News18 Odia Digital
KL Rahul Marriage: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ(KL Rahul) ଓ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ(Athiya Shetty)ଙ୍କ ବିବାହ ଖବର କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ଯଦିଓ ଉଭୟଙ୍କ ପରିବାର ପକ୍ଷରୁ କୌଣସି ଅଫିସିଆଲ୍ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ଜାନୁଆରୀ ୨୩ ରେ ବିବାହ କରୁଛନ୍ତି। ଉଭୟ ପରିବାର ଏହି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଗଣମାଧ୍ୟମ ରିପୋର୍ଟରେ ଅନେକ କଳ୍ପନାଜଳ୍ପନା କରାଯାଉଛି। ଏଥି ସହିତ କେଏଲ ରାହୁଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ODI ଏବଂ ଟି -20 ସିରିଜରେ ଭାରତୀୟ ଦଳର ଅଂଶ ହେବେ ନାହିଁ।
https://odia.news18.com/news/odisha/flight-to-pokhra-from-kathmandu-got-crashed-today-3ssd-15012023-ssd-148283.htmlଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ୨୩ ଜାନୁଆରୀରେ ବିବାହ କରିବେ। ଉଭୟଙ୍କ ବିବାହ ଉତ୍ସବ ୩ ଦିନ ପର୍ଯ୍ୟନ୍ତ ଚାଲିବ।।ବିବାହ ପୂର୍ବରୁ, ବିବାହର ସମସ୍ତ ରୀତିନୀତି ଜାନୁୟାରୀ ୨୧ ରୁ ଜାନୁୟାରୀ ୨୩ ମଧ୍ୟରେ ହେବ। ଏଥି ସହିତ, ଏହି ସମୟ ମଧ୍ୟରେ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ODI ଏବଂ T20 ସିରିଜ୍ ଖେଳିବ। ତେବେ ବିବାହ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ODI ଏବଂ ଟି -20 ସିରିଜରେ ନ ଖେଳିବାକୁ କେଏଲ ରାହୁଲ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଉଛି।
https://odia.news18.com/photogallery/sport/cricket-former-indian-captain-mahendra-singh-dhoni-luxurious-bungalow-in-ranchi-3ssd-15012023-ssd-148247.htmlଜାନୁଆରୀ ୨୩ ରେ ଆଥିଆ ଏବଂ କେ.ଏଲ୍ ରାହୁଲ ବିବାହ କରିବେ। ଏହା ବ୍ୟତୀତ ଉଭୟ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳାରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ବିବାହର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆଥିଆ ଏବଂ କେ.ଏଲ୍ ରାହୁଲ ବିବାହ ପାଇଁ ସପିଂ କରୁଛନ୍ତି। ଯଦିଓ, ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦମ୍ପତିଙ୍କଠାରୁ କୌଣସି ଅଫିସିଆଲ୍ ସୂଚନା ଆସିନାହିଁ, କିନ୍ତୁ ଜାନୁଆରୀ ୨୪ ରେ ଆଥିଆ ଶେଟ୍ଟୀ ଏବଂ କେ.ଏଲ୍ ରାହୁଲ ବିବାହ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଉଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।