୋନାର (Olympics in Corona) ନିର୍ଦ୍ଦେଶାବଳୀ ମଧ୍ୟରେ ରହିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି । ଏହା ସତ୍ତ୍ୱେ ଯଦି କିଛି ଭୁଲ୍ ହୁଏ, ତାହେଲେ ତାହା କରୋନାର ସମ୍ବାବ୍ୟ ତୃତୀୟ ତରଙ୍ଗକୁ ଭୟାନକ କରିବ । ସବୁ ଦେଶର ଖେଳାଳିମାନେ ବର୍ଷ ବର୍ଷ ଧରି ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହୋଇଥାନ୍ତି । ଏଥି ପାଇଁ ଯୋଗ୍ୟତା ପାଇବା ତ ଏକ ବଡ଼ କଥା । ଅଲିମ୍ପିକ୍ସରେ କେହି ଯଦି ପଦକ ଜିତନ୍ତି, ତେବେ ତାଙ୍କ ନାମ ଇତିହାସରେ ରେକର୍ଡ଼ ହୋଇ ରହେ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଅଲିମ୍ପିକ୍ସରେ ଜିତିଥିବା ସ୍ୱର୍ଣ୍ଣ ପଦକର (Gold Medal) ଦାମ୍‌ କେତେ?

ଟୋକିଓ ଅଲିମ୍ପିକ୍ସରେ ଦିଆଯାଉଥିବା ପଦକଗୁଡ଼ିକ ଅତି ସ୍ୱତନ୍ତ୍ର । ପ୍ରଥମ ଥର ପାଇଁ ଏହି ପଦକଗୁଡି଼କୁ ପୁରୁଣା ଇଲେକ୍ଟ୍ରୋନିକ୍ ଗ୍ୟାଜେଟଗୁଡି଼କର ପୁନଃବ୍ୟବହାର (recycling) କରି ପ୍ରସ୍ତୁତ କରାଯାଇଛି । ଅର୍ଥାତ୍ ଏହି ପଦକଗୁଡି଼କ ଲୋକଙ୍କ ଦ୍ୱାରା ଦାନ କରାଯାଇଥିବା ପୁରୁଣା ଜିନିଷଗୁଡିକର ରିସାଇକ୍ଲିଂ କରି ପ୍ରସ୍ତୁତ କରାଯାଇଛି । ଜାପାନର ଲୋକେ ଏଥି ପାଇଁ ପ୍ରାୟ ୬୨ ଲକ୍ଷ ପୁରୁଣା ମୋବାଇଲ୍ ଫୋନ୍ ଦେଇଥିଲେ । ସ୍ୱର୍ଣ୍ଣ ପଦକ ତିଆରି କରିବା ପାଇଁ ପ୍ରାୟ ୩୨ କିଲୋଗ୍ରାମ୍‌ ସୁନା ଜମା କରାଯାଇଥିଲା । ଅଲିମ୍ପିକ୍ସରେ ତିନି ପ୍ରକାରର ପଦକ ବଣ୍ଟନ କରାଯାଏ – ସୁନା, ରୂପା ଓ ବ୍ରୋଞ୍ଜ୍‌ । ଲୋକେ ଜାଣିବାକୁ ଆଗ୍ରହୀ ଯେ ସ୍ୱର୍ଣ୍ଣ ପଦକ ଦାମ୍‌ କେତେ?

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ମିଳିଲା ଆଉ ଏକ ଚିଠି; ବିଦ୍ୟା ଲେଖିଛନ୍ତିହେ ଭଗବାନକିଛି ବି କରିକି ଡିଭର୍ସ କରେଇ ଦିଅ

ଅଲିମ୍ପିକ୍ସରେ ସର୍ବୋତ୍ତମ ପ୍ରଦର୍ଶନ କରି ଜଣେ ଆଥଲେଟ୍ ଯେଉଁ ସ୍ୱର୍ଣ୍ଣ ପଦକ ପାଆନ୍ତି ସେଥିରେ ୫୫୬ ଗ୍ରାମ୍‌ ସୁନା ଥାଏ । ରୂପା ପଦକର ଓଜନ ୫୫୦ ଗ୍ରାମ୍‌ ହୋଇଥାଏ ଓ ବ୍ରୋଞ୍ଜ୍‌ ପଦକର ଓଜନ ୪୫୦ ଗ୍ରାମ୍‌ ହୋଇଥାଏ । ଏହା ଜାଣି ସମସ୍ତେ ଭାବୁଥିବେ ଯେ ଖେଳାଳି ପାଇଥିବା ସ୍ୱର୍ଣ୍ଣ ପଦକ ପ୍ରାୟ ୨୬ ଲକ୍ଷ ୨୯ ହଜାର ୮୮୦ ଟଙ୍କା ହେବ । କିନ୍ତୁ ଏହା ଆଦୌ ସେପରି ନୁହେଁ । ଯଦି ଜଣେ ବିଜୟୀ ଖେଳାଳି କେବେ ତାଙ୍କର ସ୍ୱର୍ଣ୍ଣ ପଦକ ବିକ୍ରୟ କରିବାକୁ ଯାଆନ୍ତି, ତେବେ ତାଙ୍କୁ ମାତ୍ର ୬୫ ହଜାର ୭୯୦ ଟଙ୍କା ମିଳିବ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଏମିତି କାହିଁକି? ଯଦି ସ୍ୱର୍ଣ୍ଣ ପଦକର ଓଜନ ୫୫୬ ଗ୍ରାମ୍‌, ତେବେ ଏହାର ଦାମ୍‌ ଏତେ କମ୍ କାହିଁକି?

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

ସ୍ୱର୍ଣ୍ଣ ପଦକର ଓଜନ ସିନା ୫୫୬ ଗ୍ରାମ୍‌, କିନ୍ତୁ ଏଥିରେ ମାତ୍ର ଛଅ୍‌ ଗ୍ରାମ୍‌ ସୁନା ଥାଏ । ତା’ ସହିତ ସ୍ୱର୍ଣ୍ଣ ପଦକରେ ୫୫୦ ଗ୍ରାମ୍‌ ରୂପା ଥାଏ । ସେହି ଅନୁସାରେ ସୁନାର ଦାମ୍‌ ହେଉଛି ୨୮,୫୦୦ ଟଙ୍କା । ଏଥିରେ ଥିବା ରୂପାର ଓଜନ ୫୫୦ ଗ୍ରାମ୍‌ ହୋଇଥିବାରୁ ତା’ର ଦାମ୍‌ ୩୭,୨୯୦ ଟଙ୍କା ହେଉଛି । ସେହି ଅନୁଯାୟୀ, ସ୍ୱର୍ଣ୍ଣ ପଦକର ମୋ’ଟ ଦାମ୍‌ ୬୫,୭୯୦ ହେଉଛି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକରେ ମାତ୍ର ୬ ଗ୍ରାମ୍‌ ସୁନାର ପ୍ଲେଟିଂ (gold plating) ହୋଇଥାଏ ଓ ସେଥିରେ ବାକି ସବୁ କିଛି ରୂପା ହୋଇଥାଏ ।



ଟୋକିଓ ଅଲିମ୍ପିକ୍ସରେ ଏହି ପଦକଗୁଡିକୁ ଏକ ସ୍ୱତନ୍ତ୍ର ବାକ୍ସରେ ରଖି ବିଜୟୀ ଖେଳାଳିମାନଙ୍କୁ ଦିଆଯାଉଛି । ଏହି ବାକ୍ସଗୁଡ଼ିକୁ କାଠରେ ନିର୍ମିତ ସ୍ୱତନ୍ତ୍ର ଖୋଳ ଭିତରେ ରଖାଯାଇଛି । ବାକ୍ସଟି ଉଭୟ ପାରମ୍ପରିକ ଓ ଆଧୁନିକ ଡିଜାଇନ୍ ସହିତ ତିଆରି ହୋଇଛି । ଏହା ଜାପାନୀ ଡିଜାଇନର୍ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ବାକ୍ସର ଭିନ୍ନ ଭିନ୍ନ ପ୍ୟାଟର୍ଣ୍ଣ ଅଛି ଓ ସେଗୁଡ଼ିକ କାଠରେ ତିଆରି ହୋଇଛି ।
Published by:Anand S.T. Das
First published: