News18 Odia Digital
Jasprit Bumrah: ମିଶନ ୱାର୍ଲ୍ଡ କପକୁ (ICC Worldcup 2023) ନେଇ ଚିନ୍ତାରେ ଭାରତୀୟ କ୍ରିକେଟ୍ ଟିମ ମ୍ୟାନେଜମେଣ୍ଟ। କାରଣ ଦଳର ଷ୍ଟାର ତଥା ମ୍ୟାଚ୍ ୱିନର (Match Winner) ଖେଳାଳି ପହଞ୍ଚିଛନ୍ତି ନ୍ୟୁଜିଲାଣ୍ଡରେ। ସେଠାରେ ନିଜର ଆଘାତ ପାଇଁ କରାଇବେ ସର୍ଜରୀ।
ଏହି ଖେଳାଳିଙ୍କ ଉପରେ ଦଳର ବିଜୟର ଅନେକ ପ୍ରତିଶତ ନିର୍ଭର କରିଥାଏ। ତେଣୁ ଆଘାତରୁ ଏ ଖେଳାଳି କେବେ ସୁସ୍ଥ ହେବେ, କେତେ ଶୀଘ୍ର ଦଳକୁ ଫେରିବେ ତା ନେଇ ଦେଖା ଦେଇଛି ଆଶଙ୍କା।
ଭାରତୀୟ ଦଳର ଏହି ଷ୍ଟାର ଖେଳାଳି ହେଉଛନ୍ତି ଜସପ୍ରୀତ ବୁମ୍ରା (Jasprit Bumrah)। ଗତ ଏସିଆ କପ ଠାରୁ ସେ ଦଳରୁ ବାହାରେ ରହିଛନ୍ତି। ଶେଷ ସମୟରେ ଟି-୨୦ ବିଶ୍ବକପ ଦଳରୁ ବାଦ୍ ପଡ଼ିବା ପରେ ଦଳର ସନ୍ତୁଳନ ପୁରା ବିଗିଡିଯାଇଥିଲା।
ଫଳରେ ଟାଇଟଲ ପାଇଁ ଦୌଡରେ ଥିବା ଭାରତ ଅଧାରେ ଅଟକିଗଲା। ଏବେ ଆଗକୁ ଆସୁଛି ୨୦୨୩ ଦିନିକିଆ ବିଶ୍ବକପ କ୍ରିକେଟ ମ୍ୟାଚ।
ଏମିତି ଅବସ୍ଥାରେ ଦଳରୁ ଆଘାତ ସମସ୍ୟାର ଶିକାର ହୋଇ ୫ ମାସ ଧରି ବାହାରେ ଥିବା ବୁମରା କେବେ ଫେରିବେ ଦଳକୁ ସେହି ଚିନ୍ତାରେ ପଡ଼ିଛି ଟିମ ମ୍ୟାନେଜମେଣ୍ଟ। ପିଠି ଆଘାତର ଶିକାର ହୋଇଛନ୍ତି ପେସ୍ ବୋଲର ଯଶପ୍ରୀତ ବୁମରା।
ଏହି ଆଘାତ ତାଙ୍କୁ ଦଳରୁ ୫ ମାସ ଧରି ବାହାରେ ରହିବାକୁ ବାଧ୍ୟ କରିଛି। ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ବକପ ଆୟୋଜନ।
ଭାରତରେ ଏହି ମ୍ୟାଚର ଆୟୋଜନ ହେଉଥିବା ବେଳେ ବୁମ୍ରାଙ୍କ ଖେଳିବା ଏବେ ବି ସନ୍ଦେହରେ। ତେବେ ଆଘାତ ସମସ୍ୟାରେ ଫସିଥିବା ବୁମ୍ରାଙ୍କୁ ନେଇ ବିସିସିଆଇ ସେଭଳି କୌଣସି ତରବରିଆ ପଦକ୍ଷେପ ନେବାକୁ ବି ଚାହୁଁନାହିଁ।
ଆଘାତରେ ଫସିଥିବା ବୁମରା ୨୦୨୩ ଆଇପିଏଲ ସିଜିନରେ ଖେଳିବେ ନାହିଁ। ଯଦି ଟିମ ଇଣ୍ଡିଆ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରେ, ତେବେ ଫାଇନାଲରେ ବୁମ୍ରା ଖେଳିବା ମଧ୍ୟ ସ୍ପଷ୍ଟ ନୁହଁ।
ପଢ଼ନ୍ତୁ ଏହି ଖବର: Gold: ଏଥର ଶସ୍ତାରେ କିଣିପାରିବେ ୨୪ କ୍ୟାରେଟ୍ ସୁନା; ରିହାତି ଦେବେ ସରକାରଏମିତିରେ ଚଳିତ ବର୍ଷ ଦେଶରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ ଉପରେ ରହିଛି ସମସ୍ତଙ୍କ ନଜର। ଏହା ଆଗରୁ ବୁମ୍ରା ନ୍ୟୁଜଲାଣ୍ଡରେ ପିଠି ସର୍ଜରୀ କରାଇବାକୁ ପହଁଚିଛନ୍ତି। କିଛି ଦିନ ମଧ୍ୟରେ ବୁମ୍ରାଙ୍କ ପିଠି ଆଘାତର ସର୍ଜରୀ (Surgery) କରାଯିବ ବୋଲି ସୂଚନା ମିଳିଛି।
ରିପୋର୍ଟ ଅଶ୍ବିନୀ କୁମାର ସାହୁ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।