News18 Odia Digital
IND vs SL Odi Series: ଭାରତ ଓ ଶ୍ରୀଲଙ୍କା ବିପକ୍ଷ ତିନି ମ୍ଯାଚର ଟି୨୦ ସିରିଜର ପ୍ରଥମ ମ୍ଯାଚ ଆଜି ସନ୍ଧ୍ଯା ୭ ଟା ସମୟରେ ଓ୍ୱାଙ୍ଖେଡ଼ରେ ଖେଳାଯିବ । ଏହି ମ୍ଯାଚ ପୂର୍ବକୁ ବସିସିଆଇ ଏକ ବଡ ଫଇସଲା ନେଇଛି । ଚୟନ ସମିତି ଦୁଇ ଦଳ ମଧ୍ଯରେ ଖେଳାଯିବାକୁ ଥିବା ସିରିଜରେ ଟିମ ଇଣ୍ଡିଆରେ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରିଛି । ଆଘତ କାରଣରୁ କିଛି ମାସ ହେବ ଖେଳାଳି ଜଣଙ୍କ ମ୍ଯାଚରେ ସାମିଲ ନଥିଲେ ।
ଟିମ ଇଣ୍ଡିଆର ଷ୍ଚାର ବୋଲର ଜଶପ୍ରତୀ ବୁମରାଙ୍କୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । ବୁମରାଙ୍କୁ ଶ୍ରୀଲଙ୍କା ବିପକ୍ଷ ଓ୍ୱାନଡେ ସିରିଜ ପାଇଁ ଟିମ ଇଣ୍ଡିଆରେ ସାମିଲ କରାଯାଇଛି । ବିସିସିଆଇ ଟ୍ୱିଟ କରି ଏହି ସୂଚନା ପ୍ରଦାନ କରିଛି । ଦୁଇ ଟମ ମଧ୍ଯରେ ଏହି ସିରିଜ ପରେ ୩ଟି ଓ୍ୱାନ-ଡେ ମ୍ଯାଚ ସିରିଜ ଖେଳାଯିବ ।
ଜଶପ୍ରୀତ ବୁମରାଙ୍କ ଆଘାତ ଯୋଗୁଁ ଏସିଆ କପ ୨୦୨୨ ଓ ଟି୨୦ ଓ୍ୱାଲ୍ଡ କପ ୨୦୨୨ ଭଳି ବଡ ଟୁର୍ଣ୍ଣାମେଣ୍ଚରେ ଭାରତୀୟ ଟିମରେ ଭାଗ ନେଇପାରିନଥିଲେ । ବୁମାରଙ୍କ ଅନୁପସ୍ଥିତକୁ ଅନୁଭବ କରିଥିଲା ଟିମ ଇଣ୍ଡିଆ । ସେପ୍ଟେମ୍ୱରରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ମ୍ଯାଚ ଖେଳିଥିଲେ ବୁମରା ।
ଜଶପ୍ରୀତ ବୁମରା ଟିମ ଇଣ୍ଡିଆ ପାଇଁ ୩ଟି ଫର୍ମାଟରେ ଖେଳ ଖେଳିଛନ୍ତି । ସେ ତାଙ୍କ ଦମରେ ଭାରତକୁ ଅନେକ ମ୍ଯାଟ ମଧ୍ଯ ଜିତାଇଛନ୍ତି । ସେ ଟିମ ଇଣ୍ଡିଆ ପାଇଁ ୩୦ ଟେଷ୍ଟ ମ୍ଯାଚ, ୧୨୮ ଓ୍ୱିକେଟ, ୭୨ ଓ୍ୱାନ ଡେ ମ୍ଯାଚରେ ୧୨୧ ଓ୍ୱିକେଟ ଓ ୬୦ ଟି ଟି ୨୦ରେ ୭୦ ଓ୍ୱିକେଟ ନିଜ ନାମରେ କରିଛନ୍ତି ।
ଓ୍ୱାନଡ଼େ ସିରିଜ ପାଇଁ ଟିମ ଇଣ୍ଡିଆ ଦଳରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ଯା, ବିରାଟ କୋହଲି, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଶ୍ରେବର ଆୟର, ଇଶାନ କିଶାନ, ଓ୍ୱାଶିଂଟନ ସୁନ୍ଦର, ୟୁଜେବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ସିରାଜ, ମହମ୍ମଦ ଶାମି, ଉମରାନ ମଲ୍ଲିକ, ଅର୍ଶଦୀପ ସିଂ ଓ ଜଶପ୍ରୀତ ବୁମରା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।