News18 Odia Digital
ନୂଆ ଦିଲ୍ଲୀ: ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଟିମ୍ ଇଣ୍ଡିଆରୁ ପ୍ରାୟତ ଦୂରେଇ ଦିଆଯାଇଥିଲା କିନ୍ତୁ ଆଜିର ଦିନରେ ତାଙ୍କୁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ କରାଯାଇଛି। ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରାଯିବା ପରେ ଚୟନ କମିଟିକୁ ମଧ୍ୟ ସମାଲୋଚନା କରାଯାଇଥିଲା ।ଚେତେଶ୍ୱର ପୂଜାରାଙ୍କୁ କିପରି ଦଳର ଉପ-ଅଧିନାୟକ କରାହେଲା, ଯେତେବେଳେ କି ଦଳରେ ଋଷଭ ପନ୍ତ ଅଛନ୍ତି ବୋଲି ପ୍ରଶ୍ନ ଉଠୁଛି । ର
ବାଂଲାଦେଶ ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଆହତ ରୋହିତ ଶର୍ମାଙ୍କ ସ୍ଥାନରେ କେ.ଏଲ୍ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ପୂଜାରା ଉପ-ଅଧିନାୟକ ହେବେ। ଉପ-ଅଧିନାୟକ ବାଛିବା ପାଇଁ ମାନଦଣ୍ଡ ଉପରେ କେ.ଏଲ୍ ରାହୁଲ ନୀରବତା ଭାଙ୍ଗିଛନ୍ତି। ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କେ.ଏଲ୍ ରାହୁଲ କହିଛନ୍ତି, 'ମୁଁ ଜାଣେନି ଏପରି କରିବାର ମାନଦଣ୍ଡ କ’ଣ, ଯିଏ ବି ବଛା ହେବ ଆପଣ ତାଙ୍କ ପିଠି ଥାପୁଡ଼େଇବେ।
କେ.ଏଲ୍ ରାହୁଲ ଆହୁରି କହିଛନ୍ତି, 'ଯେତେବେଳେ ମୋତେ ଉପ-ଅଧିନାୟକ କରାଯାଇଥିଲା ସେତେବେଳେ ମୁଁ ଖୁସି ଥିଲି, ଆପଣଙ୍କ ଉପରେ ଦଳର ଦାୟିତ୍ୱ ଅଛି। ଏହା ବାସ୍ତବରେ ଅଧିକ ପରିବର୍ତ୍ତନ ହୁଏ ନାହିଁ, ସମସ୍ତେ ସେମାନଙ୍କର ଭୂମିକା ଏବଂ ଦାୟିତ୍ୱ ଜାଣନ୍ତି ଓ ଦଳ ସେମାନଙ୍କ ଅବଦାନକୁ କେତେ ପ୍ରଶଂସା କରନ୍ତି। ଉଭୟ ଋଷଭ ଏବଂ ପୂଜାରା ଆମ ପାଇଁ ଚମତ୍କାର ଏବଂ ଆମକୁ ଅନେକ ମ୍ୟାଚ୍ ଜିତିଛନ୍ତି। ଆମେ ଏକ ଦଳ ଭାବରେ ଆଗକୁ ବଢିବା।
ଟେଷ୍ଟ ସିରିଜ୍ ୧୪ଡିସେମ୍ବରରୁ ଆରମ୍ଭ ହେଉଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡିସେମ୍ବର ୨୩ ରେ ମିରପୁର ଗ୍ରାଉଣ୍ଡରେ ଖେଳାଯିବ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ODI ସିରିଜରେ ୨-୧ରେ ହାରିଯିବା ପରେ ଆସୁଛି। ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦୃଷ୍ଟିରୁ ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। WTC ଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ ୬ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୫ ଟି ଜିତିବାକୁ ପଡିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।