ବାଂଲାଦେଶ ସିରିଜ୍ ପରେ ବିବାହ କରିବେ କେ.ଏଲ୍ ରାହୁଲ-ଆଥିଆ ଶେଟ୍ଟୀ , ଟିମ୍ ଇଣ୍ଡିଆରୁ ମାଗିଲେ ବ୍ରେକ !

କେ.ଏଲ୍ ରାହୁଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ବାଂଲାଦେଶ ସିରିଜ୍ ପରେ ବିବାହ କରିବେ କେ.ଏଲ୍ ରାହୁଲ-ଆଥିଆ ଶେଟ୍ଟୀ...

ବାଂଲାଦେଶ ସିରିଜ୍ ପରେ ବିବାହ କରିବେ କେ.ଏଲ୍ ରାହୁଲ-ଆଥିଆ ଶେଟ୍ଟୀ...

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

KL Rahul and Athiya Shetty: ଭାରତୀୟ ଦଳର ଓପନର୍ କେ.ଏଲ୍ ରାହୁଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ବଲିଉଡର ଭେଟେରାନ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିଆଙ୍କୁ ବିବାହ କରିବାକୁ ଯାଉଛନ୍ତି । ଗଣମାଧ୍ୟମରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚା ରହିଛି । ନିକଟରେ ସୁନୀଲ ଶେଟ୍ଟୀ ନିଜେ ଗଣମାଧ୍ୟମ ସମ୍ମୁଖରେ ଏହା ନିଶ୍ଚିତ କରିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, କେ.ଏଲ୍ ରାହୁଲ ଆହତ ଅବସ୍ଥାରୁ ସୁସ୍ଥ ହେବା ପରେ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ଟି -20 ବିଶ୍ୱକପ ଖେଳିଥିଲେ । ଏହା ପରେ ତାଙ୍କୁ ନ୍ୟୁଜିଲାଣ୍ଡ ଗସ୍ତରେ ଖେଳାଯାଇଥିବା ଟି -20 ଏବଂ ଦିନିକିଆ ସିରିଜରୁ ବିଶ୍ରାମ ଦିଆଯାଇଥିଲା ।

ଜାନୁଆରୀର ଏହି ସପ୍ତାହରେ ବିବାହ କରିବେ ବୋଲି ଆଶା

ବିସିସିଆଇ ସୂତ୍ରର ଅନୁସାରେ ଇନସାଇଡ୍ ସ୍ପୋର୍ଟ ଲେଖିଛି ଯେ ରାହୁଲଙ୍କର ଏବେ କୌଣସି ଆଘାତ କିମ୍ବା ଅସୁସ୍ଥତା ନାହିଁ। ବରଂ ବ୍ୟକ୍ତିଗତ କାରଣରୁ ସେ ଏକ ବିରତି ନେଇଥିଲେ । ଏଭଳି ପରିସ୍ଥିତିରେ ସେ କେବଳ ବିବାହ ପ୍ରସ୍ତୁତି ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବିରତି ନେଇଥିଲେ ବୋଲି ଅନୁମାନ କରାଯାଛି । ଏହା ପୂର୍ବରୁ ବିଶ୍ୱକପ ସମୟରେ ମଧ୍ୟ ଆଥିଆ ଶେଟ୍ଟୀ ରାହୁଲଙ୍କ ସହ ଅଷ୍ଟ୍ରେଲିଆରେ ନଜର ଆସିଥିଲେ।

ବର୍ତ୍ତମାନ ଭାରତୀୟ ଦଳକୁ ଡିସେମ୍ବର ମାସରେ ବାଂଲାଦେଶ ଗସ୍ତରେ ଏକ ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ। ଏହି ସମୟ ମଧ୍ୟରେ କେ.ଏଲ୍ ରାହୁଲ ନିଶ୍ଚିତ ଭାବେ ଟିମ୍ ଇଣ୍ଡିଆକୁ ଫେରୁଛନ୍ତି, କିନ୍ତୁ ଏହା ପରେ ରାହୁଲଙ୍କୁ ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜରୁ ବିଶ୍ରାମ ଦିଆଯିବ । କେ.ଏଲ୍ ରାହୁଲ ବିସିସିଆଇକୁ ବିରତି ମାଗିଛନ୍ତି । ଏହି ଦୁଇଟି ସିରିଜ୍ ଜାନୁଆରୀରେ ଖେଳାଯିବ । ଏଭଳି ପରିସ୍ଥିତିରେ ଜାନୁଆରୀ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବିବାହ ହେବାର ପୁରା ଆଶା କରାଯାଉଛି।
Published by:Soubhagya Mishra
First published: