ଝାଡୁଦାରରୁ IPL ସେନ୍‌ସେସନ; ବିସ୍ଫୋରକ ଇନିଂସରେ କଲେ କମାଲ

ଆଇପିଏଲ ମୁକାବିଲାରେ ଦେଖିବାକୁ ମିଳିଲା ରିଙ୍କୁ ସିଂହଙ୍କ କମାଲ। ରବିବାର ଦିନ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା।

ଝାଡୁଦାରରୁ IPL ସେନ୍‌ସେସନ

ଝାଡୁଦାରରୁ IPL ସେନ୍‌ସେସନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Rinku Singh: ଅହମ୍ମଦାବାଦରେ ଦେଖିବାକୁ ମିଳିଲା ରିଙ୍କୁଙ୍କ (Rinku Singh) ଯାଦୁ। ଗତକାଲି ଆଇପିଏଲ (IPL) ମୁକାବିଲାରେ କରିଥିଲେ କମାଲ। ଶେଷ ଓଭରରେ ମ୍ୟାଚ ହାତେଇ ନେଲା କୋଲକାତା (Kolkata Knight Riders)।

ଶେଷ ଓଭରର ଶେଷ ୫ଟି ବଲକୁ ଛକା ମାରି ଦଳକୁ ଜିତାଇଲେ ରିଙ୍କୁ ସିଂହ (Rinku Singh)। ଗୁଜରାଟ ଟାଇଟନ୍ସ ବିରୋଧରେ ବିଜୟ ପାଇଁ ଶେଷ ଓଭରରେ କୋଲକାତାକୁ ଆବଶ୍ୟକ ଥିଲା ୨୯ରନ। ମ୍ୟାଚ ସମ୍ପୂର୍ଣ୍ଣ ଗୁଜୁରାଟ ସପକ୍ଷରେ ରହିଥିଲା।

ହେଲେ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ସବୁକିଛି ଓଲଟପାଲଟ କରିଦେଲା। ୟସ୍ ଦୟାଲଙ୍କ ଶେଷ ଓଭରରେ ୫ଟି ଛକା ମାରି ସମସ୍ତ ବାଜି ଓଲଟପାଲଟ କରିଦେଇଥିଲେ ରିଙ୍କୁ। ମୋଟ ୨୧ଟି ବଲର ୬ ଛକା ଓ ଗୋଟିଏ ଚୌକା ସହିତ ୪୮ରନ କରିଥିଲେ ରିଙ୍କୁ। ତାଙ୍କର ଏହି ଚମତ୍କାର ଇନିଂସକୁ ନେଇ ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂଘର୍ଷମୟ କାହାଣୀ ବିଷୟରେ...

ସାଧାରଣ ପରିବାର ନୁହେଁ, ଅତି ଗରିବ ପରିବାରରୁ ଆସିଛନ୍ତି ରିଙ୍କୁ ସିଂହ। ଉତ୍ତର ପ୍ରଦେଶ ଆଲିଗଡ଼ର ନିହାତି ଗରିବ ପରିବାରରେ ତାଙ୍କର ଜନ୍ମ। ବାପା ଏଲ୍‌ପିଜି ସିଲିଣ୍ଡର ଡେଲିଭରି କରୁଥିବା ଜଣେ ସାଧାରଣ କର୍ମଜୀବୀ। ଦୁଇ ବଖୁରିଆ ଘରେ ରହନ୍ତି ପୂରା ପରିବାର। ବାପା ମାଆ ଓ ୫ ଭାଇ ଭଉଣୀ। ତାଙ୍କ କହିବା ଅନୁଯାୟୀ, ସେ ନବମ ଶ୍ରେଣୀ ପାସ୍‌ କରିପାରିନାହାଁନ୍ତି।

ଘରର ଆର୍ଥିକ ସ୍ଥିତି ଯୋଗୁଁ ସେ ଚାକିରି କରିବାକୁ ସ୍ଥିର କରିଥିଲେ। ଏପରିକି ଜଣକ ଘରେ ଝାଡୁ ପୋଛା କରିବା ଲାଗି ତାଙ୍କୁ ଚାକିରି ବି ମିଳିଥିଲା। କିନ୍ତୁ କ୍ରିକେଟ ଥିଲା ତାଙ୍କ ଜୀବନ। ସେଥିଲାଗି ସେ କ୍ରିକେଟ ଖେଳିବାକୁ ପସନ୍ଦ କଲେ।

କେବଳ ଏତିକି ନୁହେଁ। ରିଙ୍କୁ କହିଛନ୍ତି, ୨୦୧୮ରେ ଯେତେବେଳେ ଆଇପିଏଲ୍‌ ଲାଗି ତାଙ୍କର ନିଲାମି ହେଉଥିଲା, ସେତେବେଳେ ସେ ଭାବିଥିଲେ ତାଙ୍କୁ ମାତ୍ର ୨୦ ଲକ୍ଷ ଟଙ୍କାରେ କିଣାଯିବ। କାରଣ ସେତେବେଳେ ବେସ୍‌ ପ୍ରାଇସ ଥିଲା ୨୦ ଲକ୍ଷ ଟଙ୍କା।

ପଢ଼ନ୍ତୁ ଏହି ଖବର:  ସରକାରଙ୍କ ତରଫରୁ ଚାଷୀଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା! ଆରମ୍ଭ ହେଲା ନୂଆ ଯୋଜନା

ହେଲେ ୮୦ ଲକ୍ଷ ଟଙ୍କାରେ ତାଙ୍କୁ କିଣି ଥିଲା କୋଲକାତା ନାଇଟ ରାଇଡର୍ସ। ସେତେବେଳେ ସେ ଭାବିଥିଲେ ଏସବୁ ଅର୍ଥରେ ସେ ତାଙ୍କ ବଡ଼ ଭାଇଙ୍କ ବାହାଘର କରାଇବେ, ତାଙ୍କ ଭଉଣୀ ବାହାଘର ଲାଗି କିଛି ଅର୍ଥ ସଞ୍ଚୟ କରିବେ, ଆଉ ତାଙ୍କ ପରିବାର ରହୁଥିବା ଘର ବଦଳାଇ, ପରିବାରକୁ ନେଇ ଅପେକ୍ଷାକୃତ ଭଲ ଘରକୁ ଚାଲିଯିବେ।
Published by:Lipina Das
First published: